Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’

26/10/2021 at 10:48 AM

ଜୟପୁର,୨୬/୧୦:  ରବିବାର ଟି୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ହାଇଭୋଲଜେଟ୍ ମୁକାବିଲାରେ ଭାରତ ପାକିସ୍ତାନଠୁ ପରାସ୍ତ ହୋଇଛି । ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ଏହା ନିରାଶ କରିଥିବା ବେଳେ ପାକିସ୍ତାନୀ ଫ୍ୟାନ୍ କିନ୍ତୁ ଖୁସ୍ । ତେବେ ଭାରତରେ କିଛି ଦେଶଦ୍ରୋହୀ ପାକିସ୍ତାନ ବିଜୟରେ ଖୁସି ମନାଇଛନ୍ତି । ଏପରି ଏକ ଘଟମା ସାମ୍ନାକୁ ଆସିଛି ରାଜସ୍ଥାନର ଉଦୟପୁରରେ । ଏଠାରେ ଜଣେ ଶିକ୍ଷୟିତ୍ରୀ ପାକିସ୍ତାନ ବିଜୟକୁ ନେଇ ହ୍ୱାଟସଆପରେ ଷ୍ଟାଟସ୍ ରଖିଥିଲେ ।

ସୂଚନା ଅନୁସାରେ, ଉଦୟପୁରର ଖେଲଗାଁଓରେ ରହିଛି ନୀରଜା ମୋଦୀ ସ୍କୁଲ । ଏଠାକାର ଅଧ୍ୟାପିକା ନଫିସା ଅଟାରୀ ରବିବାର ମ୍ୟାଚ ପରେ ପାକିସ୍ତାନ ବିଜୟର ଖୁସି ମନାଇଥିଲେ । ସେ ହ୍ୱାଟସଆପରେ ଷ୍ଟାଟସ ଦେବା ସହ ଆମେ ଜିତିଗଲୁ ବୋଲି ଲେଖିଥିଲେ ।

ଏହି ଷ୍ଟାଟସକୁ ଜଣେ ଅଭିଭାବକ ଦେଖି ଅଧ୍ୟାପିକାଙ୍କୁ ପ୍ରଶ୍ନ କରିଥିଲେ ।ଅଧ୍ୟାପିକା ପାକିସ୍ତାନକୁ ସମର୍ଥନ କରିଥିବା ତାଙ୍କୁ କହିଥିଲେ । ପରେ ଘଟଣାକୁ ନେଇ ଆଲୋଡନ ଖେଳିଯାଇଥିଲା । ଏହାର ସ୍କ୍ରିନ୍ ସଟକୁ ନେଇ କିଛି ଅଭିଭାବକ ସ୍କୁଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହାପରେ ସୋସିଆଲ ମିଡିଆରେ ଅନେକ ସଂପୃକ୍ତ ଅଧ୍ୟାପିକାଙ୍କୁ ଟ୍ରୋଲ କରିଥିଲେ । ସ୍କୁଲରେ ସେ ପିଲାଙ୍କୁ କିପରି ଶିକ୍ଷା ଦେଉଛନ୍ତି ବୋଲି ମଧ୍ୟ ପ୍ରଶ୍ୱ ଉଠିଥିଲା । ଶେଷରେ ସ୍କୁଲ ତରଫରୁ ସଂପୃକ୍ତ ଅଧ୍ୟାପିକାଙ୍କୁ ନିଲମ୍ବନ କରାଯାଇଛି । ତେବେ ମଜାରେ ଏପରି ଲେଖିଥିଲେ ସେ ସଫେଇ ଦେଇଛନ୍ତି ।

   Related Posts