Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ଅଟୋକୁ ଧକ୍କା ଦେଲା ହାଇଓ୍ବା : ଚାଲିଗଲା ମା’, ପୁଅ ଓ ଝିଅଙ୍କ ଜୀବନ
  • ||
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||

ସୋସିଆଲ ମିଡିଆରେ ଭାରତ-ପାକିସ୍ତାନ ୱାର୍‌ : ରବିବାର ଇଂଲଣ୍ଡର ମାଞ୍ଚେଷ୍ଟର ଠାରେ ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ମୁକାବିଲା

15/06/2019 at 5:37 PM

ମାଞ୍ଚେଷ୍ଟର  ୧୫/୬: ପାଖେଇ ଆସୁଛି ସେହି ବହୁ ପ୍ରତିକ୍ଷୀତ ମୁହୁର୍ତ୍ତ ।ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ମୁକାବିଲା ।ରବିବାର ଇଂଲଣ୍ଡର ମାଞ୍ଚେଷ୍ଟର ଠାରେ ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ମୁକାବିଲା ହେବ ।ତେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ସାମ୍ନାସାମ୍ନି ହେବା ପୂର୍ବରୁ ସୋସିଆଲ ମିଡିଆରେ ଏହାକୁ ନେଇ ଜୋରରେ ଚର୍ଚ୍ଚା ଓ ମୁକାବିଲା ଦେଖିବାକୁ ମିଳିଛି ।ଗୋଟିଏ ପଟେ ପାକିସ୍ତାନ ପଟୁ ପ୍ରଥମେ ଭାରତୀୟ ବାୟୁସେନା କମାଣ୍ଡରଙ୍କୁ ସମାଲୋଚନା କରି ଭିଡିଓ ରିଲିଜ୍‌ କରାଯିବା ପରେ ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦେଇ ଆଉ କେତେକ ଭିଡିଓ ରିଲିଜ୍‌ କରାଯାଇଛି ।ତେବେ ଏହି ମୁକାବିଲାକୁ ନେଇ ଉତ୍କଣ୍ଠା ବଢ଼ି ଚାଲିଥିବା ବେଳେ ବର୍ଷା ମ୍ୟାଚ୍‌ ପାଇଁ ସବୁଠୁ ବଡ଼ ବିପଦ ଭାବେ ଦେଖାଦେଇଛି ।ଏହାକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା।

ସୋସିଆଲ ମିଡିଆରେ ଭାରତ-ପାକିସ୍ତାନ ୱାର୍‌ ।ବାୟୁସେନା ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ନେଇ ପାକିସ୍ତାନର ଜାଜ୍‌ ଟିଭି ଚ୍ୟାନେଲ ଏକ ଭିଡିଓ ରିଲିଜ୍‌ କରିବା ପରେ ଏହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ କ୍ରିକେଟ୍‌ ପ୍ରେମୀ ।ପୁଣି ଭାରତ-ପାକିସ୍ତାନ୍‌ ମ୍ୟାଚ୍‌ ଜୁନ୍‌ ୧୬ରେ ହେଉଥିବା ବେଳେ ଏହିଦିନ ହେଉଛି ଫାଦର୍ସ ଡେ’ ।ତେଣୁ ମ୍ୟାଚ୍‌ରେ କିଏ କାହାର ବାପ୍‌ ବନିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ।ମ୍ୟାଚ୍‌କୁ ନେଇ ଭି ସେଭେନ୍‌ ପିକଚର୍ସ ପକ୍ଷରୁ ରିଲିଜ୍‌ ହୋଇଛି ଏହି ଭିଡ଼ିଓ ।

ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ମୁକାବିଲାକୁ ନେଇ କେବଳ ଦୁଇ ଦେଶର କ୍ରିକେଟ ପ୍ରେମୀ ନୁହଁନ୍ତି ବରଂ ବିଶ୍ବର କୋଣ ଅନୁକୋଣରେ ଥିବା କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଏହା ବଡ଼ ଆକର୍ଷଣ । ପାକିସ୍ତାନ ଟିମ୍‌କୁ ଟିଜ୍‌ କରିବା ଭଳି ଆଉ ଏକ ଭିଡିଓ ମଧ୍ୟ ଭାଇରାଲ୍‌ ହୋଇଛି ।…

 ଚଳିତ ବିଶ୍ବକପ୍‌ରେ ବର୍ଷାଯୋଗୁଁ୪ଟି ମ୍ୟାଚ୍‌ ସଂପୂର୍ଣ୍ଣ ଧୋଇଯାଇଛି । ରବିବାର ମାଞ୍ଚେଷ୍ଟରରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ରେ ମଧ୍ୟ ବର୍ଷା ପାଲଟିଛି ବଡ଼ ବିପଦ ।ଏହାକୁ ନେଇ ଟ୍ବିଟର୍‌ରେ ବେଶ୍ ଚର୍ଚ୍ଚା ଚାଲିଥିବା ବେଳେ କ୍ରିକେଟ୍‌ ପ୍ରେମୀ ଆୟୋଜକ ଇଂଲଣ୍ଡ କ୍ରିକେଟ ବୋର୍ଡ ଏବଂ ଆଇସିସିର କଡ଼ା ସମାଲୋଚନା କରିଛନ୍ତି ।…ଟସ୍‌ ପରେ ଦୁଇ କ୍ୟାପଟେନ୍‌ ବିରାଟ କୋହଲି ଓ ସର୍ଫରାଜ ଅହମ୍ମଦ ଫିଲ୍‌ଡରେ ପହଁରୁଥିବା ଫଟୋ ଭାଇରାଲ ହୋଇଛି ।ଅନ୍ୟ ଏକ ପୋଷ୍ଟରେ ଦୁଇ ଟିମ୍‌ ଭିତରେ ଅଣ୍ଡର ୱାଟର୍‌ କ୍ରିକେଟ୍‌ ଚାଲିଥିବା ଦେଖିବାକୁ ମିଳିଛି ।ବର୍ଷା ହେବାକୁ ନେଇ ଫ୍ୟାନ୍‌ ମାନେ କେତେ ଦୁଃଖୀ ତାହା ମଧ୍ୟ ବିଭିନ୍ନ ପୋଷ୍ଟରେ ଦେଖିବାକୁ ମିଳିଛି ।ତେବେ ଭାରତ ବିପକ୍ଷରେ ଏ ପର୍ଯ୍ୟନ୍ତ ବିଶ୍ବକପ୍ ମ୍ୟାଚ୍‌ ଜିତିପାରିନଥିବା ପାକିସ୍ତାନ ଟିମ୍‌କୁ ସମାଲୋଚନା କରି ବେଶ୍ କେତେ ଗୁଡ଼ିଏ ପୋଷ୍ଟ ଦେଖିବାକୁ ମିଳୁଛି ।…

   Related Posts