ଭାରତକୁ ପାକିସ୍ତାନର ଝଟକା : ଏହି ୧୨ଟି ଜିନିଷ ପାକିସ୍ତାନରୁ ରପ୍ତାନି ହେବନାହିଁ

Published By : Prameya-News7 Bureau | April 20, 2019 IST

ନୂଆଦିଲ୍ଲୀ ୨୦/୪ : ପାକିସ୍ତାନ ତରଫରୁ ଭାରତକୁ ବଡ ଝଟକା ଲାଗିଛି | ଭାରତକୁ ୧୨ଟି ଜିନିଷ ଦେବନାହିଁ ପାକିସ୍ତାନ | ପୁଲୱାମା ହମଲା ପରେ ମୋଦି ସରକାର ଏବଂ ଦେଶବାସୀ କ୍ରୋଧିତ ଅଛନ୍ତି | ସେଥିପାଇଁ ହମଲା ପରେ ମୋଦି ସରକାର ଭିନ୍ନ ଭିନ୍ନ ନିୟମ ଲାଗୁ କର୍ତ୍ତାଥିଲେ | ଭାରତ ପାକିସ୍ତାନକୁ ପରିବା ଯୋଗାଇବା ବନ୍ଦ କରିଦେଇଥିଲା |

{"id":105234,"width":566,"height":377}

ଯାହାଫଳରେ ପାକିସ୍ତାନର ବହୁତ କ୍ଷତି ହୋଇଥିଲା | ପାକିସ୍ତାନକୁ ପାଣି ଯୋଗାଇବାରେ ମଧ୍ୟ ରୋକ ଲଗାଇଥିଲେ ମୋଦି ସରକାର | ଯାହାଫଳରେ ପାକିସ୍ତାନ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲା | ପାକିସ୍ତାନର କାରନାମା ପାଇଁ ମୋଦି ସରକାର ପାକିସ୍ତାନରୁ ଆସୁଥିବା ବସ୍ତୁ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲଗାଇଥିଲେ | ଯେଉଁଥିପାଇଁ ପାକିସ୍ତାନରୁ କୌଣସି ବସ୍ତୁ ଭାରତକୁ ଆସୁନାହିଁ | କାରଣ ୨୦୦ ପ୍ରତିଶତ ଶୁଳ୍କ ଦେଇ କେହି ବ୍ୟବସାୟୀ ପାକିସ୍ତାନରୁ ବସ୍ତୁ ଆଣିବା ପାଇଁ ରାଜି ନୁହନ୍ତି | ଏହି ସବୁ କାରଣରୁ ପାକିସ୍ତାନର ଅର୍ଥ ବ୍ୟବସ୍ଥା ଦୋହଲି ଯାଇଛି | ପାକିସ୍ତାନରେ ଆର୍ଥିକ ସଙ୍କଟ ଦେଖାଦେଇଛି |

{"id":105235}


ଯେଉଁ ୧୨ଟି ବସ୍ତୁ ଭାରତ ପାକିସ୍ତାନରୁ ଆମଦାନୀ କରିପାରିବ ନାହିଁ ସେଗୁଡିକ ହେଲା, ପ୍ଲାଷ୍ଟିକ, ଖେଳ ସାମଗ୍ରୀ, ଡାଇ, ଚିକିତ୍ସା ଉପକରଣ, ସାମୁଦ୍ରିକ ଉତ୍ପାଦ, ଆଲକୋହଲ, ରବର ଜାତୀୟ ଉତ୍ପାଦ, କଞ୍ଚା କପା, ମସଲା, ରସାୟନ, ପ୍ରୋସେସଡ଼ ଫୁଡ ଏବଂ ଚମଡା | ୨୦୦ ପ୍ରତିଶତ ଶୁଳ୍କ ଯୋଗୁଁ ପାକିସ୍ତାନ ଏହିସବୁ ବସ୍ତୁ ଭାରତକୁ ରପ୍ତାନି କରାଇପାରିବେ ନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.