ବିଦେଶ କମ୍ପାନୀକୁ ଭାରତ ଆଣିବାକୁ ମୋଦି ସରକାରଙ୍କ ମେଗା ପ୍ଲାନ ! କ'ଣ ପଡିବ ପ୍ରଭାବ...

Published By : Prameya-News7 Bureau | May 12, 2020 IST

ନୂଆଦିଲ୍ଲୀ ୧୨/୦୫ : କରୋନା ମହାମାରୀ ଯୋଗୁଁ ସାରା ଲକ ଡାଉନ ରହିଛି | ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ଲକ ଡାଉନ ଜାରି ରହିଛି | ମେ ୩ ତାରିଖ ଦିନ ଦ୍ୱିତୀୟ ପର୍ଯ୍ୟାୟ ଲକ ଡାଉନ ଶେଷ ହୋଇଥିଲା ଏବଂ ମେ ୪ ତାରିଖରୁ ମେ ୧୭ ତାରିଖ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ଲକ ଡାଉନ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି | ଲକ ଡାଉନ ଯୋଗୁଁ ଦେଶରେ ଅନେକ ଆର୍ଥିକ ସଙ୍କଟ ଦେଖାଦେଇଛି | ଅର୍ଥ ବ୍ୟବସ୍ଥା ସୁଧାରିବା ପାଇଁ କେନ୍ଦ୍ର ସରକାର ନୂଆ ନିବେଶକଙ୍କୁ ଭାରତକୁ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି | ରିପୋର୍ଟ ଅନୁଯାୟୀ, ଏହି ଯେଉଁସବୁ କମ୍ପାନୀକୁ ଭାରତକୁ ଅଣାହେବ ସେହି କମ୍ପାନୀଗୁଡିକୁ ଅନେକ ରିହାତି ଦିଆଯାଇପାରେ ଯାହାର ସକାରାତ୍ମକ ପ୍ରଭାବ ଘରୋଇ ବଜାରରେ ପଡିବ | 

ଦେଶର ଅର୍ଥ ବ୍ୟବସ୍ଥାକୁ ପୁଣିଥରେ ଟ୍ରାକକୁ ଆଣିବା ପାଇଁ ସରକାର ଲଗାତାର ବିଭିନ୍ନ ପଦକ୍ଷେପ ନେଉଛନ୍ତି | ସରକାର ବର୍ତ୍ତମାନ କିଛି ବିଦେଶୀ କମ୍ପାନୀକୁ ଭାରତକୁ ଆଣିବା ପାଇଁ ଯୋଜନା କରୁଛନ୍ତି | ରିପୋର୍ଟ ଅନୁଯାୟୀ, କମ୍ପାନୀଗୁଡିକୁ ୧୦ ବର୍ଷ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଟ୍ୟାକ୍ସ ଛାଡ କରିବା ପାଇଁ ବିଚାର କରାଯାଉଛି |

 ଟାଇମ୍ସ ଅଫ ଇଣ୍ଡିଆ ଖବର ଅନୁଯାୟୀ, ବିଦେଶୀ କମ୍ପାନୀଗୁଡିକୁ ବିନିଯୋଗ ଆଧାରରେ ଟ୍ୟାକ୍ସ ଛାଡ କରାଯିବ | ଯଦି କୌଣସି କମ୍ପାନୀ ୫୦ କୋଟି ଡଲାର (ପାଖାପାଖି ୩୮୦୦ କୋଟି ଟଙ୍କା)ରୁ ଅଧିକ ବିନିଯୋଗ କରେ ତାହେଲେ ସେହି କମ୍ପାନୀକୁ ଆସନ୍ତା ୧୦ ବର୍ଷ ପାଇଁ ଟ୍ୟାକ୍ସ ଛାଡ କରିଦିଆଯିବା | ୧୦ ବର୍ଷ ପର୍ଯ୍ୟନ୍ତ କମ୍ପାନୀକୁ ଟ୍ୟାକ୍ସ ଦେବାକୁ ପଡ଼ିବନାହିଁ |

ଟ୍ୟାକ୍ସ ଛାଡର ଫାଇଦା ଉଠାଇବା ପାଇଁ କମ୍ପାନୀଗୁଡିକୁ ଜୁନ ୧ ତାରିଖରୁ ୩ ବର୍ଷ ଭିତରେ ଅପରେସନ ଆରମ୍ଭ କରିବାକୁ ହେବ | ମେଡିକାଲ ଡିଭାଇସ, ଇଲେକ୍ଟ୍ରୋନିକ୍ସ, ଟେଲିକମ ଉପକରଣ ଏବଂ କ୍ୟାପିଟାଲ ଗୁଡ୍ସ ସହ ଜଡିତ କମ୍ପାନୀକୁ ଟ୍ୟାକ୍ସ ଛାଡ କରାଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.