ମହିଳା ଟି-୨୦ ବିଶ୍ବକପ୍ : ପ୍ରଥମ ମ୍ୟାଚରେ ଭାରତର ଦମଦାର ବିଜୟ, ଅଧିନାୟିକା ହରମନପ୍ରୀତ୍ କୌରଙ୍କ ପ୍ରଥମ ଶତକ

Published By : Prameya-News7 Bureau | November 10, 2018 IST

ଚଣ୍ଡୀଗଡ ୧୦|୧୧:  ଆଇସିସି ମହିଳା ଟି-୨୦ ବିଶ୍ବକପର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ପ୍ରଥମ ନ୍ୟୁଜିଲାଣ୍ଡକୁ ହରାଇ ଅଭିଯାନ ଆରମ୍ଭ କରିଛି। ଅଧିନାୟିକା ହରମନପ୍ରୀତ୍ କୌରଙ୍କ ପ୍ରଥମ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଶତକ ବଳରେ ଭାରତ ୫ ୱିକେଟ୍ ବିନିମୟରେ ୧୯୪ ରନ୍ କରିଥିଲା। ହରପମନପ୍ରୀତଙ୍କ ଧୂଆଁଧାର ବ୍ୟାଟିଂ ଓ ହେମଲତା ଓ ପୁନମଙ୍କ ଶାଣିତ ବୋଲିଂ ବଳରେ ବଡ ବିଜୟ ହାସଲ କରିଛି ଭାରତ । ହରମନପ୍ରୀତଙ୍କ ନେତୃତ୍ବରେ ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ୩୪ ରନରେ ପରାସ୍ତ କରିଛି ଭାରତ । ହରମନପ୍ରୀତ୍ ୩୩ ବଲରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ ମଧ୍ୟ ପରବର୍ତ୍ତୀ ୧୬ ବଲରୁ ଦ୍ବିତୀୟ ୫୦ ରନ୍ ଯୋଡିଥିଲେ। ଖେଳ ଜୀବନର ପ୍ରଥମ ଟ୍ବେଣ୍ଟି-୨୦ ଶତକକୁ ବିଶ୍ବକପ୍ ମଇଦାନରେ ହାସଲ କରିଥିଲେ। ୫୧ ବଲରୁ ୧୦୩ ରନ୍ କରି ଆଉଟ୍ ହୋଇଥିବା ହରମନପ୍ରୀତଙ୍କ ପାଳିରେ ୭ ଚୌକା ଓ ୮ ଛକା ସାମିଲ ଥିଲା। ୧୯୫ ରନ୍ ର ପିଛା କରି ନ୍ୟୁଜିଲାଣ୍ଡ ଭଲ ଆରମ୍ଭ କରିଥିଲେ ମଧ୍ୟ ମ୍ୟାଚ୍ ଜିତି ପାରିନଥିଲା। ନିର୍ଦ୍ଧାରିତ ୨୦ ଓଭରରେ ନ୍ୟୁଜିଲାଣ୍ଡ ୯ ୱିକେଟରେ ୧୬୦ ରନ୍ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.