Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଏପ୍ରିଲ ୧୬ ରୁ ୨୦ ତାରିଖ ମଧ୍ୟରେ ଭାରତ ପୁଣି ହମଲା କରିପାରେ ବୋଲି କହିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ କୁରେସି

7/04/2019 at 6:16 PM

ନୂଆଦିଲ୍ଲୀ ୭/୪ : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେସି ଏକ ବଡ ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ, ଭାରତ ପୁଣିଥରେ ହମଲା କରିବା ପାଇଁ ଯୋଜନା କରୁଛି | ଭାରତ ଏପ୍ରିଲ ୧୬ରୁ ୨୦ ତାରିଖ ମଧ୍ୟରେ ପୁଣିଥରେ ପାକିସ୍ତାନ ଉପରେ ହମଲା କରିପାରେ | ଏନେଇ ସେ ଜାତିସଂଘର ୫ଟି ସ୍ଥାୟୀ ସଦସ୍ୟଙ୍କୁ ସୂଚନା ଦେଇଛନ୍ତି |


ତେବେ ତାଙ୍କ ପାଖରେ ହମଲା ସମ୍ପର୍କିତ କଣ ଖବର ଅଛି ସେ ସମ୍ପର୍କରେ କିଛି ପ୍ରକାଶ କରି ନାହାନ୍ତି | ତେବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସେ ସମ୍ପର୍କରେ ପାକିସ୍ତାନୀବାସୀଙ୍କୁ ସୂଚନା ଦେବେ ବୋଲି କହିଛନ୍ତି କୁରେସି |


ଗତ ଫେବୃଆରୀ ୧୪ ତାରିଖରେ କାଶ୍ମୀରର ପୁଲୱାମାରେ ପାକିସ୍ତାନୀ ଆତଙ୍କବାଦୀ ଆତ୍ମଘାତୀ ହମଲା କରିଥିଲେ | ଯେଉଁଥିରେ ୪୨ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ | ଏହାପରେ ଫେବୃଆରୀ ୨୬ ତାରିଖରେ ଭାରତୀୟ ବାୟୁସେନା ପାକିସ୍ତାନର ଵାଲାକୋଟ ଥରେ ଏୟାର ଷ୍ଟ୍ରାଇକ କରିଥିଲା ଏବଂ ଆତଙ୍କବାଦୀ ଶିବିର ଧ୍ବଂସ କରିଥିଲା |ଏହାପରେ ପାକିସ୍ତାନ ନିଜର ଅନେକ ବିମାନବନ୍ଦର ବନ୍ଦ ରଖିଥିଲା | ଶନିବାର ଦିନ ଭାରତ ସହ ଜଡିତ ୧୧ ବିମାନବନ୍ଦରରୁ ଗୋଟିଏ ବିମାନବନ୍ଦରକୁ ଖୋଲିଥିଲା |


ଏହା ପୂର୍ବରୁ ଇମ୍ରାନ ଖାନ ଆମେରିକାର ଖବରକାଗଜ ଫରେନ ପଲିସୀକୁ କହିଥିଲେ ଯେ, ଏଫ-୧୬ ବିମାନକୁ ଧ୍ବଂସ କରିଥିବା ନେଇ ବିଜେପି ମିଛ ଖବର ପ୍ରସାର କରି ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା | ଆମେରିକାର ରକ୍ଷା ଅଧିକାରୀ ନିଜେ କହିଥିଲେ ଯେ, ପାକିସ୍ତାନ ସୀମାରୁ ଏଫ-୧୬ ବିମାନ ଗାୟବ ହୋଇନଥିଲା | ତେବେ ବିଜେପି ନିଜ ଫାଇଦା ପାଇଁ ଏସବୁ କହିଥିଲା ବୋଲି ସେ କହିଛନ୍ତି |


ଭାରତର ସୁରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ପାକିସ୍ତାନର ଏଫ-୧୬ ବିମାନ ବ୍ୟବହାର କରୁଥିବା ଏମ୍ରମ ମିସାଇଲର ଟୁକୁଡା ପ୍ରମାଣ ହିସାବରେ ପେଶ କରାଯାଇଥିଲା |

   Related Posts