ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବେଙ୍ଗାଲୁରୁ: ଶରୀରରୁ ଚର୍ବି ଘଟାଇବା ହେଲା କାଳ, ପ୍ଲାଷ୍ଟିକ ସର୍ଜରୀ ବେଳେ ଅଭିନେତ୍ରୀଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୩ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୫୬୯ କରୋନା ପଜିଟିଭ୍
  • ||
  • ଡାଇଭ୍ ମାରି କ୍ୟାଚ୍ ଧରିଲେ ଜନି ବେୟରଷ୍ଟୋ, ହେଲେ ଅମ୍ପାୟାର କହିଲେ ନଟଆଉଟ୍ ! ଜାଣନ୍ତୁ କାହିଁକି…
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ, ୨ ଗିରଫ
  • ||

ଆଜି ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ

31/08/2018 at 10:43 PM

ନୂଆଦିଲ୍ଲୀ ୧|୯: ଆଜି ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ତାଳକୋଟରା ଷ୍ଟାଡିୟମରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଶୁଭ ଉଦଘାଟନ କରିବେ । ଏହାର ୬୫୦ଟି ଶାଖା ଏବଂ ୩ହଜାର ୨୫୦ଟି ଉପଶାଖା ସାରା ଦେଶରେ କାର୍ଯ୍ୟକାରୀ ହେବ । ଚଳିତବର୍ଷ ଡିସେମ୍ବର ମାସ ୩୧ତାରିଖ ସୁଦ୍ଧା ଆଇପିପିବି ବ୍ୟବସ୍ଥା ସହ ଦେଶର ଏକଲକ୍ଷ ୫୫ହଜାର ଡାକଘର ସହ ସଂଯୋଗ କରାଯିବ । ଏଥିରେ ବ୍ୟାଙ୍କ ଜମାଖାତା, କରେଣ୍ଟ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ ମନି ଟ୍ରାନ୍ସଫର ସହ ବିଭିନ୍ନ ବ୍ୟାଙ୍କିଙ୍ଗ ସୁବିଧା ରହିବ । ଦେଶର କୋଣ ଅନୁକୋଣରେ ଥିବା ଡାକଘର ଗୁଡ଼ିକରେ କାର୍ଯ୍ୟରତ ୩ଲକ୍ଷ ପୋଷ୍ଟ ମ୍ୟାନ୍ ଓ ଗ୍ରାମୀଣ ଡାକସେବକଙ୍କ ଜରିଆରେ ଏହି ବ୍ୟାଙ୍କ ସେବା ଉପଲବ୍ଧ ହେବ।

   Related Posts