ଆକ୍ରମଣ ପ୍ରତିଆକ୍ରମଣକୁ ନେଇ ଉତ୍ତେଜନାମୂଳକ ସ୍ଥିତି ; ସୀମାରୁ ଲୋକଙ୍କୁ ସ୍ଥାନାନ୍ତର କରୁଛି ଭାରତ

Published By : Prameya-News7 Bureau | February 28, 2019 IST

ଶ୍ରୀନଗର ୨୮|୨: ବିସ୍ଫୋରକ ସ୍ଥିତି, ପାକିସ୍ତାନର ଆକ୍ରମଣ ଉଦ୍ୟମ ଭୟଙ୍କର । ପୁଲୱାମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତର କାର୍ଯ୍ୟାନୁଷ୍ଠାନ ଏବଂ ପାକିସ୍ତାନର ପାଲଟା ଆକ୍ରମଣ ଉଦ୍ୟମ ପରିସ୍ଥିତିକୁ ବିସ୍ଫୋରକ କରିଦେଇଛି । ଦୁଇ ଦେଶର ସେନା ଯେପରି ମୁହାମୁହିଁ ଅବସ୍ଥାରେ ଅଛନ୍ତି ସେଥିରୁ ଜଣାପଡ଼ୁଛି ଯେ ଯେକୌଣସି ମୁହୂର୍ତରେ ଯୁଦ୍ଧ ହୋଇଯାଇପାରେ । ତେବେ ଶାନ୍ତି ପାଇଁ ଆନ୍ତର୍ଜାତିକ ଚାପ ପଡ଼ୁଥିବା ବେଳେ ଭାରତୀୟ ଯୁଦ୍ଧ ବିମାନର ଜଣେ ପାଇଲଟଙ୍କୁ ଧରି ପାକିସ୍ତାନ ନିର୍ଯାତନା ଦେଉଥିବା ଖବର ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି ।

{"id":89094}

ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଏହି ପାଇଲଟଙ୍କ ପ୍ରତି ଅମାନବୀୟ ବ୍ୟବହାର ବନ୍ଦ କରିବା ଲାଗି ଦାବି କରିଛି । କେବଳ ଏତିକି ନୁହେଁ ପାଇଲଟଙ୍କୁ ନିରାପଦ ସହିତ ତୁରନ୍ତ ଭାରତକୁ ଫେରାଇ ଦେବାଲାଗି ଭାରତ ସରକାର ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି ।

{"id":89048}

ଗତକାଲି ସକାଳେ ପାକିସ୍ତାନର କେତେକ ଲଢ଼ୁଆ ବିମାନ ଏଫ୍-୧୬ ଭାରତୀୟ ସୀମା ଉଲ୍ଲଂଘନ କରି ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ସଜାଗ ରହିଥିବା ଭାରତୀୟ ବାୟୁସେନା ତତକ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ପାକିସ୍ତାନୀ ଯୁଦ୍ଧ ବିମାନଗୁଡ଼ିକୁ ଘଉଡ଼ାଇ ଦେଇଥିଲା । ପାକିସ୍ତାନର ଗୋଟିଏ ଏଫ-୧୬କୁ ମଧ୍ୟ ଖସାଇ ଦିଆଯାଇଥିଲା ।

{"id":89061}

ତେବେ ଏହି କାର୍ଯ୍ୟାନୁଷ୍ଠାନ ବେଳେ ଭାରତୀୟ ବାୟୁସେନାର ମିଗ୍ ବିମାନ ପାକିସ୍ତାନ ସୀମାରେ ଖସି ପଡ଼ିଥିଲା । ଏହାର ପାଇଲଟ ଅଭିନନ୍ଦନଙ୍କୁ ପାକିସ୍ତାନୀ ସେନା ଧରି ନିର୍ଯାତନା ଦେଉଥିବାର ଭିଡିଓ ଭାଇରାଲ ହୋଇଛି । ଏଥିରେ ଭାରତ ସରକାର କ୍ଷୁବ୍ଧ ହୋଇ ପାକିସ୍ତାନର ଉପ ହାଇକମିସନରଙ୍କୁ ବୈଦେଶିକ ବିଭାଗକୁ ସମନ୍ କରିଥିଲେ । ଏହି ଘଟଣାର ଭାରତ ପ୍ରତିବାଦ ଜଣାଇବା ସହିତ ପାଇଲଟଙ୍କୁ ତୁରନ୍ତ ଫେରାଇବାକୁ ଦାବି କରିଛନ୍ତି ।

{"id":89263}

ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦି ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିଛନ୍ତି । ବୈଠକରେ ତିନି ସେନାର ମୁଖ୍ୟ ଉପସ୍ଥିତ ଥିଲେ । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜତି ଡୋଭାଲ, ପ୍ରତିରକ୍ଷା ସଚିବ, ବୈଦେଶିକ ବିଭାଗ ସଚିବ ଏବଂ ଗୁଇନ୍ଦା ବିଭାଗର ମୁଖ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ସେପଟେ ସମଗ୍ର ଉତ୍ତର ଭାରତରେ ହାଇଆଲର୍ଟ ଜାରି କରାଯାଇଛି । ନିୟନ୍ତ୍ରଣ ରେଖାରେ ପ୍ରବଳ ଗୁଳି ବିନିମୟ ଚାଲିଥିବାରୁ ସୀମାନ୍ତ ଅଞ୍ଚଳକୁ ଖାଲି କରାଯାଉଛି । ସୀମାଠାରୁ ୫ କିଲୋମିଟର ଦୂରତା ପର୍ଯ୍ୟନ୍ତ ସ୍କୁଲ ଗୁଡିକୁ ବନ୍ଦ କରାଯାଇଛି ।ସେପଟେ ପାକିସ୍ତାନରେ ଗତକାଲିଠାରୁ ସମସ୍ତ ବିମାନ ଉଡ଼ାଣକୁ ବାତିଲ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.