ଭାରତର ରାଫେଲ୍‌ ଓ ପାକିସ୍ତାନର ଏଫ୍‌-୧୬ ଜାଣନ୍ତୁ କେଉଁ ଯୁଦ୍ଧ ବିମାନ କେତେ ଶକ୍ତିଶାଳୀ

Published By : Prameya-News7 Bureau | October 08, 2019 IST

ନୂଆଦିଲ୍ଲୀ - ବିଜୟା ଦଶମୀ ଅବସରରେ ଭାରତୀୟ ବାୟୁସେନାରେ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ୍‌ ସାମଲ୍‌ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏଥିରେ ଉଡାଣ ଭରିବେ । ଏହା ପରେ ରାଫେଲ୍‌କୁ ବାୟୁ ସେନାକୁ ହସ୍ତାନ୍ତର କରାଯିବ ।
ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଥିବା ରାଫେଲ୍‌ ପାକିସ୍ତାନର ଏଫ୍‌-୧୬ ଠାରୁ ଅଧିକ ଶକ୍ତିଶାଳୀ ଓ ଆଧୁନିକ । ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି ।

{"id":167629}


ରାଡାର ନଜରରୁ ବର୍ତ୍ତିବା ପାଇଁ ରାଫେଲ୍‌ ଅଧିକ ଭଲ। ଅନ୍ତରାଷ୍ଟ୍ରୀୟ ସ୍ତରରେ ରାଫେଲ୍‌କୁ ୧୦ରୁ ୯ ମାର୍କ ମିଳିଛି । ହେଲେ ଏଫ୍‌-୧୬କୁ ୧୦ରୁ ୭.୮ ମିଳିଛି ।
ଦୁଇଟି ଯାକ ଯୁଦ୍ଧ ବିମାନ । ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବହନ କରିପାରିବ । ମାତ୍ର ରାଫେଲ୍‌ ଅଧିକ ଆଧୁନିକ ଓ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ବହନ କରିପାରିବ । ଏଥିପାଇଁ ରାଫେଲ୍‌କୁ ୧୦ରୁ ୮.୬ ମିଳିଥିବା ବେଳେ ଏଫ୍‌ ୧୬କୁ ୧୦ରୁ ୭.୮ ମିଳିଛି ।
ରାଫେଲ୍‌ ଆଧୁନିକ ଜେନେରେସନ୍‌ର । ରାଫେଲ୍‌ ୪.୫ ଜେନେରେସନ୍‌ର ହୋଇଥିବା ବେଳେ ଏଫ୍‌ ୧୬ ୪ର୍ଥ ଜେନେରେସନ୍‌ର ।
ରାଫେଲ୍‌ ପରମାଣୁ ଅସ୍ତ୍ର ବହନ କରିପାରିବ । ମାତ୍ର ଏଫ୍‌ ୧୬ ପରମାଣୁ ଅସ୍ତ୍ର ବହନ କରିପାରିବ ନାହିଁ ।
ଏହାକୁ ଉଡାଉଥିବା ପାଇଲଟଙ୍କ ଦକ୍ଷତା ଉପରେ ବି ବିମାନର କ୍ଷମତା ନିର୍ଭର କରେ । ଭାରତର ପାଇଲଟ୍‌ ପୁରୁଣା ମିଗ୍‌ ୨୧ରେ ପାକିସ୍ତାନର ଏଫ୍‌ ୧୬କୁ ଖସାଇ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.