Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଚୀନକୁ ଆଉ ଏକ ଝଟ୍‌କା ଦେବାକୁ ଭାରତର ପ୍ରସ୍ତୁତି, ଫାର୍ମା ଇଣ୍ଡଷ୍ଟ୍ରିକୁ ନେଇ ସରକାରଙ୍କ ଏପରି ନିଷ୍ପତ୍ତି

29/10/2020 at 4:20 PM

ନୂଆଦିଲ୍ଲୀ ୨୯/୧୦:  ସୀମାରେ ବିବାଦ ଲାଗି ରହିଥିବା ବେଳେ ପୁଣି ଥରେ ଚୀନକୁ ମୁହଁତୋଡ଼ ଜବାବ ଦେବାକୁ ଭାରତ ପ୍ରସ୍ତୁତି କରୁଥିବା ସୂଚନା ମିଳିଛି। ନିକଟରେ ଚୀନର ବିଭିନ୍ନ ମୋବାଇଲ୍‌ ଆପ୍ଲିକେସନ୍‌ ବ୍ୟାନ କରିଥିଲେ ଭାରତ ସରକାର। ଲଗାତର ଚୀନକୁ ଆର୍ଥିକ ଝଟ୍‌କା ଦେବାକୁ ଯୋଜନା କରୁଥିବା ଭାରତ ଏବେ ଫାର୍ମା ଇଣ୍ଡଷ୍ଟ୍ରି କ୍ଷେତ୍ରରେ ନିୟମର ସରଳୀକରଣ କରି ଡ୍ରାଗନକୁ ମାତ୍‌ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଫାର୍ମା ଓ ମେଡିକାଲ୍‌ ଉପକରଣ ନିର୍ମାଣ କମ୍ପାନୀଗୁଡ଼ିକ ପାଇଁ ପ୍ରଡକ୍ସନ ଲିଙ୍କଡ୍‌ ଇନ୍‌ସେଣ୍ଟିଭ୍‌ସ୍‌ (ପିଏଲଆଇ) ଯୋଜନାର ସର୍ତ୍ତଗୁଡ଼ିକୁ ସରଳ କରିଛନ୍ତି କେନ୍ଦ୍ର ସରକାର। ମେଡିକାଲ ଉପକରଣ ଓ ଔଷଧ ପାଇ କଞ୍ଚାମାଲ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ପିଏଲଆଇ ଜରିଆରେ ଲାଭ ଉଠାଇବାକୁ ସରକାର ଫରାମର୍ଶ ଦେଇଛନ୍ତି । ସେପଟେ ପିଏଲଆଇ ଯୋଜନାରେ ଆବେଦନ କରିବା ତାରିଖକୁ ୩୦ ନଭେମ୍ବର ଯାଏଁ ଘୁଞ୍ଚାଇ ଦିଆଯାଇଛି। ଏହା ବ୍ୟତୀତ ୧୦ଟି ମେଡିକାଲ୍‌ ଉପକରଣ ଉତ୍ପାଦନ ଉପରେ ନ୍ୟୁନତମ ବାର୍ଷିକ ଉତ୍ପାଦନ ସର୍ତ୍ତରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର।

ଗତ ସପ୍ତାହରେ ନୀତି ଆୟୋଗ ମୁଖ୍ୟ ଅମିତାଭ କାନ୍ତ ଓ ଅନ୍ୟ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ନିୟମର ପରିବର୍ତ୍ତନ ପରେ ଡେଡଲାଇନ୍‌ ବଢ଼ାଇ ଦିଆଯାଇଥିବା ଜଣାପଡ଼ିଛି।

ଫାର୍ମାସିଟିକାଲ୍ସ ବିଭାଗ ଏଭଳି ନିୟମ ଲଗାଇବାର ମୁଖ୍ୟ କାରଣ ହେଉଛି ମେଡିକାଲ ଉପକରଣ ତଥା ମେଡିସିନ୍‌ ପାଇ ଚୀନ ଉପରେ ନିର୍ଭଶୀଳତା କମ କରିହେବ। ପେନ୍‌ସିଲିନ୍‌ ଜି ଭଳି ମେଡିସିନ୍‌ ତିଆରି କରିବା ପାଇଁ ନିର୍ମାତାଙ୍କ  ପାଇଁ କେନ୍ଦ୍ର ସରକାର ୪୦୦ କୋଟି ଟଙ୍କାର ଆଧାର ସୀମା ନିର୍ଦ୍ଧାରିତ କରିଥିଲେ। ଏହା ବ୍ୟତୀତ ଅନ୍ୟ ୩୭ ମେଡିସିନ୍‌ ନିର୍ମାତାଙ୍କ ପାଇଁ ୨୦-୫୦ କୋଟି ଆଧାର ସୀମା ଧାର୍ଯ୍ୟ କରାଯାଇଥିଲା। ଏହାସହ ମେଡିକାଲ ଡିଭାଇସ୍‌ ପ୍ଲାଣ୍ଟସ୍‌ ପାଇଁ ଆଧାର ସୀମା ୧୮୦ କୋଟି ଟଙ୍କା ଥିଲା।  

   Related Posts