Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ରବିବାର ପାକିସ୍ତାନ ବିପକ୍ଷରେ ହାଇ ଭୋଲଟେଜ୍ ମ୍ୟାଚ୍ : ମହାମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ

23/10/2021 at 12:33 PM

ବାଲେଶ୍ୱର ୨୩/୧୦:  ଟି୨୦ ବିଶ୍ୱକପରେ ଭାରତ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଅକ୍ଟୋବର ୨୪ରେ ଏହି ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି । ଟିମ୍ ଇଣ୍ଡିଆର ନେତୃତ୍ୱ ନେଉଛନ୍ତି ରନ୍ ମେସିନ ବିରାଟ କୋହଲି । ପାକିସ୍ତାନ ଦଳର ଭାର ବାବର ଆଜମଙ୍କ ହାତରେ । ମହା ମୁକାବିଲା ପୂର୍ବରୁ ବିରାଟ ବ୍ରିଗେଡ୍ ଜୋରଦାର ଅଭ୍ୟାସ କରିଛି । ମେଣ୍ଟର ମହେନ୍ଦ୍ର ସିଂ ଧୋନୀ ମଧ୍ୟ ନେଟ୍ସରେ ଖେଳାଳିଙ୍କୁ ସାହାଯ୍ୟ କରୁଛନ୍ତି ।

ବିସିସିଆଇ ଶୁକ୍ରବାର ଦଳର ଅଭ୍ୟାସ ସେସନର ଫଟୋ ସେୟାର କରିଛି । ଏଥିରେ ଧୋନୀ ଖେଳାଳିଙ୍କୁ ଟିପ୍ସ ଦେଉଥିବା ନଜର ଆସିଛନ୍ତି । ସେ ବିଶେଷ ଭାବେ ରାଘବେନ୍ଦ୍ର, ନୁବାନ ଓ ଦୟାନନ୍ଦଙ୍କୁ ଟିପ୍ସ ଦେଉଛନ୍ତି ।

ଧୋନୀ ହିଁ ସିଏସକେକୁ ଚତୁର୍ଥ ଥର ପାଇଁ ଆଇପିଏଲ ଚାମ୍ପିଅନ କରାଇଥିଲେ । ଏହାପରେ ସେ ଦୁବାଇରେ ଟିମ୍ ଇଣ୍ଡିଆ ସହ ସାମିଲ ହୋଇଥିଲେ ଯେପରିକି ଖେଳାଳିଙ୍କୁ ଟି୨୦ ମ୍ୟାଚରେ ସାହାଯ୍ୟ ମିଳିବ । ମାହିଙ୍କ ନେତୃତ୍ୱରେ ଭାରତ ୨୦୦୭ ଟି୨୦ ଚାମ୍ପିଅନ ହୋଇଥିଲା ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ଚାମ୍ପିଅନ ହେବାରେ ପ୍ରମୁଖ ଦାବିଦାର ଅଟେ । ଦଳ ଓ୍ୱାର୍ମ ଅଫ୍ ମୁକାବିଲାରେ ଦମଦାର ପ୍ରଦର୍ଶନ କରିଥିଲା । ଦଳ ଇଂଲଣ୍ଡକୁ ୭ ଓ୍ୱିକେଟରେ ପରାସ୍ତ କରିଥିବା ବେଳେ ଅଷ୍ଟ୍ରେଲିଆ ବିରୋଧରେ ଏକ ତରଫା ବିଜୟ ହାସଲ କରିଥିଲା ।  

   Related Posts