ଫ୍ରାନ୍ସ ଓ ବ୍ରିଟେନ୍‌କୁ ପଛରେ ପକାଇ ଭାରତ ହେଲା ବିଶ୍ୱର ପଞ୍ଚମ ବୃହତ୍ତ ଅର୍ଥବ୍ୟବସ୍ଥା: ରିପୋର୍ଟ

Published By : Prameya-News7 Bureau | December 29, 2019 IST

ନୂଆଦିଲ୍ଲୀ ୨୯।୧୨: ଭାରତ ୨୦୨୬ରେ ଜର୍ମାନୀ ଓ ୨୦୩୪ରେ ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ଓ ପରେ ତୃତୀୟ ଅର୍ଥବ୍ୟବସ୍ଥା ହେବ। ଏକ ରିପୋର୍ଟରୁ ଏହା ଜଣାପଡିଛି। ସେହିପରି ୨୦୨୬ ମସିହା ବେଳକୁ ଭାରତର ଅର୍ଥ ବ୍ୟବସ୍ଥା ୫ ହଜାର ବିଲିୟନ ଡଲାରରେ ପହଞ୍ଚିଥିବ। ତେବେ ସରକାର ୨୦୨୪ ସୁଦ୍ଧା ଦେଶକୁ ୫ ହଜାର ବିଲିୟନ ଡଲାରର ଅର୍ଥବ୍ୟବସ୍ଥାରେ ପହଞ୍ଚାଇବାକୁ ଲକ୍ଷ ଧାର୍ଯ୍ୟ କରିଛନ୍ତି।

ବ୍ରିଟେନସ୍ଥିତ ସେଣ୍ଟର ଫର ଇକନମିକ୍ସ ଏଣ୍ଡ ବିଜେନସ୍‌ ରିସର୍ଚ୍ଚ (ସିଇବିଆର)ର ରିପୋର୍ଟ 'ୱାର୍ଲଡ ଇକନମିକ ଲିଗ୍ ଟେବୁଲ-୨୦୨୦' ଅନୁସାରେ ୨୦୧୯ରେ ଭାରତ ବ୍ରିଟେନ ଓ ଫ୍ରାନ୍ସକୁ ପଛରେ ପକାଇ ବିଶ୍ୱର ୫ମ ବୃହତ୍ତ ଅର୍ଥବ୍ୟବସ୍ଥା ପାଲଟିଛି। ଏହି ହାରରେ ଭାରତ ଆର୍ଥିକ ପ୍ରଗତି ଜାରି ରହିଲେ ୨୦୨୬ରେ ଜର୍ମାନୀକୁ ପଛରେ ପକାଇ ଚତୁର୍ଥ ଓ ୨୦୩୧ରେ ଜାପାନକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତ ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇପାରିବ। 

ସିଇବିଆର ଅନୁମାନ ଅନୁସାରେ ଏବେ ଭାରତ, ଜର୍ମାନ ଓ ଜାପାନ ମଧ୍ୟରେ ଏଥିଯୋଗୁ ଦୃତ ପ୍ରତିଯୋଗୀତା ହୋଇପାରେ। ତେବେ ଭାରତର ୫ହଜର ବିଲିୟନ ଡଲାର ଇକୋନମୀ ନେଇ ପ୍ରଶ୍ନର ଜବାବରେ ରିପୋର୍ଟ ସରକାର ଧାର୍ଯ୍ୟ କରିଥିବା ଲକ୍ଷ ସମୟର ୨ ବର୍ଷ ପରେ ଏହି ଭାରତ ଏହି ଅର୍ଥବ୍ୟବସ୍ଥାରେ ନିଶ୍ଚିତ ପହଞ୍ଚିଥିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.