Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର

23/10/2021 at 10:56 AM

ନୂଆଦିଲ୍ଲୀ, ୨୩/୧୦:   ଟି୨୦ ବିଶ୍ୱକପରେ ରବିବାର ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ମ୍ୟାଚ୍ ପୂର୍ବରୁ ଅନେକ ପୂର୍ବତନ ଖେଳାଳି ଫଳାଫଳକୁ ନେଇ ଅନୁମାନ ଲଗାଉଛନ୍ତି । କିଏ ମ୍ୟାଚର ଫେଭରେଟ୍ ରହିବ ତାକୁ ନେଇ ଚାଲିଛି ଅଙ୍କକଷା । ତେବେ ବିଶ୍ୱକପରେ କେବେ ହେଲେ ପାକିସ୍ତାନଠୁ ହାରିନି ଭାରତ । ଏହାମଧ୍ୟରେ ପାକ୍ ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଅମିର ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀଙ୍କ ମୁକାବିଲାକୁ ନେଇ ମତ ରଖିଛନ୍ତି ।

ମହମ୍ମଦ ଅମିର କହିଛନ୍ତି ଯେ, ମ୍ୟାଚର ଫଳାଫଳ କଣ ହେବ ଏବେଠୁ କହିହେବ ନାହିଁ । ତେବେ ଭାରତର ବିଜୟୀ ସମ୍ଭାବନା କିଛି ମାତ୍ରାରେ ଅଧିକ ରହିଛି । କାରଣ ଭାରତ ୟୁଏଇରେ ଆଇପିଏଲ ଖେଳୁଥିଲା । ଏଠାକାର ପରିସ୍ଥିତି ସହ ଟିମ୍ ଇଣ୍ଡିଆ ପରିଚିତ । ପୂର୍ବରୁ ଭାରତ ପାକଠୁ କେବେ ବିଶ୍ୱକପରେ ମ୍ୟାଚ୍ ହାରିନି । ଏହାମାନେ ନୁହେଁ ଯେ କେବେ ହେଲେ ହାରିବ ନାହିଁ । ତଥାପି ଭାରତ-ପାକିସ୍ତାନ ମଧ୍ୟରେ ବିଜୟ ସମ୍ଭାବନା ୬୦-୪୦ ରହିଛି ।

ସେ ଆହୁରି କହିଛନ୍ତି ଯେ, ପାକିସ୍ତାନ ମୋଟାମୋଟି ଭାବେ ଭାରତଠୁ ଅଧିକ ମ୍ୟାଚ୍ ଜିତିଛି । ଟିମ୍ ଇଣ୍ଡିଆ ପାକ୍ ବିରୋଧରେ ବିଶ୍ୱକପରେ ୧୨ଟି ମ୍ୟାଚ୍ ଜିତିଛି । ଏଥିରୁ ୭ଟି ଦିନିକିଆ ବିଶ୍ୱକପରେ ଥିବା ବେଳେ ୫ଟି ଟି୨୦ ବିଶ୍ୱକପରେ ରହିଛି । ମ୍ୟାଚ୍ ପୂର୍ବରୁ ଉଭୟ ଦଳ ଚାପରେ ରହିବେ । ପାକିସ୍ତାନର ବୋଲିଂ ଲାଇନ୍ ଭଲ ରହିଛି । ଏହାସହ ପାକିସ୍ତାନର ବ୍ୟାଟିଂ ମଧ୍ୟ ଭଲ ରହିଛି । କାରଣ ଆଇପିଏଲରେ ରୋହିତ ଶର୍ମା ଓ ବିରାଟ କୋହଲି ରନ୍ ସଗ୍ରହ ପାଇଁ ସଙ୍ଘର୍ଷ କରୁଥିଲେ । ଆହୁରି ମଧ୍ୟ ବଡ ଟୁର୍ଣ୍ଣାମେଣ୍ଟରେ  ରୋହିତଙ୍କ ତୁଳନାରେ ବିରାଟ ଭଲ ପ୍ରଦର୍ଶନ କରନ୍ତି ବୋଲି ଅମିର କହିଛନ୍ତି ।  

   Related Posts