ରବିବାର ଦିନ ମହାମୁକାବିଲା : ଭାରତ ପାକିସ୍ତାନ ମ୍ୟାଚ ଟିକେଟ ଦର ଆକାଶଛୁଆଁ, ଜାଣନ୍ତୁ କେତେ

Published By : Prameya-News7 Bureau | June 14, 2019 IST

ଜୁନ ୧୬, ରବିବାର ଦିନ ଭାରତ ପାକିସ୍ତାନ ମଧ୍ୟରେ ମଞ୍ଚେଷ୍ଟର ଓଲ୍ଡ ଟ୍ରେଫର୍ଡ ଷ୍ଟାଡିୟମରେ ଖେଳାଯିବ । ଭାରତ ପାକିସ୍ତାନ ମ୍ୟାଚ ଦେଖିବାକୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅନେକ ଉତ୍ସାହ ରହିଛି । ଏଭଳି ସ୍ଥିତିରେ ଟିକେଟ ଦର ଆକାଶ ଛୁଆଁ ହୋଇଛି । ପ୍ରତି ଟିକେଟ ୬୦ ହଜାର ଟଙ୍କାରେ ବିକ୍ରି ହେଉଛି । ୨୦୧୩ ମସିହା ପରେ ପାକିସ୍ତାନ ଟିମ କୂଟନୈତିକ କାରଣରୁ କେବଳ ଆଇସିସି ଏବଂ ଏସିଆ କ୍ରିକେଟ କାଉନ୍ସିଲ ଦ୍ୱାରା ଆୟୋଜିତ ଟୁର୍ନାମେଣ୍ଟରେ ଭାରତ ବିପକ୍ଷରେ ଖେଳୁଛି ।

{"id":122936,"width":580,"height":440}

ବ୍ରିଟେନରେ ଲକ୍ଷ ଲକ୍ଷ ସଂଖ୍ୟକ ଭାରତୀୟ ଏବଂ ପାକିସ୍ତାନୀ ରହୁଛନ୍ତି । ସେଥିପାଇଁ ଏହି ମହାମୁକାବିଲା ପାଇଁ ଟିକେଟ ଦର ଆକାଶ ଛୁଆଁ ହୋଇଛି । ୨୦ ହଜାର କ୍ଷମତା ବିଶିଷ୍ଟ ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚ ପାଇଁ ଟିକେଟ ବିକ୍ରି ଜୋରସୋରରେ ହୋଇଛି । ଟିକେଟ କାଉଣ୍ଟର ଖୋଲିବାର କିଛି ଘଣ୍ଟା ମଧ୍ୟରେ ସମସ୍ତ ଟିକେଟ ବିକ୍ରି ହୋଇଯାଇଥିଲା । ଏବେ ଆଉ ଟିକେଟ ମଧ୍ୟ ମିଳୁନାହିଁ । ଏହାର ଫାଇଦା ଉଠାଉଛନ୍ତି ଟିକେଟ ଦଲାଲ । ଯେଉଁମାନେ ଆଗରୁ ଟିକେଟ କିଣିଥିଲେ ସେମାନେ ଚଢା ଦାମରେ ଏବେ ଟିକେଟ ବିକ୍ରି କରୁଛନ୍ତି ।

{"id":122937}

ଏହିଭଳି ଲୋକଙ୍କ ଠାରୁ ଟିକେଟ କିଣି ରିସେଲ କରିଥାଏ ଏକ ୱେବସାଇଟ । ୱେବସାଇଟ ଅନୁଯାୟୀ, ଏବେ ତା ପାଖରେ ୪୮୦ ଟିକେଟ ବିକ୍ରି ପାଇଁ ଅଛି । ଏଥିରେ, ଗୋଲ୍ଡ, ବ୍ରୋଞ୍ଜ, ପ୍ଳାଟିନମ୍ ଓ ସିଲଭର୍ କାଟାଗୋରି ଟିକେଟ ରହିଛି । କମ୍ପାନୀ ୱେବସାଇଟ ଅନୁଯାୟୀ, ବ୍ରୋଞ୍ଜ ଓ ସିଲଭର୍ କାଟାଗୋରି ଟିକେଟ ବିକ୍ରି ସରିଯାଇଛି । ଏହାର ମୂଲ୍ୟ ୧୭ ହଜାରରୁ ୨୭ ହଜାର ଯାଏଁ ଥିଲା ।

{"id":122938,"width":576,"height":390}

ଆଜି ପର୍ଯ୍ୟନ୍ତ ୫୮ଟି ଗୋଲ୍ଡ ଏବଂ ୫୧ ପ୍ଳଟିନମ୍ ଟିକେଟ ଉପଲବ୍ଧ ଥିଲା । ଯାହାର ମୂଲ୍ୟ ୪୭ ହଜାରରୁ ୬୨ ହଜାର ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.