Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

୨୦୨୦ରେ ତିନି ବିଶ୍ଵ କପ, ଦୁଇଟିରେ ମିଳିଲା ପରାଜୟ, ଏବେ ବିରାଟ ବାହିନୀ ଉପରେ ସଭିଙ୍କ ଆଶା

8/03/2020 at 5:05 PM

ମୁମ୍ଵାଇ ୦୮।୦୩- ୨୦୨୦ ପ୍ରାରମ୍ଭରୁ ଭାରତର ନଜର ତିନୋଟି କ୍ରିକେଟ୍ ବିଶ୍ଵକପ ଟ୍ରଫି ଜିତିବା ଉପରେ ଥିଲା, ମାତ୍ର ଗୋଟିଏ ପରେ ଗୋଟିଏ ଦୁଇଟି ବିଶ୍ଵ କପ୍ ହରାଇବାକୁ ପଡିଛି। ରବିବାର  ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ ଐତିହାସିକ ଦିନ ସାବ୍ୟସ୍ତ ହୋଇ ପାରିଥାନ୍ତା। ମାତ୍ର ପ୍ରଥମ ଥର ମହିଳା ଟି-୨୦ ବିଶ୍ଵ କପରେ ପହଞ୍ଚିଥିବା ଭାରତୀୟ ଦଳ ଘରୋଇ ଅଷ୍ଟ୍ରେଲିଆକୁ ଭେଦ କରି ପାରି ନାହିଁ।

ମେଲବର୍ଣ୍ଣରେ ରେକର୍ଡ ଦର୍ଶକଙ୍କ ଉପସ୍ଥିତିରେ ଭାରତୀୟ କ୍ରିକେଟ୍ ତାରକା ମଳିନ ପଡି ଯାଇଥିଲେ।  ଏହା ସହିତ ଅଷ୍ଟ୍ରେଲିଆ ହାତକୁ ପଞ୍ଚମ ଥର ମହିଳା ଟି-୨୦ ବିଶ୍ଵ କପ୍ ଟ୍ରଫି ସମର୍ପି ଦେଇଥିଲେ। ଫାଇନାଲରେ ୧୮୫ ରନର ବଡ ଲକ୍ଷ୍ୟର ପିଛା କରି ଭାରତୀୟ ଦଳ ମାତ୍ର ୯୯ ରନରେ ଅଲଆଉଟ୍ ହୋଇଥିଲା। ଏହା ସହିତ ଭାରତୀୟ ଦଳକୁ ଚଳିତ ବର୍ଷ କ୍ରମାଗତ ଫାଇନାଲ ମ୍ୟାଚରେ ଝଟକା ଲାଗିଛି।

ମହିଳା  ଦଳ ଟି-୨୦ ବିଶ୍ଵ କପ୍  ଫାଇନାଲ ମ୍ୟାଚ୍ ହାରିବା ପୂର୍ବରୁ ୧୯ ବର୍ଷରୁ କମ  ବିଶ୍ଵ କପ୍ ଫାଇନାଲରେ ମଧ୍ୟ ଭାରତୀୟ ଯୁବ ଦଳ ହାରି ସାରିଛି। ଚଳିତ ବର୍ଷ ଜାନୁଆରୀ ୧୭ ରୁ ଫେବୃଆରୀ ୯ ପର୍ଯ୍ୟନ୍ତ ଖେଳାଯାଇଥିବା  ୧୯ ବର୍ଷରୁ କମ ବିଶ୍ଵ କପରେ ଭାରତ ପାଖରେ ଚମ୍ପିଆନ ହେବାର ସୁବର୍ଣ୍ଣ ସୁଯୋଗ ଥିଲା, ମାତ୍ର ଫାଇନାଲରେ  ବାଂଲାଦେଶ ଦଳ ମାତ୍ ଦେଇଥିଲା।

ମହିଳା ଟି-୨୦ ଓ ୧୯ ବର୍ଷରୁ କମ  ବିଶ୍ଵ କପ ଉଭୟରେ ଭାରତ କ୍ଷେତ୍ରରେ ସମାନ ଘଟଣା ଘଟିଛି। ଦୁଇ ଦଳ କୌଣସି ମ୍ୟାଚ୍ ନହାରି ଫାଇନାଲରେ ପ୍ରବେଶ କରିଥିଲେ। ମାତ୍ର ଫାଇନାଲ ମ୍ୟାଚରେ ଆଶାନୁରୂପ ପ୍ରଦର୍ଶନ କରିନପାରି ପରାଜିତ ହୋଇଛନ୍ତି।

ସବୁ ବର୍ଗରୁ ଆଶା ରଖିଥିଲେ ଯେ, ଭାରତ ଉଭୟ  ଟ୍ରଫିରେ ଚମ୍ପିଆନ ହେବ। ଫାଇନାଲ ପୂର୍ବ ପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ରହିଥିବା ଭାରତୀୟ ଦଳ ଫାଇନାଲରେ ମାତ୍ ଖାଇଛି। ଏହି ପରି ଭାରତ ହାତରୁ କ୍ରମାଗତ ଦ୍ଵିତୀୟ ବିଶ୍ଵକପ ହାତରୁ ଖସିଗଲା।

ଏବେ ଶେଷ ଆଶା ପୁରୁଷ ଟି-୨୦ ବିଶ୍ଵ କପରେ ରହିଛି। ଏହି ଟୂର୍ଣ୍ଣାମେଣ୍ଟ ମଧ୍ୟ ଅଷ୍ଟ୍ରେଲିଆରେ ୨୦୨୦ ଅକ୍ଟୋବର ୧୮ ରୁ ନଭେମ୍ବର ୧୫ ଦଳ ପର୍ଯ୍ୟନ୍ତ ଖେଳାଯିବ। ବିରାଟ ବାହିନୀର ପୂରା ଫୋକସ୍ ଏହି ବିଶ୍ଵ କପ ଉପରେ ରହିଛି।  

ଟି-୨୦ର ସର୍ବଶ୍ରେଷ୍ଠ ଏକାଦଶକୁ ନେଇ ଅଧିନାୟକ ବିରାଟ କୋହଲି ନିକଟରେ ଶୃଙ୍ଖଳାରେ କ୍ରମାଗତ ପରୀକ୍ଷଣ କରୁଥିବା ନଜର ଆସିଥିଲେ। ଏଥିରେ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ପୂର୍ଣ୍ଣ ସହଯୋଗ ରହିଥିଲା। ଏବେ ସମୟ ହିଁ କହିବ ଯେ, ବିରାଟ ନିଜର ଅଧିନାୟକତ୍ଵରେ କୌଣସି ଆଇସିସି ଟୂର୍ଣ୍ଣାମେଣ୍ଟ ଜିତି ପାରିବେ କି ନାହିଁ।

୨୦୧୪ ସେପ୍ଟେମ୍ବରରୁ ଆଇସିସି ଟୂର୍ଣ୍ଣାମେଣ୍ଟରେ ଭାରତୀୟ ପୁରୁଷ ଦଳର ଅବସ୍ଥା

ପୁରୁଷ ଦିନିକିଆ

୨୦୧୫ ବିଶ୍ଵ କପ୍- ସେମି ଫାଇନାଲରେ ପରାଜିତ

୨୦୧୭ ଚମ୍ପିଆନ୍ସ ଟ୍ରଫି- ଫାଇନାଲରେ ପରାଜିତ

୨୦୧୯ ବିଶ୍ଵ କପ- ସେମି ଫାଇନାଲରେ ପରାଜିତ

ପୁରୁଷ ଟି-୨୦ ଅନ୍ତରାଷ୍ଟ୍ରୀୟ

୨୦୧୪ ଟି-୨୦ ବିଶ୍ଵ  କପ- ଫାଇନାଲରେ ପରାଜିତ

୨୦୧୬  ଟି-୨୦ ବିଶ୍ଵ କପ- ସେମି ଫାଇନାଲରେ ପରାଜିତ

   Related Posts