ଭାରତର ଚେତାବନୀ! ଉଚ୍ଚ ତୈଳମୂଲ୍ୟ ବୈଶ୍ୱିକ ପୁନରୁଦ୍ଧାର ଉପରେ ପକାଇବ ପ୍ରତିକୂଳ ପ୍ରଭାବ

Published By : Prameya-News7 Bureau | October 20, 2021 IST

ନୂଆଦିଲ୍ଲୀ ୨୦।୧୦:  ବିଶ୍ୱର ତୃତୀୟ ସର୍ବ ବୃହତ୍ତ ତୈଳ ଆମଦାନୀକାରୀ ଦେଶ ଭାରତ ବୁଧବାର ଉଚ୍ଚ ତୈଳ ମୂଲ୍ୟକୁ ନେଇ ସତର୍କ କରିଦେଇଛି। ଏପରି ମୂଲ୍ୟ ରହିଲେ କୋଭିଡ ପରବର୍ତ୍ତି ପୁନରୁଦ୍ଧାର ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି କହିଛି। ଏଣୁ ସାଉଦୀ ଆରବ ଏବଂ ଓପେକ୍‌ ସଦସ୍ୟ ଦେଶମାନଙ୍କୁ ଶସ୍ତା ଓ ଭରସା ଯୋଗ୍ୟ ଯୋଗାଣ ଲାଗି ପରାମର୍ଶ ଦେଇଛି। ସେହି ପରି ଦୀର୍ଘକାଳୀନ ଚୁକ୍ତି ନେଇ ମଧ୍ୟ ଭାରତ ନିଜର ବିଚାର ରଖିଛି।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ ସେରାୱିକ୍ ଇଣ୍ଡିଆ ଏନର୍ଜୀ ଫୋରମରେ ଏହା କହିଛନ୍ତି। ସେ କହିଛନ୍ତି ଯେ ଭରସା ଯୋଗ୍ୟ ଓ ସ୍ଥିର ମୂଲ୍ୟ ବ୍ୟବସ୍ଥା ବୈଶ୍ୱିକ ପ୍ରଗତି ସୁନିଶ୍ଚିତ କରିପାରିବ। ଓପେକ୍ ଓ ସଦସ୍ୟ ଦେଶମାନେ ଜାଣିବା ଉଚିତ ଯେ ସେମାନଙ୍କ ଯୋଗାଣରେ ଅନ୍ତର ରହୁଛି। ଏଣୁ ସେମାନଙ୍କୁ ଉତ୍ପାଦନ ବୃଦ୍ଧି କରିବା ଆବଶ୍ୟକ। ଏଣୁ କୋଭିଡ ପୂର୍ବ ପରିସ୍ଥିତିକୁ ଫେରିବା ଲାଗି ସାରା ବିଶ୍ୱକୁ ସ୍ଥିର ଓ ଭରସା ଯୋଗ୍ୟ ମୂଲ୍ୟ ଆବଶ୍ୟକ। ଏଥିରେ ଏପରି ମୂଲ୍ୟ ବୃଦ୍ଧି ଅନ୍ତର ସୃଷ୍ଟି କରିପାରେ ବୋଲି ସେ ସତର୍କ କରିଛନ୍ତି।

{"id":530352,"width":838,"height":628,"sizeSlug":"full","linkDestination":"none"}

ପେଟ୍ରୋଲିୟ ସଚିବ ତରୁଣ କପୁରଙ୍କ ଅନୁସାରେ ଭାରତ ଭଳି ଦେଶମାନେ ସାଉଦୀ ଆରବ ଓ ଇରାକ ଭଳି ଦେଶଙ୍କ ଠାରୁ ତୈଳ କ୍ରୟ ଲାଗି କେବଳ କଣ୍ଟ୍ରାକ୍ଟ କରିଥାନ୍ତି। ଏଥିରେ ମୂଲ୍ୟ ନେଇ କୌଣସି ଚୁକ୍ତି ହୋଇ ନଥାଏ। ଏଣୁ ତୈଳ ଡେଲିଭରି କାଳରେ ବୈଶ୍ୱିକ ଦର ଆଧାରରେ ମୂଲ୍ୟ ନିର୍ଦ୍ଧାରିତ ହୁଏ। ଏଣୁ ଓପେକ ଓ ସହଯୋଗୀ ଦେଶମାନେ ତୈଳ ଦର ନିର୍ଦ୍ଧାରଣ ଲାଗି ଆଗକୁ ଆସିବା ଦରକାର। ଉତ୍ପାଦନ ବୃଦ୍ଧି କରି ଦର ନିୟନ୍ତ୍ରିତ କରିବା ଆବଶ୍ୟକ। ନଚେତ ଅନ୍ତର୍ଜାତୀୟ ମୂଲ୍ୟରେ ଦର ତଳ ଉପର ହେବା କେବଳ ଭାରତ ନୁହନ୍ତି ଔଦ୍ୟୋଗିକ ଦେଶ ମଧ୍ୟ ପ୍ରଭାବିତ ହେବେ ବୋଲି ସେ କହିଛନ୍ତି।

ବିନାଶକାରୀ ମହାମାରୀ ପରେ ବିଶ୍ୱର ଆର୍ଥିକ ପୁନରୁଦ୍ଧାର ଲାଗି ଉର୍ଜା ସବୁଠୁ ବଡ ଆବଶ୍ୟକତା। ଏଥିରେ ଉଚ୍ଚ ତୈଳ ଦର ଆର୍ଥିକ ପୁନରୁଦ୍ଧାରକୁ ଧିମେଇ ଦେବ ବୋଲି କହିଛନ୍ତି। ଗତବର୍ଷ ଏପ୍ରିଲ ମାସରେ ଅଶୋଧିତ ତୈଳ ବାରଲ ପିଛା ଦର ୧୯ ଡଲାରରୁ ବି ତଳକୁ ଖସି ଆସିଥିଲା। କରୋନା ଭାଇରସ ମହାମାରୀ ଲାଗି ବିଶ୍ୱବ୍ୟାପୀ ଜାରି କଟକଣା ଚାହିଦା ହ୍ରାସ କରିଥିଲା। ତେବେ ଚଳିତବର୍ଷ ଟିକାକରଣ ସହ ଅର୍ଥବ୍ୟବସ୍ଥାରେ ଗତିବିଧି ଆସିବାରୁ ଚାହିଦା ବଢିଛି ଓ ତୈଳ ଦର ମଧ୍ୟ ବଢିଛି। ଏଥିରେ ଅନ୍ତର୍ଜାତୀୟ ମାନକ ବ୍ରେଣ୍ଟ କ୍ରୁଡ ବାରଲ ପିଛା ଦର ୮୪ ଡଲାରରେ ପହଞ୍ଚିଯାଇଛି। ଫଳରେ ଇନ୍ଧନ ମହଙ୍ଗା ହେବା ସହ ମୁଦ୍ରାସ୍ପିତି ଆଶଙ୍କା ବଢାଇ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.