Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

ଭାରତକୁ ଆଉ ଏକ ଝଟକା : ୪୮ ଓଭରରେ ୭୭ ରନ କରି କୋହଲି ଆଉଟ

16/06/2019 at 6:58 PM

ବର୍ଷା ପାଇଁ ଭାରତ ପାକିସ୍ତାନ ମ୍ୟାଚ ୪୬.୪ ଓଭରରେ ବନ୍ଦ ହୋଇଯାଇଥିଲା । କିନ୍ତୁ ବର୍ଷା ଛାଡିବା ପରେ ମ୍ୟାଚ ପୁଣି ଆରମ୍ଭ ହୋଇଥିଲା । ବିରାଟ କୋହଲି ଓ ବିଜୟ ଶଙ୍କର ପିଚକୁ ଫେରିଥିଲେ । ୪୭ ଓଭର ପରେ ଭାରତର ସ୍କୋର ଥିଲା ୩୧୧/୪ । କୋହଲି ୭୫ ରନ ଓ ବିଜୟ ଶଙ୍କର ୪ ରନ କରି କ୍ରିଜରେ ଥିଲା । ୪୮ ଓଭରରେ ଭାରତକୁ ଆଉ ଏକ ଝଟକା ଲାଗିଛି । ପାକିସ୍ତାନୀ ବୋଲର ମହମ୍ମଦ ଆମିରଙ୍କ ବଲରେ ବିରାଟ କୋହଲି ଆଉଟ ହୋଇଯାଇଛନ୍ତି । ୪୮ ଓଭର ପରେ ଭାରତର ସ୍କୋର ୫ଟି ୱିକେଟରେ ୩୧୫ ରନ ଅଛି ।

ଓଲ୍‌ଡ ଟ୍ରାଫୋର୍ଡରେ ଖଚାଖଚ୍‌ ଦର୍ଶକ । ବିଶ୍ବକପ୍ କ୍ରିକେଟର ସବୁଠୁ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ । ପାକିସ୍ତାନ ବିପକ୍ଷରେ ରୋହିତ ଶର୍ମାଙ୍କ ଦମ୍‌ଦାର ଶତକ । ପାକିସ୍ତାନ ଆଗରେ ବିଶାଳ ଟାର୍ଗେଟ୍‌ ରଖିଲା ଟିମ୍‌ ଇଣ୍ଡିଆ । ରବିବାର ଓଲଡ୍‌ ଟ୍ରାଫୋର୍ଡରେ ଯେତେବେଳେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ବିଶ୍ବକପ୍‌ କ୍ରିକେଟ ଇତିହାସରେ ସପ୍ତମ ଥର ପାଇଁ ମୁହାଁମୁହିଁ ହୋଇଛନ୍ତି ସେତେବେଳେ ବିଶ୍ବର କୋଟିକୋଟି କ୍ରିକେଟପ୍ରେମୀ ଏହାକୁ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥିଲେ ।


ଆଉ ଦର୍ଶକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଓପ୍ନର ରୋହିତ ଶର୍ମା ଯେତେବେଳେ ୮୫ ବଲ୍‌ରେ ଶତକ ହାସଲ କଲେ ସେତେବେଳେ ଓଲଡ ଟ୍ରାଫୋର୍ଡ କରତାଳିରେ କମ୍ପି ଉଠିଥିଲା । ତେବେ ୧୪୦ ରନ ସଂଗ୍ରହ କରି ରୋହିତ କେଚ ଆଉଟ ହୋଇଥିଲେ ।


ରୋହିତ ଶର୍ମାଙ୍କୁ ଶାନଦାର ସାଥ୍‌ ଦେଇଥିଲେ ଓପନିଂ ପାର୍ଟନର କେଏଲ୍‌ ରାହୁଲ । ବିଶ୍ବକପ୍‌ରେ ନିଜର ପ୍ରଥମ ହାଫ୍‌ ସେଞ୍ଚୁରୀ ହାସଲ କରିବା ସହିତ ଟିମ୍‌ ଇଣ୍ଡିଆର ଶତକୀୟ ଓପନିଂ ପାର୍ଟନରସିପ୍‌ କରିବାରେ ବେଶ୍‌ ସାଥ୍ ଦେଇଥିଲେ ରାହୁଲ । ରାହୁଲ ୫୭ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ତା ଭିତରେ ୩ଟି ଚୌକା ଓ ୨ଟି ଛକ୍କା ସାମିଲ ଥିଲା ।ଦମଦାର ଷ୍ଟାର୍ଟିଂ କରିଥିଲେ  ଦୁଇ ଓପନର୍‌ ରୋହିତ ଶର୍ମା ଓ ଲୋକେଶ ରାହୁଲ । ଓପନିଂ ପାର୍ଟନରସିପ୍‌ରେ ସେମାନେ ୧୩୬ ରନ୍‌ ଯୋଡ଼ିବା ପରେ କ୍ରିଜ୍‌କୁ ଆସିଥିଲେ କ୍ୟାପଟେନ୍‌ ବିରାଟ କୋହଲି ।

ଏହାପରେ ମହେନ୍ଦ୍ର ସିଂ ଧୋନି ଓହ୍ଲାଇଥିଲେ ମଇଦାନକୁ ।ତେବେ ଧୋନୀ ମାତ୍ର ୧ରନ କରି ୱିକେଟ କିପରଙ୍କ ଦ୍ବାରା କ୍ୟାଚଆଉଟ ହୋଇଥିଲେ । ପରବର୍ତ୍ତୀ ବ୍ୟଟ୍ସମେନଭାବେ ବିଜୟ ଶଂକର ମଇଦାନକୁ ଆସିଥିଲେ । ତେବେ ୪୬ତମ ଓଭର ଚାଲିଥିବାବେଳେ ବିଜୟ ଶଂକର କଟ ବିହାଇଣ୍ଡ ବୋଲି ଅମ୍ପାୟାର ନିଷ୍ପତ୍ତି ଶୁଣାଇଥିଲେ ।


କୋହଲି ମଧ୍ୟ ଅର୍ଦ୍ଧଶତକୀୟ ଗେମ ଖେଳିଥିଲେ । ଏକ ଦିବସୀୟରେ କୋହଲି ୫୧ତମ ଅର୍ଦ୍ଧଶତକ ପୁରା କରିଥିଲେ ।ଏଥି ସହିତ କୋହଲି ଏକ ଦିବସୀୟରେ ୧୧ହଜାର ରନ ମଧ୍ୟ ପୁରା କରିଥିଲେ । ୨୨୨ଟି ଏହି ସଫଳତା ହାସଲ କରିବାରେ ବିରାଟ ସଫଳ ହୋଇଛନ୍ତି । ସଚ୍ଚିନ ତେନ୍ଦୁଲକରଙ୍କଠାରୁ ୫୪ଟି କମ ମ୍ୟାଚରେ ସେ ୧୧୦୦୦ରନ ସଂଗ୍ରହ କରିଛନ୍ତି ।  ରୋହୀତ ପାଭିଲିଅନ ଫେରିଯିବାପରେ କ୍ରିଚକୁ ଓହ୍ଲାଇଥିଲେ ହାର୍ଦ୍ଦିକ ପାଣ୍ଡିଆ । କୋହଲିଙ୍କୁ ମଜବୁତ ସାଥ ଦେଇଥିଲେ ହାର୍ଦ୍ଧିକ । ୧୯ ବଲରେ ଧୁଆଁଧାର ୨୬ରନ ସଂଗ୍ରହ କରି କ୍ୟାଚଆଉଟ ହୋଇଥିଲେ ।

   Related Posts