୩ ସେନା ସନ୍ଧ୍ୟା ୭ ଟାରେ କରିବେ ସଂଯୁକ୍ତ ପ୍ରେସ୍ କନଫରେନ୍ସ : ପାକିସ୍ତାନ ପାଇଁ ହୋଇପାରେ ବଡ଼ ଘୋଷଣା
28/02/2019 at 5:49 PM

ନୂଆଦିଲ୍ଲୀ ୨୮/୨: ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆଜି ସେନା,ନୈାସେନା,ବାୟୁସେନା ସନ୍ଧ୍ୟା ୭ଟା ବେଳେ ଏକ ସଂଯୁକ୍ତ ପ୍ରେସ୍ କନଫରେନ୍ସ୍ କରିବେ। ଏଥିରେ ସେନା ଓ ଏୟାରଫୋର୍ସର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ଏହି କନଫରେନ୍ସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ବିଷୟରେ ଆଲୋଚନା ହେବ। ଭାରତରେ ସାଧାରଣତଃ ସେନାଙ୍କ ମଧ୍ୟରେ ଚାଲିଥିବା ଉତ୍ତେଜନା ସମୟରେ ପ୍ରେସ୍ ବ୍ରିଫିଙ୍ଗ୍ କରିନଥାଏ,ଏପରି ସ୍ଥିତିରେ ଏହି ପ୍ରେସ୍ କନଫରେନ୍ସକୁ ନେଇ ବିଭିନ୍ନ ପ୍ରକାରର ଅଟକଳ ଆରମ୍ଭ ହୋଇଯାଇଛି।
ଅନୁମାନ କରାଯାଉଛି ଯେ ଏହି ପ୍ରେସ୍ କନଫରେନ୍ସ ଜରିଆରେ ଏକ ବଡ଼ ଘୋଷଣା ହୋଇପାରେ। ଏବେ ପର୍ଯ୍ୟନ୍ତ ସୂଚନା ମିଳିପାରିନାହିଁ ଯେ ରକ୍ଷାମନ୍ତ୍ରୀଙ୍କ ସହ ଯେଉଁ ବୈଠକ ହୋଇଥିଲା ଏହାର ପରିଣାମ କ’ଣ ବାହାରିଲା। ପ୍ରେସ କନଫରେନ୍ସ ଜରିଆରେ ଏହି ବୈଠକର ସୂଚନା ଦିଆଯିବ।
Related Posts
୬ପଡୋଶୀ ଦେଶଙ୍କ କରୋନା ଟିକା ଆବଶ୍ୟକତା ପୂରଣ କରିବ ଭାରତ, ପାକିସ୍ତାନ ଜଳକା
19 January 2021