ସ୍ମିଥ୍‌ଙ୍କୁ କେମିତି ଆଉଟ୍ କରିବ ? ଭାରତୀୟ ବୋଲରଙ୍କୁ ଗୁରୁ ମନ୍ତ୍ର ଦେଲେ ସଚିନ ତେନ୍ଦୁଲକର

Published By : Prameya-News7 Bureau | November 24, 2020 IST

ନୂଆଦିଲ୍ଲୀ ୨୪।୧୧: ନଭେମ୍ବର ୨୭ରୁ ଦିନିକିଆ ଶୃଙ୍ଖଳା ସହିତ ଭାରତର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର ଟେଷ୍ଟ ଶୃଙ୍ଖଳାରେ ସଫଳତା ପାଇବାକୁ ହେଲେ ଭାରତୀୟ ବୋଲରଙ୍କୁ ଗୁରୁତ୍ଵପୂର୍ଣ୍ଣ ପରାମର୍ଶ ସହିତ ଅନେକ ଟିପ୍ସ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ଷ୍ଟିଭ୍ ସ୍ମିଥଙ୍କ ଅଣ ପାରମ୍ପରିକ ବ୍ୟାଟିଂ ଶୈଳୀ କାରଣରୁ ଭାରତୀୟ ବୋଲରଙ୍କୁ ତାଙ୍କୁ ଓ୍ଵିକେଟ୍‌ର କିଛି ବାହାରେ ବୋଲିଂ କରିବାକୁ ପଡିବ।

ସେ ଭାରତୀୟ ବୋଲରଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ସିରିଜ୍‌ରେ ବ୍ୟାଟସମ୍ୟାନଙ୍କୁ ପଞ୍ଚମଷ୍ଟମ୍ପ ଲାଇନ୍‌ରେ ବୋଲିଂ କରନ୍ତୁ। ସ୍ପଟ୍ ଫିକ୍ସିଂ କାରଣରୁ ୨୦୧୮-୧୯ରେ ଭାରତର ଗତ ଅଷ୍ଟ୍ରେଲିଆ ଗସ୍ତରେ ଷ୍ଟିଭ୍ ସ୍ମିଥ୍ ଓ ଡେଭିଡ୍ ଓ୍ଵାର୍ଣ୍ଣର ଦଳ ବାହାରେ ଥିଲେ। ଏବେ ଉଭୟ ଖେଳାଳି ଦଳକୁ ଫେରି ସାରିଛନ୍ତି। ଏହାର ଭରଣା କରିବାକୁ ଦୁଇ ଖେଳାଳି ପ୍ରସ୍ତୁତ। ସ୍ମିଥ୍ ଭାରତ ବିପକ୍ଷ ଶୃଙ୍ଖଳାରେ ଏହାର ଭରଣା କରିବାକୁ ଚେଷ୍ଟା କରିବେ। ସେ ଭାରତ ବିପକ୍ଷରେ ୬ ଶତକ ଅର୍ଜନ କରିଛନ୍ତି।

ସଚିନ ଦେଲେ ଗୁରୁତ୍ଵପୂର୍ଣ୍ଣ ପରାମର୍ଶ

ତେନ୍ଦୁଲକର କହିଛନ୍ତି, ସ୍ମିଥ୍‌ଙ୍କ ଖେଳିବା ଶୈଳୀ ଅଣପାରମ୍ପରିକ। ସାଧାରଣତଃ ଆମେ ଟେଷ୍ଟ ମ୍ୟାଚ୍‌ରେ ବୋଲରଙ୍କୁ ଅଫ ଷ୍ଟମ୍ପ କିମ୍ବା ଚତୁର୍ଥ ଷ୍ଟମ୍ପର ଲାଇନ ଆଖପାଖରେ ବୋଲିଂ କରିବାକୁ କହିଥାଉ। ମାତ୍ର ସ୍ମିଥ୍ ବ୍ୟାଟିଂ ବେଳେ ମୁଭ୍ କରନ୍ତି, ଏଥିପାଇଁ ତାଙ୍କୁ ବୋଲିଂ ଲାଇନ୍‌ରୁ ଚାରିରୁ ପାଞ୍ଚ ଇଞ୍ଚ ଆଗରେ କରିବା ଉଚିତ୍। ଷ୍ଟିଭ୍‌ଙ୍କ ବ୍ୟାଟ୍‌ରେ ଯେମିତି ଏଜ୍ ଲାଗିବ, ଏଥିପାଇଁ ଚତୁର୍ଥ ଓ ପଞ୍ଚମ ଷ୍ଟମ୍ପ ମଧ୍ୟରେ ଲାଇନ୍‌ ଅପ୍‌ରେ ବୋଲିଂ କରିବାକୁ ଲକ୍ଷ୍ୟ ରଖିବା ଉଚିତ୍।

ବ୍ୟାକଫୁଟ୍‌ରେ ରଖ ଏବଂ ଭୁଲ୍ କରାଅ

ତେନ୍ଦୁଲକର କହିଛନ୍ତି, ମୁଁ ପଢିଛି ଯେ, ସ୍ମିଥ୍ ସଟ୍‌ ପିଚ୍ ବୋଲିଂ ପାଇଁ ପ୍ରସ୍ତୁତ। ସମ୍ଭବତଃ ଆଶା କରିବି ତାଙ୍କ ବିରୋଧରେ  ଭାରତୀୟ ବୋଲର ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇବେ। ମୋ ହିସାବରେ ଅଫ୍‌ ଷ୍ଟମ୍ପ ବାହାରେ ବୋଲିଂ କରି ସ୍ମିଥ୍‌ଙ୍କ ପରୀକ୍ଷା ନେବା ଉଚିତ୍। ତାଙ୍କୁ ବ୍ୟାକ୍‌ଫୁଟ୍‌ରେ ରଖ ଏବଂ ଭୁଲ୍ କରାଅ। ଭିତରକୁ ସୁଇଙ୍ଗ୍ ହେଉଥିବା ବଲ୍‌ କଣ ଅଧିକ ପ୍ରଭାବଶାଳୀ ରହିବ ନାହିଁ। ଏହି ପ୍ରଶ୍ନର ଉତ୍ତରରେ ସଚିନ କହିଛନ୍ତି, ଏଥିପାଇଁ ଦେଖିବାକୁ ପଡିବ ଯେ, ବଲ କେତେ ସ୍ଵିଙ୍ଗ୍ କରୁଛି। ଆପଣ ଲାଳ ମଧ୍ୟ ବ୍ୟବହାର କରି ପାରିବେ ନାହିଁ। ଏଥିପାଇଁ ଯଦି ଓ୍ଵିକେଟ୍ ଅଧିକ ଜୀବନ୍ତ ରହିଛି ତେବେ ଏହା ଭିନ୍ନ କଥା। ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ବେଳେ ବେଳେ ଡ୍ୟୁକ୍ ବଲ୍‌ ବହୁତ ସ୍ଵିଙ୍ଗ୍ କରେ ନାହିଁ।

ରନ କରିବାକୁ ଦିଆଯିବା ଉଚିତ୍ ନୁହେଁ

ତେନ୍ଦୁଲକର କହିଛନ୍ତି, ଆକ୍ରମଣାତ୍ମକ ବୋଲିଂ ସହିତ ଆମକୁ ଏମିତି ବୋଲର ଚିହ୍ନଟ କରିବା ମଧ୍ୟ ଉଚିତ୍ ଯିଏ ପ୍ରତିକୂଳ ପିଚ୍‌ରେ ଗୋଟିଏ ପଟୁ ବ୍ୟାଟସମ୍ୟାନଙ୍କୁ ରନ କରିବାକୁ ଦେବେ ନାହିଁ। ଲଗାତାର ମେଡେନ ଓଭର ପକାଇ ବ୍ୟାଟସମ୍ୟାନଙ୍କୁ ଚାପରେ ରଖିବେ। ସଚିନ କହିଛନ୍ତି, ମୋତେ ଜଣା ନାହିଁ ଓ୍ଵିକେଟ୍‌ରେ କେତେ ଘାସ ଛଡାଯିବ। ଯଦି ବୋଲ ସ୍ଵିଙ୍ଗ କରେ ନାହିଁ ତେବେ ଆପଣଙ୍କୁ ସ୍ଵିଙ୍ଗ କରୁଥିବା ୟର୍କର ଦେଖିବାକୁ ମିଳିବ ନାହିଁ। ଯଶପ୍ରୀତ ବୁମରା, ମହମ୍ମଦ ସାମି, ଇଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ ଉପସ୍ଥିତିରେ ଭାରତର ଦ୍ରୁତ ବୋଲର ଆକ୍ରମଣ ପ୍ରଭାବଶାଳୀ ରହିଛି। କିନ୍ତୁ ତେନ୍ଦୁଲକରଙ୍କ ଅନୁଯାୟୀ ଦଳ ପ୍ରବନ୍ଧକ ରକ୍ଷାତ୍ମକ ବୋଲର ଚିହ୍ନଟ କରନ୍ତୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.