ଭାରତରେ ଟିକାକରଣର ମହାଅଭିଯାନ ଉପରେ ବିଶ୍ୱର ନଜର, ଅନେକ ଦେଶ ଦେଲେ ସାବାସୀ ଓ କଲେ ପ୍ରଶଂସା
17/01/2021 at 11:56 AM

ନୂଆଦିଲ୍ଲୀ,୧୭/୦୧: ଭାରତରେ ଶନିବାରଠାରୁ ବିଶ୍ୱର ସବୁଠାରୁ ବଡ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏହା ଉପରେ ସାରା ବିଶ୍ୱର ନଜର ରହିଛି । ଟିକାକରଣ ଅଭିଯାନ ଆରମ୍ଭ ହେବା ପରେ ଭାରତକୁ ଶୁଭେଚ୍ଛାର ସୂଅ ଛୁଟିଛି ।
ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଓ ଭୁଟାନ ପ୍ରଧାନମନ୍ତ୍ରୀ ଲୋତେ ସେରିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଦେଶର ବୈଜ୍ଞାନିକ ତଥା କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେଇଛନ୍ତି । ମୋଦୀ କହିଛନ୍ତି ଯେ, କରୋନା ଯୋଦ୍ଧାମାନେ ଏହି ଯୁଦ୍ଧରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି ।
Congratulations PM @narendramodi and the Government of India on taking this very important step with this massive #COVID19Vaccination drive. We are starting to see the beginning of the end to this devastating pandemic. @IndiainSL https://t.co/fcx8bO7RfV
— Mahinda Rajapaksa (@PresRajapaksa) January 16, 2021
ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଟ୍ୱିଟ୍ କରି କହିଛନ୍ତି ଯେ, ମୋଦୀ ଓ ଭାରତ ସରକାରଙ୍କୁ ଟିକାକରଣର ଆରମ୍ଭ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିବାରୁ ଶୁଭେଚ୍ଛା । ଏବେ ସମସ୍ତେ ଏହି ଘାତକ ଭାଇରସର ଲୋପ ଦେଖିବା ଆରମ୍ଭ କରିବେ ।
ସେହିପରି ଭୁଟାନ ପ୍ରଧାନମନ୍ତ୍ରୀ ଲୋତେ ସେରିଂ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତୀୟଙ୍କୁ କୋଭିଡ-୧୯ ଟିକାକରଣର ଆରମ୍ଭ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହା କରୋନା ପୀଡାକୁ ଅତିଶୀଘ୍ର ଲାଘବ କରିବ ବୋଲି ଆଶା କରାଯାଉଛି ।
I would like to congratulate PM @narendramodi and the people of India for the landmark launch of nationwide COVID-19 vaccination drive today. We hope it comes as an answer to pacify all the sufferings we have endured this pandemic. https://t.co/f921VupuJn pic.twitter.com/M9q3KKLFo3
— PM Bhutan (@PMBhutan) January 16, 2021
ପ୍ରଧାନମନ୍ତ୍ରୀ ମୋଦୀ ମହିନ୍ଦା ରାଜପକ୍ଷେଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ଦେବା ସହ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ସେ କହିଛନ୍ତି ଯେ, ଧନ୍ୟବାଦ ମହିନ୍ଦା ରାଜପକ୍ଷେ । ଭାରତର ବୈଜ୍ଞାନିକ ଓ ଫ୍ରଣ୍ଟଲାଇନ୍ ଯୋଦ୍ଧା କରୋନା ବିରୋଧରେ ଲଢେଇରେ ସାହସ ଦେଖାଇଛନ୍ତି । କଠିନ ପରିଶ୍ରମ କରିଛନ୍ତି ।ଭାରତର ପ୍ରଚେଷ୍ଟା ଏକ ମାଇଲ ଖୁଣ୍ଟ ବୋଲି ମୋଦୀ କହିଛନ୍ତି । ସେହିପରି ଭୁଟାନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ମୋଦୀ ଧନ୍ୟବାଦ ଜଣାଇଛନ୍ତି ।