ଯିଏ ମାଡ଼ ଖାଇଛି ତା' ନାଁରେ କେସ୍‌: ଜେଏନ୍‌ୟୁ ଛାତ୍ର ସଂସଦ ସଭାନେତ୍ରୀଙ୍କ ନାମରେ ପୋଲିସର ମାମଲା, ବିଭିନ୍ନ ସ୍ଥାନରେ ଏବିଭିପି-ଏନଏସୟୁଆଇ ମୁହାଁମୁହିଁ

Published By : Prameya-News7 Bureau | January 07, 2020 IST

ନୂଆଦିଲ୍ଲୀ୭/୧: ଜେଏନୟୁରେ ହିଂସାକାଣ୍ଡ ଘଟଣା ପ୍ରତିବାଦରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ। ମଙ୍ଗଳବାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଦେଖିବାକୁ ମିଳିଛି। ଜେଏନ୍ୟୁ ଛାତ୍ର ସଂସଦ ସଭାପତି ଆଇଶୀ ଘୋଷଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଜେଏନ୍ୟୁଭିସିଏବେ ପଛ ଘଟଣାକୁ ଭୁଲି ନୂଆ ଆରମ୍ଭ କରିବା ପାଇଁ ଆହ୍ବାନ ଦେଇଛନ୍ତି। ସେପଟେ ଅହମ୍ମଦାବାଦରେ ଏବିଭିପିଓ ଏନ୍ଏସ୍ୟୁଆଇ ଛାତ୍ରଗୋଷ୍ଠୀ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଛି। ଏଥିରେ୧୦ଜଣ ଆହତ ହୋଇଛନ୍ତି।

{"id":208355,"sizeSlug":"large"}

ତେଜୁଛି ଜେଏନ୍‌ୟୁ ଆକ୍ରମଣ ବିବାଦ ଦିଲ୍ଲୀରୁ ମୁମ୍ବାଇ ସାରା ଦେଶକୁ ବ୍ୟାପିଲାଣି ଜେଏନ୍‌ୟୁରେ ଗତ ରବିବାର ହୋଇଥିବା ଆକ୍ରମଣ ଘଟଣା ବିରୋଧରେ ନିଆଁ । ଅହମ୍ମଦାବାଦ୍ ଏବିଭିପି କାର୍ଯ୍ୟାଳୟ ଆଗରେ NSUI କର୍ମୀ ଧାରଣା ଦେଇଥିବା ବେଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଉଭୟ ଗୋଷ୍ଠୀ ପରସ୍ପରକୁ ଠେଙ୍ଗା ଓ ବାଡିରେ ଆକ୍ରମଣ କରିଥିଲେ। ଯେଉଁଥିରେ ଅନେକ କର୍ମୀ ଆହତ ହୋଇଛନ୍ତି।

{"id":208356,"sizeSlug":"large"}

ସେପଟେ ଜେଏନ୍ୟୁ ଛାତ୍ର ସଂସଦ ସଭାପତି ଆଇଶୀ ଘୋଷଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ। ଗତ ୫ ତାରିଖରେ ବିଶ୍ଵବିଦ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ଏବଂ ସିକ୍ୟୁରିଟି ଗାର୍ଡଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗରେ ଆଈଶୀ ଘୋଷଙ୍କ ସମେତ ୨୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବିଶ୍ବବିଦ୍ୟାଳୟ ବାହାରେ ୧୪୪ ଧାରା ଜାରି ରହିଛି।

{"id":208357,"sizeSlug":"large"}

ତେବେ ଜେଏନ୍ୟୁ ଭାଇସଚାନସେଲର ଏମ୍‌. ଜଗଦୀଶ କୁମାର କହିଛନ୍ତି ଯେ ବିତର୍କ ଏବଂ ଆଲୋଚନା ପାଇଁ ଜଣାଶୁଣା ଏହି ବିଶ୍ବବିଦ୍ୟାଳୟରେ ହିଂସାର କୌଣସି ସ୍ଥାନ ନାହିଁ । ଗତ ରବିବାର ହୋଇଥିବା ଆକ୍ରମଣ ଘଟଣା ପାଇଁ ନିଜକୁ ଦାୟୀ କରିଛି ହିନ୍ଦୁ ରକ୍ଷକ ଦଳ ନେତା ପିଙ୍କି ଚୌଧୁରୀ । ଜେଏନୟୁର ଛାତ୍ରଛାତ୍ରୀ ରାଷ୍ଟ୍ର ବିରୋଧୀ ଗତିବିଧିରେ ସାମିଲ ଥିବାରୁ ତାଙ୍କ ସଂଗଠନର କର୍ମୀ  ଏପରି ଆକ୍ରମଣ କରିଥିବା ସେ କହିଛନ୍ତି। ପୋଲିସଏହାର ତଦନ୍ତ କରୁଛି।

{"id":208358,"sizeSlug":"large"}

ଆକ୍ରମଣ ପ୍ରତିବାଦରେ ମୁମ୍ବାଇରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଗେଟ୍  ୱେ ଅଫ୍  ଇଣ୍ଡିଆରେ ଏକାଠି ହୋଇ ପ୍ରତିବାଦ କରିଥିଲେ । ଏହି ସମୟରେ ଜଣେ ଛାତ୍ରୀ ହାତରେ ‘ଫ୍ରୀ କାଶ୍ମୀର’ ପୋଷ୍ଟର ଧରିଥିବା ଦେଖିବାକୁ ମିଳିଥିଲା । ଏହା ସହିତ ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଏହାକୁ ସମର୍ଥନ କରି ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

{"id":208359,"sizeSlug":"large"}

ପଶ୍ଚିମବଙ୍ଗର ଯାଦବପୁର ବିଶ୍ଵବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଛାତ୍ର-ପୁଲିସ ମୁହାଁମୁହିଁ ହୋଇଥିଲେ।ପୋଲିସ ଛାତ୍ରଙ୍କ ଉପରେ ଲାଠିଚାର୍ଜ କରିଥିଲା। ଚେନ୍ନାଇରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏକାଠି ହୋଇ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ। ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ମଧ୍ୟ ଜେଏନ୍ ୟୁ ହିଂସା ବିରୋଧରେ ଶୋଭାଯାତ୍ରା ବାହାରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.