ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ହୋଇପାରେ ଏହି ସମସ୍ୟା

Published By : Prameya-News7 Bureau | February 24, 2019 IST

ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ ୨ଟି ଦେଶରେ ହଇଚଇ ସୃଷ୍ଟି ହେବ। ଭାରତ ପ୍ରଥମେ ପରମାଣୁ ଅସ୍ତ୍ରର ବ୍ୟବହାର କରିବ ନାହିଁ, କିନ୍ତୁ ପାକିସ୍ତାନ ତା କାରମାନାରୁ କେବେ ସୁଧୁରିବ ନାହିଁ। ତେବେ ପାକିସ୍ତାନ କୌଣସି କାଣ୍ଡ କରିଲେ ଭାରତ ମଧ୍ୟ ନିଜ ସୁରକ୍ଷା ପାଇଁ ପଛଘୁଞ୍ଚା ଦେବ ନାହିଁ। ପରମାଣୁ ଯୁଦ୍ଧ ହେଲେ ପାଖାପାଖି ୧୨ କୋଟି ଲୋକ ପ୍ରଭାବିତ ହେବେ।  

{"id":88194,"width":591,"height":331}

ପ୍ରଥମ ପ୍ରଭାବ

ଯେଉଁ ଜାଗାରେ ପରମାଣୁ ବିସ୍ଫୋରଣ ହେବ ସେହି ଜାଗାରୁ ବହୁତ ମାଇଲ ଯାଏଁ ନିଆଁ ଗୋଲା ବ୍ୟାପି ସବୁ ଜିନିଷ ନଷ୍ଟ କରିଦେବ। ଏହି ବିସ୍ଫୋରଣର ଧାସରେ ଅନେକ ଅନ୍ଧ ମଧ୍ୟ ହୋଇଯିବେ। ବିସ୍ଫୋରଣରେ ପ୍ରଦୂଷିତ ବାୟୁ ପୁରା ବାତାବରଣକୁ ଖରାପ କରିଦେବ। ପରମାଣୁ ଅସ୍ତ୍ର ୬ ମେଗାଟନରୁ ଅଧିକ ଥିଲେ ଏହାର ପରିଣାମ ଆହୁରି ଭୟଙ୍କର ହେବ।

{"id":88195,"width":596,"height":334}

ଦ୍ୱତୀୟ ପ୍ରଭାବ

ପରମାଣୁ ବିସ୍ଫୋରଣରୁ ବାହାରିଥିବା କାର୍ବନ ଆକାଶରେ ବ୍ୟାପି ମେଘ ସୃଷ୍ଟି ହେବ । ଏହି ମେଘରୁ ଅମ୍ଳ ବର୍ଷା ହେବ । ଫଳରେ ଲକ୍ଷେ ଲୋକଙ୍କ ମୃତ୍ୟୁ ହେବ। ବୈଜ୍ଞାନିକଙ୍କ ଅନୁସାରେ ଏହି ବାୟୁ ଆକାଶରେ ଛାଣି ବେବା ପାଇଁ ବହୁତ ସମୟ ଲାଗେ। ବର୍ଷ ବର୍ଷ ଧରି ଏହି ବାୟୁ ସଫା ହୋଇନଥାଏ। ତେବେ ଏହି ପ୍ରକ୍ରିୟା ଯୋଗୁଁ ଅମ୍ଳବର୍ଷା ମଧ୍ୟ ଅଧିକ ମାତ୍ରାରେ ହୁଏ।

ତୃତୀୟ ପ୍ରଭାବ

ଏହି ପରମାଣୁ ବିସ୍ଫୋରଣରୁ ଓଜନ ଲେୟାରରେ ବହୁତ କ୍ଷତି ହେବ। ବିସ୍ଫୋରଣକା ଯୋଗୁଁ ସୃଷ୍ଟି କାର୍ବନ ବାୟୁ ଓଜନ ଲେୟାର ୭୦ ପ୍ରତିଶତ ନଷ୍ଟ କରିଦେବ। ଏହା ଦ୍ୱାରା ସୂର୍ଯ୍ୟଙ୍କ ଅତିବାୟଗଣୀ ରଶ୍ମୀ ମାନବଜାତି ପାଇଁ କ୍ଷତିକାରକ ହେବ। ଫଳରେ ଅଧିକ ବର୍ଷା ଓ ଝଡ ତୋଫାନ ହେବ।  

{"id":88196,"width":594,"height":491}

ଚତୁର୍ଥ ପ୍ରଭାବ

ପରମାଣୁ ବିସ୍ଫୋରଣ ପରେ ଉଭୟ ଦେଶକୁ ଆର୍ଥିକ ଓ ସାମାଜିକ ସମସ୍ୟାର ସାମ୍ନା କରିବାକୁ ପଡିବ। ବେରୋଜଗାରୀ, କ୍ଷୁଧା,  ଅପରାଧ ଓ ଜାତୀୟ ସଂଘର୍ଷ ବଢିବ। ଏହା ଦ୍ୱାରା ଆଭ୍ୟନ୍ତରୀଣ ସୁରକ୍ଷା ଓ ଆହୁରି ଅନେକ ସମସ୍ୟା ସୃଷ୍ଟି ହେବ।  

{"id":88198,"width":594,"height":330}

ପଞ୍ଚମ ପ୍ରଭାବ

ଆର୍ଥିକ ସମସ୍ୟା ହେଲେ ମଧ୍ୟ ତାର ସମାଧାନ ହୋଇପାରିବ। କିନ୍ତୁ ମଣିଷ ଥରେ ଜୀବନ ହରେଇଲେ ଫୁଣି ଫେରି ଆସିବ ନାହିଁ। ନ୍ୟୁୟର୍କ ଟାଇମ୍ସ ଅନୁସାରେ  ଭାରତ-ପାକିସ୍ତାନରେ ଯୁଦ୍ଧ ହେଲେ ୧.୫ କୋଟି ଲୋକଙ୍କର ମୃତ୍ୟୁ ହେବ ଓ ଆଗାମୀ ୨୦ ବର୍ଷ ଯାଏଁ ଏହାର କୁପରିଣାମ ଦେଖିବାକୁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.