ଭାରତ ପାଇଁ ଦରଦ ଦେଖାଇ ଟ୍ରୋଲ ହେଲେ ପାକିସ୍ତାନରେ ଥିବା ହିନ୍ଦୁ ଝିଅ : ଟ୍ୱିଟ କରି ଜଣାଇଲେ ମନର କଥା

Published By : Prameya-News7 Bureau | May 25, 2021 IST

ପାକିସ୍ତାନ୨୫/୫: ଭାରତରେ କରୋନା ସ୍ଥିତି ଏବେ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ପ୍ରଥମେ କରୋନାର ବିସ୍ଫୋରକ ସ୍ଥିତି ଥିଲା ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ । କାରଣ ମହାମାରୀ ପାଇଁ ବେଶି ପ୍ରଭାବିତ ହୋଇଥିଲା ଆମେରିକା । ହେଲେ ୨ୟ ଲହରରେ ବେଶି ପ୍ରଭାବିତ ହୋଇଛି ଭାରତ । ଦୈନିକ ସଂକ୍ରମଣ ସାଙ୍ଗକୁ ମୃତ୍ୟୁ ସଂଖ୍ୟା ସବୁ ରେକର୍ଡ କ୍ରସ କରୁଛି । କେଉଁଠି ଅକ୍ସିଜେନ ଅଭାବରୁ ମୃତ୍ୟୁ ହେଲାଣି ତଆଉ କେଉଁଠି ହସ୍ପିଟାଲରେ ମିଳୁନି ବେଡ୍ । ତେବେ ଭାରତରେ ଏହି ସ୍ଥିତିରେ ସହଯୋଗର ହାତ ବଢାଉଛନ୍ତି ବିଭିନ୍ନ ଦେଶ ।

wp:html /wp:html

ଶତ୍ରୁ ରାଷ୍ଟ୍ର ପାକିସ୍ତାନ ମଧ୍ୟ ସହଯୋଗର ହାତ ବଢାଇଥିଲା । ହେଲେ ପାକିସ୍ତାନରେ ରହୁଥିବା ଜଣେ ହିନ୍ଦୁ ଝିଅ ପ୍ରିୟଙ୍କା ଦେବୀ ଯେତେବେଳେ ଏପରି ସ୍ଥିତିରେ ଭାରତର ତ୍ରିରଙ୍ଗା ଉଡାଇବାକୁ ଇଚ୍ଛା ପ୍ରକାଶ କଲେ ସେତେବେଳେ ତାଙ୍କୁ ଦେଶଦ୍ରୋହର ଆଖ୍ୟା ଦିଆଗଲା । ସେ ମହିଳା ଜଣଙ୍କ ଟ୍ୱିଟ କରି ଏକଥା ଜଣାଇଛନ୍ତି । ପ୍ରିୟଙ୍କା କହିଛନ୍ତି ଭାରତର ଏଭଳି ପରିସ୍ଥିତିରେ ମୁଁ ଖାଲି ଏକଜୁଟର ବାର୍ତ୍ତା ଦେବାକୁ ଚାହୁଁଥିଲି । ତ୍ରିରଙ୍ଗା ଉଡାଇବାକୁ ମୁଁ ପରିମିସନ ମାଗିଥିଲି ।

wp:html /wp:html

ହେଲେ ମୋତେ ମିଳିଥିଲା ଲାଞ୍ଛନା ଓ ଦେଶଦ୍ରୋହର ଆଖ୍ୟା । ତେବେ ଥାହକର ଟ୍ୱିଟ ପରେ ତାଙ୍କୁ ଜୋରଦାର କମେଣ୍ଟ ସବୁ ମିଳିଛି । ଏମିତିକି କିଛି ଲୋକ ତାଙ୍କୁ ବିରୋଧ କରିବା ସହ କଟୁ ମନ୍ତବ୍ୟ ବି ଦେଇଛନ୍ତି । ତେବେ ତାଙ୍କ ଟ୍ୱିଟରେ ରଉଫ୍ ମୁବାଶିର ପଜିଟିଭ କମେଣ୍ଟ ଦେଇଛନ୍ତି । ସେ କହିଛନ୍ତି ତମ ଇଚ୍ଛା ତମେ ଯାହା କରିପାର । ହେଲେ ପ୍ରିୟଙ୍କା ବଡ ଦୁଃଖରେ ଲେଖିଛନ୍ତି କି, ମୁଁ ଯାହା ଚାହୁଁଛି କେବେ ବି ତାହା କରିପାରିବିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.