Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଆଉ କିଛି ସମୟ ପରେ ଭାରତ-ପାକିସ୍ତାନ ମୁକାବିଲା, ଏହି ଖେଳାଳିମାନଙ୍କ ମଧ୍ୟରେ ହେବ ଜୋରଦାର ଟକ୍କର

24/10/2021 at 4:37 PM

ଦୁବାଇ ୨୪/୧୦ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ଆଉ କିଛି ସମୟ ପରେ ମୁହାଁମହିଁ ହେବାକୁ ଯାଉଛନ୍ତି ୨ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ । ଉଭୟ ଟିମ ମଧ୍ୟରେ ଜୋରଦାର ଟକ୍କର ହେବା ନେଇ ଆକଳନ କରାଯାଉଛି । ଦୁଇ ଦେଶର କ୍ରିକେଟ ପ୍ରେମୀ ମ୍ୟାଚ ଦେଖିବାକୁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି । ଗୋଟିଏ ପଟେ ଦେଖିବାକୁ ଗଲେ ଭାରତ ଟି-୨୦ ବିଶ୍ବକପରେ ଆଜିଯାଏଁ ପାକିସ୍ତାନ ଠାରୁ ହାରି ନାହିଁ । ଅନ୍ୟପଟେ ପାକିସ୍ତାନ ଭାରତକୁ ହରାଇ ନୂଆ ରେକର୍ଡ କରିବାକୁ ଜୋରଦାର ପ୍ରୟାସ କରିବ ।

ପାକିସ୍ତାନକୁ ଟକ୍କର ଦେବାକୁ ପୁରାପୁରି ଭାବେ ପ୍ରସ୍ତୁତ ବିରାଟ ବାହିନୀ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯେତେବେଳେ ବି ମ୍ୟାଚ ଖେଳାଯାଏ ସବୁବେଳେ ଖେଳାଳିମାନଙ୍କ ବ୍ୟକ୍ତିଗତ ଖେଳ ଉପ​‌ରେ ନଜର ରହିଥାଏ । ସଚିନ ତେନ୍ଦୁଲକର ବନାମ ସୋଏବ ଅଖତାର ହଉ କିମ୍ବା ସଇଦ ଅନଓ୍ବର ବନାମ ଜଗଦଲ ଶ୍ରୀନାଥ । ଆଜିର ମ୍ୟାଚରେ ବି ଉଭୟ ଟିମର ଅନେକ ଖେଳାଳିଙ୍କ ମଧ୍ୟରେ ରୋଚକ ମୁକାବିଲା ଦେଖିବାକୁ ମିଳିବ । କ୍ରିକେଟ ପ୍ରେମୀଙ୍କ ନଜର ଆଜିର ମ୍ୟାଚ ଉପରେ ରହିଛି ।

ରୋହିତ ଶର୍ମା ବନାମ ଶାହୀନ ଆଫ୍ରିଦି

ଟିମ ଇଣ୍ଡିଆାର ଉପଅଧିନାୟକ ତଥା ଭେଟେରାନ୍‌ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ରୋହିତଙ୍କ ସଫଳତାରେ ଭାରତର ବିଜୟ ଆଶା ବେଶ ଅଧିକ ରହିଛି । ଟିମରେ ରୋହିତ ଶର୍ମାଙ୍କ ଉପସ୍ଥିତି ଭାରତ ପାଇଁ ଲାଭଦାୟକ ହେବ ବୋଲି କ୍ରିକେଟ ପ୍ରେମୀ ଦୃଢତାର ସହ କହିଛନ୍ତି । ସେପଟେ ରୋହିତଙ୍କୁ ଚେକ୍‌ ଦେବା ପାଇଁ ପାକିସ୍ତାନର ଦୃତ ବୋଲର ଶାହୀନ ଆଫ୍ରିଦୀ ପ୍ରସ୍ତୁତ । କାରଣ ଶାହୀନ ଜଣେ ଚମତ୍କାର ବୋଲର । ପୂର୍ବରୁ ତାଙ୍କର ଘାତକ ବୋଲିଂ ମଧ୍ୟ ଦେଖିବାକୁ ମିଳିଛି । ସେ ରୋହିତଙ୍କୁ ରୋକିବାରେ ସଫଳ ହୋଇପାରନ୍ତି ।

ବୁମରାହ ବନାମ ଫକର ଜମାନ

ଟିମ ଇଣ୍ଡିଆର ଦୃତ ବୋଲର ଜଶପ୍ରୀତ ବୁମରାହ ନିଜର ଏକ ସ୍ବତନ୍ତ୍ର ଅନ୍ଦାଜରେ ବୋଲିଂ କରନ୍ତି । ବିଶ୍ବର ବଡ ବଡ ବ୍ୟାଟ୍ସମ୍ୟାନଙ୍କୁ ଅତି ସହଜରେ ଆଉଟ କରାଇବାରେ ମାହିର ବୁମରାହ । ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବୋଲର ବୁମରାହ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ଗମରାହ କରିବାରେ ସଫଳ ହେବେ । ବୁମରାହ ଏବଂ ଫକର ଜମାନଙ୍କ ମଧ୍ୟରେ ମହା ମୁକାବିଲା ଦେଖିବାକୁ ମିଳିବ । ୨୦୧୭ ଚାମ୍ପିୟନ୍ସ ଟ୍ରଫି ସମସ୍ତଙ୍କୁ ମନେଥିବ । ମ୍ୟାଚ ଆରମ୍ଭରୁ ହିଁ ଫକର ଜମାନଙ୍କୁ ଆଉଟ କରିଥିଷଳ ବୁମରାହ । ଅବଶ୍ୟ ପରେ ସେଇଟି ନୋ ବଲ ବୋଲି ଜଣାପଡିଥିଲା ଏବଂ ଫକର ଜମାନ ଜୀବନଦାନ ପାଇଁ ଶତକୀୟ ଇନିଂସ ଖେଳିଥିଲେ ।  ଆଜି ବୁମରାହ ଏବଂ ଜମାନଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ ।

କୋହଲି ବାନମ ସାଦାବ୍ ଖାନ

ଅଧିନାୟକ ଭାବରେ ତାଙ୍କର ଶେଷ ଟି -୨୦ ବିଶ୍ୱକପ ଖେଳୁଥିବା ବିରାଟ କୋହଲି ଆଜି ପାକିସ୍ତାନ ବିପକ୍ଷରେ ବିଜୟ ଅଭିଯାନ ଆରମ୍ଭ କରିବାକୁ ପୁରାପୁରି ଭାବେ ପ୍ରସ୍ତୁତ । ତେବେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ବ୍ୟାଟିଂରେ ଫେଲ ମାରୁଥିବା କିଛି ଦିନ ହେଲା ଦେଖିବାକୁ ମିଳୁଛି । ତେବେ ଅନ୍ତର୍ଜାତୀୟ ମ୍ୟାଚରେ ଭିନ୍ନ କିଛି ଦେଖିବାକୁ ମିଳିପାରେ । ଆଜିର ମ୍ୟାଚ୍‌ରେ ପାକିସ୍ତାନର ସାଦାବ ଖାନଙ୍କ ସହ ବିରାଟଙ୍କ ଟକ୍କର ଦେଖିବାକୁ ମିଳିବ ।

   Related Posts