ବୁଡାଜାହାଜରୁ ୫ହଜାର କିଲୋମିଟର ଦୂର ଲକ୍ଷଭେଦ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ନିର୍ମାଣ ପାଇଁ ଭାରତର ଯୋଜନା

Published By : Prameya-News7 Bureau | January 26, 2020 IST

ନୂଆଦିଲ୍ଲୀ ୨୬।୧: ଡିଫେନନ୍ସ ରିସର୍ଚ୍ଚ ଆଣ୍ଡ୍‌ ଡେଭଲପମେଣ୍ଟ ଅର୍ଗାନାଇଜେସନ (ଡିଆରଡିଓ) ପକ୍ଷରୁ ବୁଡାଜାହାଜରୁ ୫୦୦୦ କିଲୋମିଟର ଦୂରତା ମଧ୍ୟରେ ଲକ୍ଷଭେଦ କରିବା ଭଳି କ୍ଷେପଣାସ୍ତ୍ର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଏହି କ୍ଷେପଣାସ୍ତ୍ରଟି ଅଗ୍ନି-୫ କ୍ଷେପଣାସ୍ତ୍ରର ସମକକ୍ଷ ହେବ। ଯାହାକି ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରିହେବ ।

ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରରେ କେ-ସିରିଜ ଲେବେଲ ବ୍ୟବହାର ହେବ। ଏହି କ୍ଷେପଣାସ୍ତ୍ର ସମଗ୍ର ଏସିଆ, ଆଫ୍ରିକାର କିଛି ଅଂଶ, ୟୁରୋପ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସମେତ ଦକ୍ଷିଣ ଚୀନ୍‌ ସାଗର ମଧ୍ୟକୁ ଲକ୍ଷଭେଦ କରିପାରିବ।

ସପ୍ତାହରେ ଦୁଇ ଥର ପରୀକ୍ଷା କରାଯାଇଥିବା ୩୫୦୦ କିଲୋମିଟର ଦୂରଗାମୀ ‘କେ-୪’ କ୍ଷେପଣାସ୍ତ୍ର ସଂପୂର୍ଣ୍ଣ ହୋଇସାରିଛି ବୋଲି ଅଧିକାରୀମାନେ କହିଛନ୍ତି । ମାତ୍ର ଡିଆରଡିଓ ଏନେଇ କିଛି କହିନାହିଁ। ‘କେ-୪’ କ୍ଷେପଣାସ୍ତ୍ରର ଉଚ୍ଚତା ୩ ମିଟର ରହିଛି । ଏହା କଠିନ ଇନ୍ଧନରେ ଚାଲେ । ଏଥିରେ ଏକ ଟନର ପାରମାଣବିକ ଓ୍ଵାରହେଡ୍‌ ଲଗାଯାଇଛି । ଦୁଇ ଥର ଯାକ ଏହା ପାଣି ଭିତରେ ପରୀକ୍ଷଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.