Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ଦ୍ୱିପାକ୍ଷିକ ସିରିଜ ! ପ୍ରସ୍ତାବ ଦେଲେ ପୂର୍ବତନ ବୋଲର, ଏହି ଦେଶରେ ଖେଳାଯିବ ମ୍ୟାଚ

9/04/2020 at 10:43 AM

ନୂଆଦିଲ୍ଲୀ, ୦୯|୦୪:  ଏହି ସମୟରେ ସାରା ବିଶ୍ୱ କରୋନା ଭାଇରସ ବିରୋଧରେ ଲଢୁଛି । ବିଭିନ୍ନ ଦେଶର ଖେଳାଳିମାନେ ମଧ୍ୟ ସରକାରଙ୍କୁ ଆର୍ଥିକ ସାହାଯ୍ୟ କରୁଛନ୍ତି । କିଛି ଖେଳାଳି ସେମାନଙ୍କ ବଲ, ବ୍ୟାଟ, ଟ୍ରଫି ଆଦି ନିଲାମ କରି ଅର୍ଥ ସଂଗ୍ରହ କରୁଛନ୍ତି । ଏହା ମଧ୍ୟରେ ପୂର୍ବତନ ପାକିସ୍ତାନୀ ବୋଲର ସୋଏବ ଅଖତାର ଏକ ପ୍ରସ୍ତାବ ଦେଇଛନ୍ତି । କରୋନା ମୁକାବିଲା ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ଖେଳାଯାଉ ଓ ଏହି ମ୍ୟାଚ ଟିକେଟରୁ ଆୟ ଅର୍ଥକୁ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହେଉ ବୋଲି ସେ କହିଛନ୍ତି ।

ଉଭୟ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ଭଲ ନାହିଁ । ଅନେକ ବର୍ଷ ଧରି ଉକ୍ଷୟ ଦେଶ ମଧ୍ୟରେ କୌଣସି ସିରିଜ ଖେଳାଯାଇ ନାହିଁ । କେବଳ ଆଇସିସି ଇଭେଣ୍ଟରେ ଉଭୟ ଦଳ ସାମ୍ନାସାମ୍ନି ହୋଇଥାନ୍ତି । ଭାରତ ଉପରେ ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳାଯାଇ ନାହିଁ ।

ସୋଏବ ଅଖତାର କହିଛନ୍ତି ଯେ, ଯଦି ଉଭୟ ଦେଶ ମଧ୍ୟରେ ମ୍ୟାଚ ଖେଳାଯାଏ ତେବେ ଏହା ତିନି ମ୍ୟାଚ ବିଶିଷ୍ଟ ହେଉ । ସିରିଜ ଯିଏ ବିଜୟୀ ହେଲେ ମଧ୍ୟ କ୍ରିକେଟପ୍ରେମୀମାନେ ଦୁଃଖ କରିବେ ନାହିଁ । ବିରାଟ କୋହଲି ଶତକ ଲଗାଇଲେ ପାକିସ୍ତାନୀ ଫ୍ୟାନ ଖୁସି ହେବେ ଓ ବାବର ଆଜମ ଶତକ ଲଗାଇଲେ ଭାରତୀୟମାନେ ଖୁସି ହେବେ । ମ୍ୟାଚର ଫଳାଫଳ ଯାହା ହେଲେ ମଧ୍ୟ ଫରକ ପଡିବ ନାହିଁ । ଆୟକୁ ଉଭୟ ଦେଶ ମଧ୍ୟରେ ବାଣ୍ଟି ଦିଆଯିବ ।

ସେ ଆହୁରି କହିଛନ୍ତି, ସ୍ଥିତି ସୁଧୁରିଲେ ଦୁବାଇର ମ୍ୟାଚ ହାଇପାରେ । ଫଳରେ ଉଭୟ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ମଧ୍ୟ ସୁଧୁରି ପାରିବ । ଏପରି ଭାବେ ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିବା ଆବଶ୍ୟକ । ।

   Related Posts