Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ନେପାଳ ସମ୍ମୁଖରେ ଭାରତ ରଖିଲା ସୀମା ଗୁଳିକାଣ୍ଡ ଘଟଣା, ଜଣେ ଭାରତୀୟଙ୍କର ହୋଇଥିଲା ମୃତ୍ୟୁ

15/06/2020 at 6:55 PM

ନୂଆଦିଲ୍ଲୀ ୧୫।୬:  ନେପାଳ ସୀମା ସୁରକ୍ଷା ବଳ ଭାରତ-ନେପାଳ ସୀମାରେ କରିଥିବା ଅନ୍ଧାଦୁନିଆ ଗୁଳିକାଣ୍ଡ ନେଇ ଭାରତ ଆପତ୍ତି କରିଛି। ଏହି ଘଟଣାରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ଏଣୁ ପ୍ରସଙ୍ଗକୁ ଭାରତ ସରକାର ନେପାଳ ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି। ତେବେ ପ୍ରସଙ୍ଗରେ ନେପାଳ ସରକାରଙ୍କ ପକ୍ଷ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।

ଘଟଣା ପରଠାରୁ ଭାରତରେ ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଏସଏସବି ଅଧିକ ଫୋର୍ସ ମୂତୟନ କରିଛି। ସେପଟେ ନେପାଳ ଘଟଣା ସ୍ଥଳରୁ ୧୦୦ ମିଟର ଦୂରକୁ ନିଜର ଫାଣ୍ଡି ହଟାଇ ନେଇଥିବା ବେଳେ ନିଜର ସୁରକ୍ଷା କର୍ମୀଙ୍କ ସଂଖ୍ୟା ବୃଦ୍ଧି କରିଥିବାର ଜଣାପଡିଛି। ଘଟଣା ପରଠାରୁ ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ଥିବା ବେଳେ ଲୋକେ ଆତଙ୍କରେ ଅଛନ୍ତି।

ତେବେ ସୀମାରେ ସୀମା ସୁରକ୍ଷା ବଳଙ୍କ ଗୁଳିକାଣ୍ଡ ଘଟଣା ପୂର୍ବରୁ ଭାରତକୁ ନେଇ ନେପାଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ନେପାଳ ସରକାର ଭାରତ ସୀମା ସଲଗ୍ନ କାଲାପାନୀ, ଲିପୁଲେଖ ଓ ଲିମ୍ପୁଆଧୁରାକୁ ନିଜ ମାନଚିତ୍ରରେ ସାମିଲ କରି ନୂଆ ମାନଚିତ୍ର ପ୍ରକାଶ କରିଛି। ତେବେ ଭାରତ ସରକାର ନେପାଳ ମାନଚିତ୍ରକୁ ଅଗ୍ରାହ୍ୟ କରିଦେଇଛନ୍ତି। ନେପାଳ ପ୍ରସ୍ତୁତ କରିଥିବା ନୂଆ ମାନଚିତ୍ର ଐତିହାସିକ ତଥ୍ୟ ଓ ସାକ୍ଷ ଆଧାରିତ ନୁହେଁ ବୋଲି ଭାରତ ସରକାର କହିଛନ୍ତି।

ତେବେ ସୀମାକୁ ନେଇ ନେପାଳର ଥିବା ଅସନ୍ତୋଷକୁ ଆଲୋଚନା ଜରିଆରେ ମଧ୍ୟ ସମାଧାନ କରାଯାଇପାରେ ବୋଲି ଭାରତ ସରକାରଙ୍କ ପକ୍ଷରୁ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ଉଭୟ ଦେଶଙ୍କ ପୁରୁଣା ସମ୍ପର୍କକୁ ଦୃଷ୍ଟିରେ ରଖି ଏହା ସାମାଜିକ, ଭୌଗଳିକ, ଐତିହାସିକ ଓ ଆଧ୍ୟାତ୍ମିକ ସମ୍ପର୍କ ବୋଲି କହିଛନ୍ତି। ଭାରତୀୟଙ୍କ ମନରେ ନେପାଳ ପ୍ରତି କୌଣସି କଟୁତା ନାହିଁ ଓ ନେପାଳ ସରକାର ସେହି ଅନୁସାରେ କାମ କରନ୍ତୁ ବୋଲି ମଧ୍ୟ ଚେତାଇ ଦେଇଛନ୍ତି।

   Related Posts