Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||

ଭାରତ-ପାକ୍ ସୀମାରୁ ୬ ପାକିସ୍ତାନୀ ସୈନ୍ୟ ଗିରଫ, ଭାରତୀୟ ଯବାନଙ୍କ ଉପରେ କରିଥାନ୍ତେ ଆକ୍ରମଣ !

9/01/2021 at 10:30 AM

ଶ୍ରୀନଗର,୦୯/୦୧:ସୀମା ସୁରକ୍ଷା ବଳ ବା ବିଏସଏଫ ଶୁକ୍ରବାର ପଞ୍ଜାବର ଭାରତ-ପାକ୍ ଅନ୍ତରାଷ୍ଟ୍ରୀୟ ସୀମା ନିକଟରୁ ୬ ପାକିସ୍ତାନୀ ଯବାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ସମସ୍ତ ଯବାନଙ୍କ ବୟସ ୨୦ରୁ ୨୧ ବର୍ଷ ବୋଲି ଡଣାପଡିଛି । ସନ୍ଧ୍ୟା ୫ଟାରେ ସୀମାବର୍ତ୍ତୀ ଅଞ୍ଚଳରେ ସେମାନଙ୍କୁ ଗିରଫ କରାଯାଇଥିଲା ।

ସୂତ୍ରାନୁସାରେ, ଗିରଫ ୬ ପାକିସ୍ତାନୀଙ୍କୁ ଗୁଇନ୍ଦା ବିଭାଗର ଅଧିକାରୀମାନେ ଅଜ୍ଞାତ ସ୍ଥାନରେ ଜେରା କରୁଛନ୍ତି । ସେମାନେ କିଛି ମନ୍ଦ ଉଦ୍ଦେଶ୍ୟରେ ଭାରତୀୟ ସୀମାରେ ପହଁଚିଥିଲେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ସେମାନେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିବାକୁ ଆସିଥିବା ସନ୍ଦେହ କରାଯାଉଛି ।

ଅନ୍ୟଦିଗରେ ବିଏସଏଫ ଡିଆଇଜି ଏନଏସ ଜମଓ୍ୱାଲ ଶୁକ୍ରବାର ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥା ହୋଇ ଅନ୍ତରାଷ୍ଟ୍ରୀୟ ସୀମା ସୁରକ୍ଷା ସ୍ଥିତି ବାବଦରେ ସମୀକ୍ଷା କରିଥିଲେ । ସେ ରାଜ୍ୟପାଳଙ୍କୁ ପାକିସ୍ତାନ ସହ ସଂଲଗ୍ନ ସୀମାରେ ଥିବା ବିପଦ, ବିଭିନ୍ନ ଚ୍ୟାଲେଞ୍ଜକୁ କିପରି ମୁକାବିଲା କରାଯିବ ଓ ସୁରକ୍ଷା କର୍ମୀଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବାବଦରେ କହିଥିଲେ ।

ସେନା ଅଧିକାରୀଙ୍କ କହିବାନୁସାରେ, ସୀମାରେ ଥିବା ବିଭିନ୍ନ ପ୍ରସଙ୍ଗ ସହ ସୁଚେତଗଡ ଓ ଚାମିଲିୟାଲକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ କରିବା ଉପରେ ଚର୍ଚ୍ଚା ହୋଇଥିଲା । ଏହାସହ ବିଏସଏଫର ବିଭିନ୍ନ ଚେକ୍ ପୋଷ୍ଟକୁ ରାସ୍ତା ସହ ଯୋଡାଯିବା ବାବଦରେ ମଧ୍ୟ ଜନଓ୍ୱାଲ ଉପରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଥିଲେ । ଏହାସହ ବିଏସଏଫ ଡିଜି ସ୍ଥାନୀୟ ଲୋକଙ୍କ ସହ ମିଳାମିଶା କରିବାକୁ ଉପ ରାଜ୍ୟପାଳଙ୍କୁ ପରାମର୍ଶ ଦେଇଥିଲେ ।

   Related Posts