Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ସମ୍ପତ୍ତି ପାଇଁ ଭାଇ ହେଲା ବଇରୀ, ରକ୍ତ ସମ୍ପର୍କକୁ ଭୁଲି ମାରି ପୋଡିଦେଲେ ସାନ ଭାଇକୁ
  • ||
  • ନୟାଗଡ : ଗ୍ରାମବାସୀଙ୍କ ମାଡରେ ଲୁଟେରା ମୃତ ! ଚେନ୍ ଲୁଟ୍ ଉଦ୍ୟମ ବେଳେ ଧରି ଛେଚିଥିଲେ ଲୋକେ
  • ||
  • ମଣ୍ଡିରେ ବିକ୍ରି ହେଉନି ଧାନ, ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୨୭୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଟଙ୍କା ଦେବାକୁ ମନା କରିବାରୁ ରକ୍ତ ସମ୍ପର୍କ ଭୁଲିଗଲା ମଦ୍ୟପ ପୁଅ, କଟୁରୀରେ ବାପାକୁ ହାଣିଦେଲା
  • ||
  • ନୟାଗଡ : ଲୁଟ୍ ଉଦ୍ୟମ ବେଳେ ଗାଁ ଲୋକଙ୍କ ମାଡରେ ଲୁଟେରା ମୃତ
  • ||
  • ଧର୍ମଗଡ : ରୋଷେଇ ଗ୍ୟାସ୍‌ରୁ ଲାଗିଲା ନିଆଁ, ଯୁବତୀ ଜୀବନ୍ତ ଦଗ୍ଧ
  • ||
  • ଭୁବନେଶ୍ବର : କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ହୁତୁହୁତୁ ହୋଇ ଜଳୁଛି ସଂରକ୍ଷିତ ଜଙ୍ଗଲ, ଗାଁ ମୁହାଁ ବନ୍ୟଜନ୍ତୁ
  • ||

ଭାରତ ବନାମ ଇଂଲଣ୍ଡ: ପିଙ୍କ୍ ବଲ୍ ଟେଷ୍ଟରେ କିଛି ଏମିତି ହୋଇପାରେ ଭାରତର ପ୍ଲେଇଙ୍ଗ୍ ଇଲେଭେନ

23/02/2021 at 5:51 PM

ନୂଆଦିଲ୍ଲୀ ୨୩।୦୨:  ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ତୃତୀୟ ଟେଷ୍ଟ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଫେବୃଆରୀ ୨୪ରୁ ଖେଳାଯିବ। ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ପିଙ୍କ୍ ବଲ୍‌ରେ ଖେଳାଯିବ। ଭାରତରେ ଏହା ଦ୍ଵିତୀୟ ଦିବାରାତ୍ର ଟେଷ୍ଟ। ଏହା ପୂର୍ବରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଇଡେନ ଗାର୍ଡେନ୍ସରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା। ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ଶୃଙ୍ଖଳା ୧-୧ରେ ରହିଛି। ଜାଣନ୍ତୁ ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ କଣ ହୋଇପାରେ ଭାରତ ଚୂଡାନ୍ତ ଏକାଦଶ।

ଓପନର– ଭାରତୀୟ ଓପନିଂ ଯୋଡିରେ କୌଣସି ଆଶଙ୍କା ନାହିଁ। ରୋହିତ ଶର୍ମା ଓ ଶୁବମାନ ଗିଲ୍‌ ଇନିଂସ ଆରମ୍ଭ କରିବେ। ଦ୍ଵିତୀୟ ଟେଷ୍ଟରେ ରୋହିତ ୨୩୧  ବଲ୍‌ରୁ ୧୬୨ ରନର ଦମଦାର ଇନିଂସ ଖେଳିଥିଲେ। ଶୁବମାନ ଗିଲ୍ ମଧ୍ୟ ସଂପୂର୍ଣ୍ଣ ଫିଟ୍ ହୋଇ ସାରିଛନ୍ତି। ଦ୍ଵିତୀୟ ଟେଷ୍ଟ ମ୍ୟାଚ୍‌ରେ ଫିଲ୍ଡିଂ ବେଳେ ସେ ଆହତ ହୋଇଥିଲେ।

ମଧ୍ୟକ୍ରମ- ନମ୍ବର ୩ରେ ଚେତେଶ୍ଵର ପୂଜାରା ଏବଂ ନମ୍ବର ୪ରେ ଅଧିନାୟକ ବିରାଟ କୋହଲି ବ୍ୟାଟିଂ କରିବେ। କୋହଲି ଏକମାତ୍ର ବ୍ୟାଟସମ୍ୟାନ ଯିଏ ପିଙ୍କ ବଲ୍‌ରେ ଶତକ ଅର୍ଜନ କରିଛନ୍ତି। ନମ୍ବର ୫ରେ ଆଜିଙ୍କ୍ୟ ରାହାଣେ ବ୍ୟାଟିଂ କରିବେ। ଏହା ପରେ ଆସିବ ଋଷଭ ପନ୍ତ।

ଅଲରାଉଣ୍ଡର– ରବିଚନ୍ଦ୍ରନ ଅଶ୍ଵିନ ଓ ଅକ୍ଷର ପଟେଲ ସ୍ପିନ ବିଭାଗ ସମ୍ଭାଳିବା ସହିତ ବ୍ୟାଟିଂରେ ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ଦେଉଛନ୍ତି। ଅଶ୍ଵିନ ଦ୍ଵିତୀୟ ଟେଷ୍ଟରେ ୮ ଓ୍ଵିକେଟ୍ ନେବା ସହ ଦମଦାର ଶତକ ଅର୍ଜନ କରିଥିଲେ। ଅକ୍ଷର ପଟେଲ ପଦାର୍ପଣ ମ୍ୟାଚ୍‌ରେ ୭ ଓ୍ଵିକେଟ୍ ନେଇଥିଲେ।

ବୋଲିଂ–  ବୋଲିଂରେ କିଛିଟା ପରିବର୍ତ୍ତନ ହୋଇପାରେ। ଦ୍ଵିତୀୟ ଟେଷ୍ଟରେ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିଲା। ହେଲେ ପିଙ୍କ ବଲ୍ ଟେଷ୍ଟରେ ତାଙ୍କୁ ପୁଣି ଥରେ ଦଳରେ ସାମିଲ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ବୁମରା ସିରାଜଙ୍କ ସ୍ଥାନରେ ଖେଳିବେ। ଉମେଶ ଯାଦବ ଫିଟନେସ୍ ଟେଷ୍ଟ  ପାସ୍ କରିବା ପରେ ସେ ତୃତୀୟ ଟେଷ୍ଟରେ ଖେଳି ପାରନ୍ତି। ସେ କୁଲଦୀପ ଯାଦବଙ୍କ ସ୍ଥାନ ନେବେ। ନିଜର ୧୦୦ତମ ଟେଷ୍ଟ ଖେଳିବାକୁ ଯାଉଥବିା ଇଶାନ୍ତ ଶର୍ମା ଦ୍ରୁତ ବୋଲିଂ ଆକ୍ରମଣର ନେତୃତ୍ଵ ନେବାକୁ ପ୍ରସ୍ତୁତ।

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ସମ୍ଭାବିତ ଖେଳାଳି ଏକାଦଶ

ରୋହିତ ଶର୍ମା, ଶୁବମାନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ଵିନ, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ଉମେଶ ଯାଦବ ଓ ଇଶାନ୍ତ ଶର୍ମା।

   Related Posts