ଭାରତୀୟମାନେ ଯୁଦ୍ଧ ଚାହାଁନ୍ତି ନାହିଁ, ପାକିସ୍ତାନ ସହ କାମ କରିବାକୁ ଭାରତ ବ୍ୟାକୁଳ- ସୋଏବ ଅଖତାର

Published By : Prameya-News7 Bureau | March 16, 2020 IST

ଲାହୋର, ୧୬|୦୩:  ପୂର୍ବତନ ପାକିସ୍ତାନୀ ବୋଲର ସୋଏବ ଅଖତାର ଅବସର ନେବା ପରେ ଦଳ ପାଇଁ କମେଣ୍ଟେଟର୍ କାର୍ଯ୍ୟ କରୁଛନ୍ତି। ତେବେ ଭାରତ ଏକ ଭଲ ଦେଶ, ଭାରତୀୟମାନେ ସର୍ବଦା ପାକିସ୍ତାନୀଙ୍କୁ ସ୍ୱାଗତ କରିବା ସହ କୌଣସି ଶତ୍ରୁତା ଚାହାଁନ୍ତି ନାହିଁ ବୋଲି ସେ କହିଛନ୍ତି।

{"id":239213,"width":746,"height":419,"sizeSlug":"large"}

ସେ ଏକ ଚାଟ୍ ସୋରେ କହିଛନ୍ତି, ଭାରତ ଗୋଟିଏ ମହାନ ଦେଶ। ଏଠାକାର ଲୋକମାନେ ବହୁତ ଭଲ। ସେମାନେ କେବେ ପାକିସ୍ତାନ ସହ ଯୁଦ୍ଧ ଚାହାଁନ୍ତି ନାହିଁ। କିନ୍ତୁ ଟିଭି ଡିବେଟରେ ଭାରତ ଆସିଲେ ଆଗକୁ ଯୁଦ୍ଧ ହେବ ଭଳି ଅନୁଭବ ହୁଏ। ସେ ଭାରତକୁ ଅତି ପାଖରୁ ଦେଖିଛନ୍ତି। ଭାରତ ପାକିସ୍ତାନ ସହ କାମ କରିବା ପାଇଁ ବ୍ୟାକୁଳ ହେଉଛି।

wp:core-embed/youtube {"url":"https://youtu.be/Sst64vGgBZI","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://youtu.be/Sst64vGgBZI
/wp:core-embed/youtube

ଏହି ଦ୍ରୁତ ବୋଲରଜଣଙ୍କ ଆହୁରି କହିଛନ୍ତି ଯେ, କରୋନା ଭାଇରସ ପାଇଁ ଆଇପିଏଲକୁ ସ୍ଥଗିତ ରଖାଯାଇଛି। ସେହିପରି ପିଏସଏଲ ଆୟୋଜନ ମଧ୍ୟ ପ୍ରଭାବିତ ହୋଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। କାହିଁକି ଚୀନ ନାଗରିକମାନେ ବାଦୁଡିଙ୍କ ମାଂସ, ରକ୍ତ ଆଦି ଖାଇ ସାରା ବିଶ୍ୱରେ ଏହି ମାରାତ୍ମକ ଭାଇରସ ବ୍ୟାପିବାରେ ସାହାଯ୍ୟ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.