ଭାରତର ସଂସଦ ଭବନ ମାତ୍ର ୯୨ ବର୍ଷ ପୁରୁଣା, ତ୍ରୟୋଦଶ ଶତାବ୍ଦୀର ବିଲ୍ଡିଂରେ ଏବେବି ବସୁଛି ନେଦରଲ୍ୟାଣ୍ଡ ପାର୍ଲାମେଣ୍ଟ

Published By : Prameya-News7 Bureau | December 10, 2020 IST

ନୂଆଦିଲ୍ଲୀ ୧୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନୂଆ ସଂସଦଭବନ ଲାଗି ଗୁରୁବାର ଶିଳାନ୍ୟାସ କରିଛନ୍ତି। ୬୪ ହଜାର ୫୦୦ ବର୍ଗମିଟର ପରିମିତ କ୍ଷେତ୍ର ଉପରେ ନିର୍ମିତ ହେବାକୁ ଥିବା ସଂସଦ ଭବନ ନିର୍ମାଣ ଲାଗି ୯୭୧ କୋଟି ଟଙ୍କାର  ବ୍ୟୟ ଅଟକଳ କରାଯାଇଛି। ୨୦୨୨ ସୁଦ୍ଧା  ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ସରିବ । ତେବେ ସଂସଦ ଭବନ ବ୍ୟବହୃତ ହେଉଥିବା ବିଲ୍ଟିଂଟି ମାତ୍ର ୯୨ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା। ବିଶ୍ୱରେ ଏମିତି ବି ସଂସଦ ଭବନ ଅଛି ଯେଉଁଗୁଡିକ ଶତାଧିକ ବର୍ଷ ପୂର୍ବେ ନିର୍ମିତ ହୋଇଥିବା ବେଳେ ଏବେବି ଦେଶର ନୀତି ନିର୍ମାତାଙ୍କ ଲାଗି ତର୍କର କେନ୍ଦ୍ର ହୋଇ ରହିଛନ୍ତି। ତେବେ ଆସନ୍ତୁ ଜାଣିବା ବିଶ୍ୱର ପ୍ରମୁଖ ଦେଶଙ୍କ ସଂସଦ ଭବନ  ଇତିହାସ।

{"id":375708,"sizeSlug":"large","linkDestination":"none"}

ନେଦରଲ୍ୟାଣ୍ଡରେ ରହିଛି ବିଶ୍ୱର ସର୍ବପ୍ରାଚୀନ ସଂସଦ
ନେଦରଲ୍ୟାଣ୍ଡ ସଂସଦ ଭବନ ‘ଦି ବେନନ୍ନ ହୋପ’କୁ ବିଶ୍ୱର ସର୍ବପ୍ରାଚୀନ କୁହାଯାଏ। ଦେଶ ନିମିନ୍ତେ ନୀତି ନିର୍ମାଣ ଲାଗି ଆଜିବି ଏହା ବ୍ୟବହାରରେ ଅଛି। ହେଗ ସହରରେ ଥିବା ଏହି ଭବନର ନିର୍ମାଣ ତ୍ରୟୋଦଶ ଶତାବ୍ଦୀରେ ହୋଇଥିଲା। ଆଜି ବି ଏହାର ଉଭୟ ସଦନରେ ବୈଠକ ହେଉଛି। ଏହା କେବଳ ଦେଶର ସଂସଦ ଭବନ ନୁହେଁ ଏଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ରହିଛି। ବାସ୍ତବରେ ହଲାଣ୍ଡର କାଉଣ୍ଟ ( ଯୁରୋପୀୟ ଦେଶମାନଙ୍କରେ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କୁ ଦିଆଯାଉଥିବା ଉପାଧୀ)ଙ୍କ ଲାଗି ନିର୍ମିତ ହୋଇଥିଲା।  ତେବେ ୧୫୮୪ ମସିହାରୁ ଏହା ଦେଶର ରାଜନୈତିକ କେନ୍ଦ୍ରରେ ପରିବର୍ତ୍ତିତ ହୋଇଛି। ଏହାକୁ ନେଦରଲ୍ୟାଣ୍ଡର  ହେରିଟେଜ ସୂଚୀରେ ମଧ୍ୟ ରହିଛି।

{"id":375709,"sizeSlug":"large","linkDestination":"none"}

ଇଟାଲୀ ସଂସଦ ବିଶ୍ୱର ଦ୍ୱିତୀୟ ସର୍ବପ୍ରାଚୀନ ଭବନ
ନେଦରଲ୍ୟାଣ୍ଡ ଭଳି ଇଟାଲୀ ସଂସଦ ମଧ୍ୟ ବେଶ ପ୍ରାଚୀନ। ଏଠାରେ ସଂସଦ ଭବନକୁ ‘ପଲାଜ୍ଜୋ ମଡାମା’ କୁହାଯାଏ। ଇଟାଲୀ ରାଜଧାନୀ ରୋମରେ ଏହା ଅବସ୍ଥିତ। ଏହାକୁ ଷୋଡ଼ଶ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା। ୧୫୦୫ ମସିହା ବେଳକୁ ଏହାର ନିର୍ମାଣ କାମ ଶେଷ ହୋଇସାରିଥିଲା। ଏଠାରେ ଇଟାଲୀ ସଂସଦ ଦି ସିନେଟ୍ ଅଫ ରିପବ୍ଲିକ୍ ୧୮୭୧ ମସିହାରୁ ଅନୁଷ୍ଠିତ ହୋଇଆସୁଛି। ଏହି ଭବନକୁ ମେଡିସି ପରିବାର ଲାଗି ନିର୍ମାଣ କରାଯାଇଥିଲା। ତେବେ ପରେ ଏହା ଦେଶର ସଂସଦ ଭାବେ ବ୍ୟବହୃତ ହୋଇଆସୁଛି। ଭାରତ ଭଳି ଇଟାଲୀର ମଧ୍ୟ ସାଂସଦଙ୍କ ସଂଖ୍ୟା ଅଧିକ। ଦି ସିନେଟ୍ ଅଫ ରିପବ୍ଲିକର ମୋଟ ୩୧୫ ନିର୍ବାଚିତ ସାଂସଦ ଅଛନ୍ତି। ଯେଉଁମାନେ ଏବେବି ସଂସଦରେ ଏବେବି ତର୍କ କରୁଛନ୍ତି।

{"id":375710,"sizeSlug":"large","linkDestination":"none"}

ସପ୍ତଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା ଫ୍ରାନ୍ସ ସଂସଦ
ଅନ୍ୟ ଏକ ୟୁରୋପୀୟ ଦେଶ ଫ୍ରାନ୍ସର ସଂସଦ ବୈଠକ ମଧ୍ୟ ଶପ୍ତଦଶ ଶତାବ୍ଦୀର ବିଲ୍ଡିଂରେ ହେଉଛି। ଯାହାକୁ ସାରା ବିଶ୍ୱରେ ‘ଲଗଜମବର୍ଗ’ ପାଲେସ୍ ଭାବେ ଜାଣେ। ରାଜ ଉଆସ ପାଇଁ ଏହାର ନିର୍ମାଣ ହୋଇଥିଲା। ପ୍ୟାରିସ୍‌ରେ ଏହାକୁ ୧୬୧୫ରୁ ୧୬୪୫ ମସିହା ମଧ୍ୟରେ ନିର୍ମାଣ କରାଯାଇଥିଲା। ଗତ ୧୯୫୮ ମସିହାରୁ ଏଠାରେ ଲଗାତାର ସଂସଦ ବୈଠକ ଅନୁଷ୍ଠିତ ହୋଇଆସୁଛି। ଫ୍ରାନ୍ସ ବ୍ୟତୀତ ସାରା ବିଶ୍ୱରେ ଏମିତି ଅନେକ ସଂସଦ ଭବନ ନିର୍ମିତ ହୋଇଛି ଯେଉଁଗୁଡିକ ଉନବିଂଶ ଶତାବ୍ଦୀରେ ନିର୍ମିତ  ହୋଇଛି। ଏହି ସବୁ ସଂସଦ ଭବନ ଏବେବି ଦେଶ ଲାଗି ନୀତିନିର୍ଦ୍ଧାରଣ କରୁଛନ୍ତି। ଏପରି ଅଧିକାଂଶ ସଂସଦ ୟୁରୋପ ଓ ଆମେରିକା  ମହାଦ୍ୱୀପରେ ନିର୍ମିତ ହୋଇଛି।  

{"id":375712,"sizeSlug":"large","linkDestination":"none"}

୨୦୦ ବର୍ଷ ପୂର୍ବେ ନିର୍ମିତ ହୋଇଛି ଆମେରିକା ସଂସଦ ଭବନ ‘କ୍ୟାପିଟଲ’
ବିଶ୍ୱର ସର୍ବପ୍ରାଚୀନ ଗଣତାନ୍ତ୍ରିକ ଦେଶ ଭାବେ ପରିଚିତ ଆମେରିକାର ସଂସଦ ଭବନ ‘କ୍ୟାପିଟଲ’ର ନିର୍ମାଣ ୧୮୦୦ ମସିହାରେ ସମ୍ପନ୍ନ ହୋଇଥିଲା। ଉତ୍ତର ଓ ଦକ୍ଷିଣ ଆମେରିକାର ସର୍ବ ପୁରାତନ ସଂସଦ ଭାବେ ଏହା ଜଣାଶୁଣା। ଆମେରିକା ଭଳି ବ୍ରିଟେନ ସଂସଦ ମଧ୍ୟ ବେଶ ପ୍ରାଚୀନ। ବ୍ରିଟେନ ହାଉସ୍ ଅଫ କମନସ୍‌ ଓ ହାଉସ୍‌ ଅଫ ଲର୍ଜସ୍‌ର ନିର୍ମାଣ ଯଥାକ୍ରମେ ୧୮୪୦ ଓ ୧୮୭୦ରେ ହୋଇଥିଲା। ବିଂଶ ଶତାବ୍ଦୀରେ ମଧ୍ୟ କେତେକ ସଂସଦ ଭବନ ନିର୍ମିତ ହୋଇଛି। ଏଥିରେ ଚୀନ୍‌ର ଗ୍ରେଟ ହଲ ଅଫ ଦି ପ୍ୟୁପିଲ ୧୯୫୯ରେ ନିର୍ମିତ ହୋଇଥିଲା। ଏଠାରେ ଜାତୀୟ ପ୍ୟୁପିଲସ କଂଗ୍ରେସ୍‌ର ୨ହଜାର ୯୦୦ରୁ ଅଧିକ ସଦସ୍ୟଙ୍କ ବୈଠକ ହୁଏ।

{"id":375713,"sizeSlug":"large","linkDestination":"none"}

ଭାରତର ସଂସଦ ଭବନ ମାତ୍ର ୯୨ ବର୍ଷ ପୁରୁଣା
ଏଡିୱିନ୍‌ ଲୁଟିୟନ୍ସଙ୍କ ଡିଜାଇନରେ ନିର୍ମିତ ଭାରତୀୟ ସଂସଦ ଭବନ ୧୯୨୧ ମସିହା ବେଳକୁ ନିର୍ମିତ ହୋଇସାରିଥିଲା। ଏହାର ନିର୍ମାଣରେ ସେତେବେଳେ ୮୩କୋଟି ଟଙ୍କା ବ୍ୟୟ ହୋଇଥିଲା। ଏହି ପୁରା ପରିସର ୨.୪ ହେକ୍ଟର ପରିମିତ ଅଞ୍ଚଳ ଉପରେ ନିର୍ମିତ ହୋଇଥିଲା। ତେବେ ଲୁଟିୟନ୍ସର ନିର୍ମାଣ ସରିବା ବେଳକୁ ମଧ୍ୟ ଭାରତ ଇଂରେଜଙ୍କ ଶାସନାଧୀନ ଥିଲା। ଏଣୁ ଏହାକୁ ଇମ୍ପେରିୟାଲ ଲେଜିସଲେଟିଭ କାଉନସିଲ ବ୍ୟବହାର ଲାଗି ନିର୍ମାଣ କରାଯାଇଥିଲା। ତେବେ ୧୯୪୭ ମସିହାରେ ଭାରତ ଇଂରେଜ ଶାସନରୁ ମୁକୁଳିବା ସହ ୧୯୫୦ ମସିହାରେ ନିଜର ସମ୍ବିଧାନ ପ୍ରଣୟନ କରିବାରୁ ଏହା ସେବେଠାରୁ  ସଂସଦ ବ୍ୟବହୃତ ହୋଇ ଆସୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.