ବିବାଦ ତୁଟାଇବାକୁ ଭାରତର ଉଦ୍ୟମ ! ରାଜନୈତିକ ସ୍ଵାର୍ଥ ହାସଲ ପାଇଁ ସୀମା ବିବାଦକୁ ଉସକାଉଛନ୍ତି ନେପାଳ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | June 16, 2020 IST

ନୂଆଦିଲ୍ଲୀ ୧୬।୦୬: ଗୋଟିଏ ପଟେ କରାନା ମହାମାରୀ ଭଳି ବିପତ୍ତି ଦେଖାଦେଇଥିବା ବେଳେ ଅନ୍ୟପଟେ ସୀମା ବିବାଦ । ଯାହାକି ଭାରତ-ନେପାଳ ମଧ୍ୟରେ ଚାଲିଛି । ଉଭୟ ଦେଶ ମଧ୍ୟ ସୀମା ବିବାଦ ନେଇ ବିବାଦ ଦିନକୁ ଦିନ ବଢିଚାଲିଛି । ଗୋଟିଏ ପଟେ ବିବାଦୀୟ ଅଞ୍ଚଳକୁ ଭାରତ ଦାବି କରୁଥିବା ବେଳେ ନେପାଳ ନିଜ ଆସେମ୍ବଲିରେ ଏକ ବିଧେୟକ ପାସ୍‌ କରିସାରିଛି । ଯେଉଁ ବିଧେୟକରେ ବିବାଦୀୟ ଅଞ୍ଚଳ ନେପାଳର ବୋଲି ଦର୍ଶାଯାଇଛି ।  ଯାହାକୁ ଭାରତ କଡା ବିରୋଧ କରୁଛି । କିନ୍ତୁ ଏଠି କଥା ଉଠୁଛି ଯେ, ନେପାଳ ସାମୀ ବିବାଦ ଆଳରେ କଣ ଲୁଚାଇବାକୁ ଚେଷ୍ଟା କରୁଛି । ନିଜ ଦେଶରେ ଜାରି ରହିଥିବା ବିବାଦ ଓ ନିଜ ରାଜନୈତିକ ଫାଇଦା ଉଠାଇବାକୁ ଏହି ସବୁ ବିବାଦ ଆରମ୍ଭ କରାଯାଇନାହିଁ ତ । ତେବେ ବିବାଦକୁ ଦେଖି ଭାରତ ଏବେ ନେପାଳ ସହିତ ସୀମା ପ୍ରସଙ୍ଗ ନେଇ ଆଲୋଚନ କରିବାକୁ ପ୍ରସ୍ତୁତି କରୁଛି । ନୂଆଦିଲ୍ଲୀ-କାଠମାଣ୍ଡୁ ମଧ୍ୟରେ ଚାଲିଥିବା ତିକ୍ତତାର ଅନ୍ତ ଘଟାଇବାକୁ ଭାରତ ଉଦ୍ୟମ ଚଳାଇଛି । ଏକ ଅଧିକାରୀକ ସୁତ୍ରନୁଯାୟୀ ଭାରତ ସୀମା ବିବାଦର ସମାଧାନ କରିବା ପାଇଁ କାଠମାଣ୍ଡୁ ସହିତ କଥା ହେବା ପାଇଁ ପ୍ରସ୍ତୁତ ରହିଛି ।  ଯଦି ଓଲି ସରକାର ଅନୁକୂଳ ପରିବେଶ ଓ ସକରାତ୍ମକ ସ୍ଥିତି ବଜାୟ ରଖିବା ତେବେ ଆଲୋଚନ କରାଯିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ନେପାଳ ସରାକରଙ୍କ ଦ୍ୱାରା ଜାରି ହୋଇଥିବା ବିବାଦୀୟ ମାନଚିତ୍ରକୁ ନେପାଳ ସଂସଦରେ ମଂଜୁରୀ ନେବା ପକ୍ରିୟାକୁ ସ୍ଥଗିତ ରଖିବା ପାଇଁ ସନ୍ଦେଶ ପଠାଇଛି ଭାରତ । ସୋମବାର ଦିନ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଭାରତ-ନେପାଳ  ବିଷୟରେ ଉଦାହରଣ ଦେଇ କହିଥିଲେ କି ଦୁଇ ଦେଶ ମଧ୍ୟରେ ଅତୁଟ ସମ୍ପର୍କ । ଦୁଇ ଦେଶ ମଧ୍ୟର ରୋଟି ଓ ବେଟିର ସମ୍ପର୍କ ରହିଛି , ଯାହାକି କେତେବେଳେ ପାଇଁ ଭୁଲି ହେବ ନାହିଁ । ଏହାକୁ ସମାଧାନ କରିହେବ ।

ନେପାଳ ନିଜ ନକ୍ସାକୁ ମଞ୍ଜୁରୀ ଦେବା ପାଇଁ ସମ୍ବିଧାନରେ କିଛି ସଂଶୋଧନ ପାଇଁ ଏକ ବିଧେୟକ ପାରିତ କରିବା ପାଇଁ ଆଗକୁ ପାଦ ବଢାଉଛି । ଯେଉଥିରେ କାଳାପାନି, ଲିପୁଲେଖ ଓ ଲିପିୟାଧୁରା ରହିଛି । ଉତ୍ତରଖଣ୍ଡର ଏହି କ୍ଷେତ୍ର ସବୁକୁ ନେପାଳ ନିଜର ବୋଲି ଦାବି କରୁଛି । ଏହି  ବିବାଦୀୟ ବିଲ୍‌ଟି ନେପାଳର ପ୍ରତିନିଧି ସଭାରେ ପାରିତ ହୋଇସାରିଛି । ଏବେ ଉଚ୍ଚ ସଦନ ଓ ରାଷ୍ଟ୍ରୀୟ ସଭାରେ ପାରିତ ହେବା ବାକି ଅଛି । କିନ୍ତୁ ଉଚ୍ଚ ସଦନର ସଭ୍ୟମାନେ ଏହି ବିଲ୍‌ ପାରିତ କରିବା ପୂର୍ବରୁ ଭାରତ ସହିତ କଥାବାର୍ତ୍ତା ହେବାକୁ ଆହ୍ୱାନ ଦେଇସାରିଛନ୍ତି ।  ନେପାଳରେ ମଧ୍ୟ ଏହାକୁ ନେଇ କିଛି ଆନ୍ଦୋଳନ ହେଉଛି । କିନ୍ତୁ କଥା ଉଠୁଛି ଯେ, ଯଦି ଦେଶ ଭିତରେ ନକ୍ସାକୁ ନେଇ ଅସନ୍ତୋଷ ଜାରି ରହିଛି । ତେବେ ଓଲି ସରକାର ଏହି ବିଲ୍‌କୁ ପାରିତ କରିବା ପାଇଁ ଏତେ ବ୍ୟାକୁଳ କାହିଁକି ।

ସେପଟେ କିଛି ବିଶେଷଜ୍ଞଙ୍କ ଅନୁଯାୟୀ ନେପାଳରେ ଘରୋଇ ସଙ୍କଟରୁ ନଜର ହଟାଇବା ଲାଗି ଏବଂ  ଓଲି ସରକାର ନିଜର ରାଜନୈତିକ ମହତ୍ଵାକାଂକ୍ଷୀ ହାସଲ ପାଇଁ ଭାରତ ସହ ସୀମା ବିବାଦ ଲଗାଇଛନ୍ତି। ଚୀନର କଥାରେ ଭଳି ନେପାଳ ବାଡରେ ଲୁଗା କାନି ପକାଇ ଭାରତ ସହ କଳି କରୁଛି। ନେପାଳର କମ୍ୟୁନିଷ୍ଟ ସରକାର ଲିପୁଲେଖ, କାଲାପାନି ଓ ଲିମ୍ପିୟାଧୁରାକୁ ନିଜର ଅଞ୍ଚଳ ଦର୍ଶାଇ ବିବାଦୀୟ ନୂତନ ମାନଚିତ୍ର ସମ୍ବନ୍ଧିତ ବିଧେୟକକୁ ସଂସଦର ନିମ୍ନ ସଦନରେ ପାରିତ କରାଇ ସାରିଛି। ଏହା ଉପରେ ଭାରତ ପ୍ରତିକ୍ରିୟା ଦେଇ କହି ସାରିଛି ଯେ, ନେପାଳର କୃତ୍ରିମ କ୍ଷେତ୍ର ବିସ୍ତାରକୁ ସ୍ଵୀକାର କରାଯାଇ ପାରିବ ନାହିଁ। ଚୀନ୍‌ର ଯେପରି ବିସ୍ତାର ରାଜନୀତି କରୁଛି । ଅନ୍ୟ ଅଞ୍ଚଳକୁ ନିଜ ଅଞ୍ଚଳ ବୋଲି ଦାବି କରିବା । ଏବେ ନେପାଳ ମଧ୍ୟ ସେହିପରି କାର୍ଯ୍ୟ କରୁଛି ।

ଖବରନୁସାରେ ନେପାଳର ଘରୋଇ ରାଜନୀତିରେ ଓଲିଙ୍କ ଭବିଷ୍ୟତ ଅସୁରକ୍ଷିତ ରହିଛି। ଓଲି ନିଜର ପ୍ରଧାନମନ୍ତ୍ରୀ ଗାଦି ବଞ୍ଚାଇବାକୁ ଚାହୁଁଛନ୍ତି। ଆର୍ଥିକ ମୋର୍ଚ୍ଚାରେ ସରକାରଙ୍କ ବିଫଳତାକୁ ନେଇ ନେପାଳରେ ବହୁତ ପ୍ରଦର୍ଶନ ହୋଇଛି। ନେପାଳି କମ୍ୟୁନିଷ୍ଟ ପାର୍ଟି ଏବେ ଏହି ସବୁ ପ୍ରସଙ୍ଗ ଏବଂ ଘରୋଇ କନ୍ଦଳରୁ ନଜର ହଟାଇବା ଲାଗି ଭାରତ ସହ ଜାଣିଶୁଣି ସୀମା ବିବାଦ ଆରମ୍ଭ କରିଛି। ଅନ୍ୟପଟେ ଚୀନ ନେପାଳରେ  ବିପୁଳ ମାତ୍ରାରେ ନିବେଶ କରୁଛି। ଭାରତକୁ ଚେକ୍‌ ଦେବା ଲାଗି ଚୀନ ଏବେ ନେପାଳକୁ ମୋହର କରୁଛି। ତେଣୁ ନେପାଳ ଏବେ ଚୀନ ପ୍ରରୋଚନାରେ ପଡି ଭାରତ ସହିତ ସୀମା ବିବାଦ ଆରମ୍ଭ କରି ଦେଇଛି।

ବିଶେଷଜ୍ଞଙ୍କ ଅନୁଯାୟୀ ଗତ କିଛି ମାସ ହେବ ସୀମା ବିବାଦକୁ କେନ୍ଦ୍ର କରି ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇଛି। ବିଶେଷ କରି କେପି ଶର୍ମା ଓଲିଙ୍କ କମ୍ୟୁନିଷ୍ଟ ସରକାର କ୍ଷମତାକୁ ଆସିବା ପରେ ଭାରତ ପ୍ରତି ନେପାଳର ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି। ଚୀନର ପ୍ରରୋଚନାରେ ପଡି ଭାରତ ବିରୋଧୀ ଆଭିମୁଖ୍ୟ ନେଇ କାମ କରୁଥିବା ଓଲି ସରକାର ଏବେ ମାନଚିତ୍ର ପରିବର୍ତ୍ତନର ନାଟକ କରୁଛନ୍ତି।  ତାହା ପଛରେ ତାଙ୍କର ରାଜନୈତିକ ଅଭିସନ୍ଧି ରହିଛି। ନେପାଳରେ ଭାରତ ବିରୋଧୀ ମନୋଭାବ ସୃଷ୍ଟି କରି ନିଜର ରାଜନୈତିକ ଲକ୍ଷ୍ୟ ପୂରଣ କରିବାକୁ ଚାହୁଁଛନ୍ତି। ବିବାଦର ସମାଧାନ ପାଇଁ ଭାରତ ସହିତ ଆଲୋଚନା ନକରି ଓଲି ସରକାର ଯେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦୁଇ ଦେଶର ଦ୍ଵିପାକ୍ଷିକ ସଂପର୍କ ଖରାପ ହେଉଛି ।

ନେପାଳ ଅଧିକାଂଶ କ୍ଷେତ୍ରରେ ଭାରତ ଉପରେ ନିର୍ଭରଶୀଳ। ସ୍ଥଳଭାଗରେ ପରିବେଷ୍ଟିତ ଏହି କ୍ଷୁଦ୍ର ଦେଶ ଦୁନିଆ ସହ ଯୋଗାଯୋଗ, ଚଳପ୍ରଚଳ ଓ ବାଣିଜ୍ୟ ବ୍ୟବସାୟ ପାଇଁ ଭାରତ ହେଉଛି ଏହାର ପ୍ରବେଶ ପଥ। ଭାରତରୁ ରିହାତି ଦରରେ ନେପାଳକୁ ସାମଗ୍ରୀ ମିଳିଥାଏ। ଏହା ସତ୍ଵେ ସଂପର୍କର ବାସ୍ତବିକତାକୁ ଭୁଲି ନେପାଳ ପ୍ରଧାନମନ୍ତ୍ରୀ ଚୀନର ଗୋଡାଣିଆ ହୋଇ ନିଜ ପାଇଁ ଗାତ ଖୋଳୁଛି। କଥାରେ ଅଛି ଚୀନ୍‌ କାହାର ବି ନୁହେଁ , ଦିନ ଆସିଲେ ସେ ନିଶ୍ଚୟ ଏକଥା ପ୍ରମାଣିତ କରିବା । ନେପାଳର ଓଲି ସରକାର ଏକଥାକୁ ଜାଣିପାରୁନାହାନ୍ତି କି ଭାରତ ସବୁବେଳେ ମିତ୍ର ଆଉ ମିତ୍ର ହୋଇ ରହିବ । କିନ୍ତୁ ଚୀନ୍‌ ସାଙ୍ଗ ଭଳି ବ୍ୟବହାର କରି ପିଠି ପଛରେ ଛୁରୀ ମାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.