Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ପରସ୍ପରର ଶତ୍ରୃ କିନ୍ତୁ ଶତ୍ରୃ ବିରୋଧରେ ଲଢ଼ନ୍ତି ଏକାଠି : ୧୪ରୁ ଅଧିକ ମିଶନରେ ହାତ ମିଳାଇଛନ୍ତି ଏହି ଦୁଇ ପଡ଼ୋଶୀ

30/05/2020 at 3:12 PM

ନୂଆଦିଲ୍ଲୀ ୩୦/୫: ସୀମାରେ ବନ୍ଧୁକ ଧରି ପରସ୍ପରର ମୁକାବିଲା କରୁଥିବା ଭାରତ ଏବଂ ପାକିସ୍ତାନର ସୈନିକ ମିଳିତ ଜାତିସଙ୍ଘରେ ପିସ୍ କିପିଂ ମିଶନରେ ଏକାଠି କାମ କରନ୍ତି। ବିଶ୍ବର ଭିନ୍ନ ଭିନ୍ନ ଦେଶରେ ଚାଲୁଥିବା ୟୁଏନ୍ ମିଶନ(ମିଳିତ ଜାତିସଙ୍ଘ)ରେ ଅନେକ ଥର ଏକାଠି ପୋଷ୍ଟିଂ ହୋଇଥାଏ ଏବଂ ଏମାନେ ଏଠାରେ ଶତ୍ରୃଙ୍କ ମୁକାବିଲା ମିଶି କରିଥାନ୍ତି। ଜାତିସଙ୍ଘ ୭୦ରୁ ଅଧିକ ପିସକିପିଂ ମିଶନ୍ ଏବେ ସୁଦ୍ଧା ପୂରା କରି ସାରିଛି। ଏଥିରେ କାମ କରୁଥିବା ଭାରତର ସବୁଠୁ ଅଧିକ ୧୬୪ସୈନିକ ଶହୀଦ ହୋଇଛନ୍ତି। ଏହି ସବୁ ମିଶନରେ ଭାରତ ଏବଂ ପାକିସ୍ତାନ ସବୁଠୁ ଅଧିକ ସୈନିକ ପଠାଉଥିବା ଟପ୍-୧୦ ଦେଶରେ ସାମିଲ ଅଛନ୍ତି।

ଆଶ୍ଚର୍ଯ୍ୟର କଥା ଏହିକି ଯେ ଭାରତ ,ପାକିସ୍ତାନ ଏବଂ ବାଙ୍ଗଲାଦେଶ ଯେତେଜଣ ସୈନିକଙ୍କୁ ମିଶନରେ ପଠାଇଥାଏ,ଚୀନ ଏହାର ଅଧା ପଠାଇଥାଏ। ୟୁଏନ୍ ମିଶନରେ ସୈନିକ ପଠାଇବା ତାଲିକାରେ ଭାରତ ପଞ୍ଚମ ଏବଂ ପାକିସ୍ତାନ ଷଷ୍ଠରେ ରହିଛି। ଏହି ତାଲିକାରେ ସବୁଠୁ ଶୀର୍ଷରେ ଇଥିଓପିଆ ରହିଛି। ୧୪ରୁ ଅଧିକ ମିଶନରେ ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ଏକାଠି କାମ କରୁଛନ୍ତି।

ୟୁଏନର ସବୁଠୁ ବଡ଼ ମିଶନ୍ କଙ୍ଗୋରେ ଚାଲିଛି। ଏହି ମିଶନ୍ ୧୯୫୦ମସିହାରୁ ଜାରି ରହିଛି। କଙ୍ଗୋ ଲଗାତାର ଅନେକ ଯୁଦ୍ଧ ଦେଖି ସାରିଛି। ଏଠାରେ ୟୁଏସ୍ ମିଶନରେ ଆସୁଥିବା ସୈନିକଙ୍କ ମଧ୍ୟରେ ସବୁଠୁ ଅଧିକ ଭାରତ ଏବଂ ପାକିସ୍ତାନର ହୋଇଥାନ୍ତି। କଙ୍ଗୋରେ ଚାଲୁଥିବା ମିଳିତ ଜାତିସଙ୍ଘର ମିଶନରେ ଭାରତ ଏବଂ ପାକ ଆରମ୍ଭରୁ ହିଁ ଏକାଠି କାମ କରୁଛନ୍ତି। ସମ୍ଭବତଃ ସର୍ବପ୍ରଥମେ ଯେଉଁ ମିଶନରେ ଭାରତ ଏବଂ ପାକିସ୍ତାନ ଏକାଠି ଆସିଥିଲେ ତାହା କଙ୍ଗୋ ଥିଲା।

୨୦୦୭-୨୦୦୮ମସିହା ମଧ୍ୟରେ ପାକିସ୍ତାନୀ ପୂର୍ବତନ ସେନା ମୁଖ୍ୟ କମର ଜାଭେଦ ବାଜଓ୍ବା ଏବଂ  ପୂର୍ବତନ ଭାରତୀୟ ସେନା ମୁଖ୍ୟ  ଜେନେରାଲ୍ ବିକ୍ରମ ସିଂହ ମଧ୍ୟ ଗୋଟିଏ ମିଶନରେ ଏକାଠି କାମ କରି ସାରିଛନ୍ତି। ବାଜଓ୍ବା ଏବଂ ବିକ୍ରମ ସେହି ସମୟରେ ୧୯୯୯ଳୁସାକା ସିଜଫାୟର ଆଗ୍ରିମେଣ୍ଟକୁ ସମାପ୍ତ କରିବାକୁ କାମ କରିଥିଲେ।

୨୦୧୨ମସିହାରେ ଭାରତୀୟ ସୈନିକମାନେ ଆହତ ହୋଇଥିବା ପାକିସ୍ତାନୀ ଯବାନଙ୍କ ଚିକିତ୍ସା କରିଥିଲେ। ଘଟଣାଟି କଙ୍ଗୋରେ ଘଟିଥିଲା। ସେଠାରେ ପାକିସ୍ତାନୀ ସୈନିକ ଗୁଳି ବିନିମୟରେ ଆହତ ହୋଇଥିଲେ। ସେହି ଦେଶରେ ଭାରତୀୟ ସୈନିକ ମଧ୍ୟ ମୁତୟନ ହୋଇଥିଲେ। ଭାରତୀୟ ସେନାଙ୍କ ୟୁନିଟ ଗୋମାରେ ମୁତୟନ ଥିଲା ଯେଉଁଠାରେ ଚିକିତ୍ସା ପାଇଁ ୮ଜଣ ପାକିସ୍ତାନ ସେନାର ଯବାନ ଏବଂ ଜଣେ ଅଫିସରଙ୍କୁ ଅଣା ଯାଇଥିଲା। ପରେ ପାକିସ୍ତାନର ସେକ୍ଟର କମାଣ୍ଡର ହସ୍ପିଟାଲ୍ ଯାଇଥିଲେ ଏବଂ ଭାରତୀୟ ବ୍ରିଗେଡ କମାଣ୍ଡରଙ୍କୁ ଧନ୍ୟବାଦ ଦେଇଥିଲେ।

   Related Posts