Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଆଫଗାନିସ୍ତାନ ଭାରତ ସବୁଠାରୁ ଭଲ ବନ୍ଧୁ ଓ ସହଯୋଗୀ -ହାମିଦ କରଜାଇ

17/01/2020 at 3:16 PM

ନୂଆଦିଲ୍ଲୀ ୧୭।୦୧: ଆଫଗାନିସ୍ତାନ ଭାରତ ସବୁଠାରୁ ଭଲ  ବନ୍ଧୁ ଓ ସହଯୋଗୀ । ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଆଫଗାନିସ୍ତାନ ଉପରେ ଏହାର ଖରାପ ପ୍ରଭାବ ପଡୁଛି  । ଉଭୟ ଦେଶ ମଧ୍ୟରେ ସନ୍ତୁଳନ ରଖିବା ଆଫଗାନିସ୍ତାନ ପାଇଁ ଏକ ଭୟଙ୍କର ପରିସ୍ଥିତି ହୋଇପଡିଛି । ଭାରତ ସହିତ ଆମର ବହୁତ ଭଲ ସମ୍ପର୍କ ଅଛି । ତେବେ ପାକିସ୍ତାନ ସହିତ ଥିବା ସମ୍ପର୍କ ଏହା ଉପରେ କୌଣସି ପ୍ରଭାବ ପଡିବନାହିଁ , କାହିଁକି ନା ସେ ଆମର ଭାଇ ଓ ସାଙ୍ଗ ବୋଲି ଦିଲ୍ଲୀରେ ଆୟୋଜିତ ଏକ ବିଶ୍ବସ୍ତରୀୟ ସମ୍ମିଳନୀରେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହାମିଦ କରଜାଇ କହିଛନ୍ତି ।

ଆଫଗାନିସ୍ତାନର ସବୁଠାରୁ ଭଲ ସାଥୀ ହେଉଛି ଭାରତ । ଆଫଗାନିସ୍ତାନରେ ଭାରତରେ ବ୍ୟାପକ ଯୋଗଦାନ ରହିଛି । ତେବେ ଆମେ ପାକିସ୍ତାନ ଜଣାଇଦେବାକୁ ଚାହୁଁଛୁ ଯେ, ଭାରତ ସହିତ ଆମର ସମ୍ପର୍କ ଭାଇ ଓ ସାଥୀ କରିବାରେ ରୋକି ପାରିବନାହିଁ । ପାକିସ୍ତାନକୁ ନେଇ ଆମ ଦେଶରେ ଦୁଇ ପ୍ରକାରର ମତ ରହିଛି । ଯେତେବେଳେ ଆମେ ରିଫ୍ୟୁଜ ଭାବେ ଜୀବନ ଯାପନ କରୁଥିଲୁ । ସେତେବେଳେ ପାକିସ୍ତାନି ଲୋକ ଆମକୁ ହୃଦୟ ଖୋଲି ସ୍ବାଗତ କରିଥିଲେ । କିନ୍ତୁ ପାକିସ୍ତାନୀ ସରକାର ଓ ତାଙ୍କର ଆତଙ୍କୀ ସଂଗଠନ ଉପରେ ଆମର  ଗମ୍ଭୀର ଅଭିଯୋଗ ରହିଛି । ଏ ସମସ୍ତ ଲୋକ ଆତଙ୍କବାଦୀଙ୍କ ପ୍ରସୟ ଦେଉଛନ୍ତି । ମୋ ମତରେ ବର୍ତ୍ତମାନ ଆମେ ଶାନ୍ତି ପ୍ରକିୟାରେ ଆଗକୁ ବଢିବା ଉଚିତ୍ । ଆଫଗାନିସ୍ତାନ ପାଇଁ  କୌଣସି ଦ୍ବିତୀୟ ଦ୍ବାର ଖୋଲାନାହିଁ । ତେଣୁ ଆମକୁ ଶାନ୍ତି ପ୍ରକିୟାରେ ହିଁ ଆଗକୁ ବଢିବା ଉଚିତ୍ ।

ଆତଙ୍କବାଦୀକୁ ଆମେରିକା ପରାସ୍ତ କରିପାରିଲାନାହିଁ –

ଆତଙ୍କବାଦୀ ଦମନ ବାହାନାରେ ଆଫାଗାନିସ୍ତାନରେ ଆମେରିକା ପ୍ରବେଶ କରିଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଆମେରିକା ଆତଙ୍କବାଦୀଙ୍କୁ ପରାସ୍ତ କରିପାରିଲାନାହିଁ । ଆମେରିକାର ଆତଙ୍କବାଦୀ ନିପାତ ବାହାନାରେ ପ୍ରବେଶ କରିବା ଆଫଗାନିସ୍ତାନ ପାଇଁ ଏକ ସଙ୍କଟ ଥିଲା । କାରଣ ଏହି ଆତଙ୍କବାଦୀ ନିରୋଧୀ ଲଢେଇ ଦ୍ବାରା ଆଫଗାନିସ୍ତାନରେ ଆଇଏସ ଓ ଅନ୍ୟ ଆତଙ୍କୀ ସଂଗଠନର ଉତ୍ପତ୍ତି ହୋଇଛି । ଯାହାଫଳରେ ଆମ ଦେଶ ମଧ୍ୟ ସୁରକ୍ଷିତ ନୁହେଁ । ତେବେ ଏହିସବୁ ପ୍ରସଙ୍ଗ ଉପରେ ଆମେରିକା ଜବାବ ଦେବା ଉଚିତ ବୋଲି ଆଫଗାନିସ୍ତାନ ରାଷ୍ଟପ୍ରତି କରଜାଇ କହିଛନ୍ତି ।

   Related Posts