ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଲା ୧୦୦ ତମ ଟେଷ୍ଟ୍ ମ୍ୟାଚ୍

Published By : Prameya-News7 Bureau | December 26, 2020 IST

ମେଲବର୍ଣ୍ଣ,୨୬/୧୨: ଅଷ୍ଟ୍ରେଲିଆର ଐତିହାସିକ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୧୦୦ ତମ ଟେଷ୍ଟ୍ ମ୍ୟାଚ୍ ଖେଳାଯାଉଛି । ଶନିବାର ଏହି ଟେଷ୍ଟ୍ ଆରମ୍ଭ ହୋଇଛି ।ଏହି ଟେଷ୍ଟକୁ ଏକ ମାଇଲ ଷ୍ଟୋନ ବୋଲି କୁହାଯାଉଛି ।

ଶନିବାର ଖେଳାଯାଇଥିବା ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଚ୍ୟାଲେଞ୍ଜ୍ ଦେଉଛନ୍ତି । କିନ୍ତୁ ଇତିହାସ ସାକ୍ଷୀ ରହିଛି ଯେ, ଅଷ୍ଟ୍ରେଲିଆ ଅନ୍ୟ ଦଳ ସହ ଭାରତ ବିପକ୍ଷରେ ମଧ୍ୟ ନିଜର ଦବଦବା ଜାହିର ରଖିଛି । ଏବେସୁଦ୍ଧା ଖେଳାଯାଇଥିବା ୯୯ ମ୍ୟାଚରୁ ଅଷ୍ଟ୍ରେଲିଆ ୪୩ଟି ମ୍ୟାଚ୍ ଜିତିଥିବା ବେଳେ ଭାରତ ୨୮ଟି ଜିତିଛି । ଅନ୍ୟପଟେ ୨୭ଟି ମ୍ୟାଚ୍ ଡ୍ର ରହିଛି ।

ଉଭୟ ଦଳ ୧୯୪୭ ମସିହାରେ ପ୍ରଥମେ ଟେଷ୍ଟ୍ କ୍ରିକେଟ ଖେଳିଥିଲେ । ୫ ମ୍ୟାଚ୍ ବିଶିଷ୍ଟ ସେହି ସିରିଜରେ ଅଷ୍ଟ୍ରେଲିଆ ୪-୦ରେ ଜିତି ନେଇଥିଲା । ଏହି ସିରିଜ ଅକ୍ଟୋବର ୧୭ ୧୯୪୭ରୁ ଆରମ୍ଭ ହୋଇ ୧୯୪୮ ଫେବ୍ରୁଆରୀ ୨୦ ଯାଏଁ ଚାଲିଥିଲା । ଏହି ଟେଷ୍ଟରେ ବ୍ରାଡମ୍ୟାନ୍ ୭୧୫ ରନ୍ କରିଥିଲେ । ଭାରତ ପକ୍ଷରୁ ବିଜୟ ହଜାରେ ୪୨୯ ରନ୍ କରିଥିଲେ । ଭାରତ ପକ୍ଷରୁ ଲାଲା ଅମରନାଥ ୧୩ଟି ଓ୍ୱିକେଟ୍ ନେଇଥିଲେ ।

୧୯୯୬-୧୯୯୭ରୁ ଉଭୟ ଦେଶ ମଧ୍ୟରେ ହେଉଥିବା ଟେଷ୍ଟ ସିରିଜକୁ ବର୍ଡର-ଗାଭାସ୍କର ଟ୍ରଫି କୁହାଯାଏ । ସୁନିଲ ଗାଭାସ୍କର ଓ ଆଲନ ବର୍ଡର ଉଭୟ ଦଳର ମହାନ ଖେଳାଳି ଓ ଅଧିନାୟକ ରହିଥିଲେ । ଗାଭାସ୍କରଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆକୁ ଘରୋଇ ମାଟିରେ ହରାଇଥିବା ବେଳେ ୨୦୧୮ରେ ଅଷ୍ଟ୍ରେଲିଆକୁ ନିଜ ମାଟିରେ ୨-୧ରେ ପରାସ୍ତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.