Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଚୀନ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଲାଗି ଭାରତର ପ୍ରସ୍ତୁତି, APIରେ ଡୋପିଂ ରୋଧି ଶୁଳ୍କ ନିମନ୍ତେ ସୁପାରିଶ

24/09/2021 at 9:33 PM

ନୂଆଦିଲ୍ଲୀ ୨୪।୯: ଚୀନ୍‌ ବିରୋଧରେ ଭାରତ ସରକାର ପୁଣି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କିଛି ସମୟ ପୂର୍ବରୁ ଚୀନ୍ ଉପରେ ଭାରତ   ଆର୍ଥିକ ଆକ୍ରମଣ କରିଥିଲା। ଫଳରେ ଅନେକ ମୋବାଇଲ ଆପ୍‌ ଦେଶରେ ନିଷିଦ୍ଧ ହୋଇଯାଇଥିଲା। ଏଥିରେ ମୋଦି ସରକାର ଅନ୍ୟ ଆର୍ଥିକ କଟକଣା ମଧ୍ୟ ଲାଗୁ କରିଥିଲେ। ଏବେ ବାଣିଜ୍ୟ ମନ୍ତ୍ରାଳୟ ଚୀନରୁ ଆମଦାନୀ ହେଉଥିବା ଶସ୍ତା ଔଷଧ କଞ୍ଚାମାଲ ଉପରେ ଡୋପିଂ ରୋଧୀ ଶୁଳ୍କ ଲଗାଇବାକୁ ସୁପାରିଶ କରିଛନ୍ତି।

ଡାଇରେକ୍ଟରେଟ ଜେନେରାଲ ଅଫ ଟ୍ରେଡ ରିମେଡିଜ୍( ଡିଜିଟିଆର) ଯାଞ୍ଚ ପରେ ଏହି ଶୁଳ୍କ ଲାଗୁ ପାଇଁ ସୁପାରିଶ କରିଛନ୍ତି। ଯାଞ୍ଚବେଳେ ଚୀନ୍‌ ଆକ୍ଟିଭ ଫର୍ମାସ୍ୟୁଟିକାଲ ଇଂଗ୍ରିଡେଣ୍ଟସ୍ (ଏପିଆଇ) ଭାରତକୁ ବହୁତ ଶସ୍ତାମୂଲ୍ୟରେ ରପ୍ତାନୀ କରୁଥିବା ଜଣାପଡିଥିଲା।  ଫଳରେ ଦେଶରେ ଏପିଆଇ ଉତ୍ପାଦନ କରୁଥିବା ଘରୋଇ ଉଦ୍ୟୋଗମାନେ ଗୁରୁତର ପ୍ରଭାବିତ ହେଉଛନ୍ତି। ଏଣୁ ନିର୍ଦ୍ଦେଶାଳୟ ଏ ନେଇ ଏକ ଅଧିସୂଚନା ଜାରି କରିଥିବା ବେଳେ ଏପିଆଇ ଆମଦାନୀରେ ଡୋପିଂ ରୋଧୀ ଶୁଳ୍କ ଲାଗୁ ନିମନ୍ତେ ସୁପାରିଶ କରୁଥିବା ସୂଚିତ କରିଛନ୍ତି।

ଏଥିରେ ଭାରତ ଆମଦାନୀ କରୁଥିବା ଏପିଆଇ ସେଫ୍ଟ୍ରିଆକ୍ସନ ସୋଡିୟମ ଷ୍ଟେରାଇଲ ମଧ୍ୟ ରହିଛି। ଏହି ଏପିଆଇର ଉପଯୋଗ ନିମ୍ନ ଶ୍ୱାସନ ସଂକ୍ରମଣ ଲାଗି ଔଷଧ ପ୍ରସ୍ତୁତି ସମେତ ତ୍ୱଚା ସଂକ୍ରମଣ ଜନିତ ରୋଗର ଔଷଧ ପ୍ରସ୍ତୁତିରେ ହେଉଥିଲା। ଏ ନେଇ ନେକ୍ଟର ଲାଇଫ ସାଇନ୍ସେସ୍ ଓ ଷ୍ଟେରାଇଲ ଇଣ୍ଡିଆ ଡିଜିଟିଆରଙ୍କ ନିକଟରେ ଅଭିଯୋଗ କରିଥିଲେ। ଯାଞ୍ଚପରେ ଡୋପିଂ ଶୁଳ୍କ ଲାଗୁ ପାଇଁ ସୁପାରିସ ହୋଇଛି।

   Related Posts