Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଟି-୨୦ ବିଶ୍ଵ କପ୍ ଓ୍ଵାର୍ମ ଅପ୍ ମ୍ୟାଚ୍: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଇଂଲଣ୍ଡ

18/10/2021 at 7:07 PM

ଦୁବାଇ ୧୮।୧୦: ଟି-୨୦ ବିଶ୍ଵ କପ୍‌ରେ ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ  ଭାରତ ଆଜି ପ୍ରଥମ ଓ୍ଵାର୍ମ ଅପ୍ ମ୍ୟାଚ୍‌ରେ ଇଂଲଣ୍ଡକୁ ଭେଟୁଛି। ଟସ୍ ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଭାରତ ପାଇଁ ସବୁଠୁ ବଡ ଚିନ୍ତାର ବିଷୟ ହାର୍ଦ୍ଦିକ ପାଣ୍ଡ୍ୟା  ବୋଲିଂ ନକରିବା। ଆଇପିଏଲ ୨୦୨୧ରେ ହାର୍ଦ୍ଦିକ ସଂପୂର୍ଣ୍ଣ ବୋଲିଂ କରି ନାହାନ୍ତି। ଯଦି ଏମିତି ହୁଏ ତେବେ ତାଙ୍କୁ  ଚୂଡାନ୍ତ ଏକାଦଶରେ ସାମିଲ୍ କରାଇବା ମୁସ୍କିଲ ହୋଇପାରେ। ଏମିତିରେ ସମସ୍ତେ ଆଶା କରିବେ ଯେ, ଓ୍ଵାର୍ମ ଅପ ମ୍ୟାଚ୍‌ରେ ହାର୍ଦ୍ଦିକ  ବୋଲିଂ କରନ୍ତୁ।

ଏହା ବ୍ୟତୀତ ଓପନିଂକୁ ନେଇ ମଧ୍ୟ ଓ୍ଵାର୍ମ ଅପ୍‌ ମ୍ୟାଚ୍‌ରେ କିଛି ପ୍ରୟୋଗ କରାଯାଇପାରେ।  ବିରାଟ କୋହଲି ପ୍ରଥମରୁ କହି ସାରିଛନ୍ତି ଯେ, ସେ ଓପନିଂ କରିବାକୁ ପସନ୍ଦ କରିବେ। ମାତ୍ର ଆଇପିଏଲରେ କେଏଲ ରାହୁଲଙ୍କ ଫର୍ମ ଦମଦାର ରହିଛି। ଏହା ବ୍ୟତୀତ ଦଳରେ ଇଶାନ କିଶନଙ୍କ ଏଣ୍ଟ୍ରି ହୋଇଛି। ତେଣୁ ଭାରତୀୟ ଦଳ ଓପନିଂରେ କାହାକୁ ସୁଯୋଗ ଦେବ ତାହା ଦେଖିବା ବାକି ରହିଲା।

କଣ ରୋହିତ ଶର୍ମା ଓ କେଏଲ ରାହୁଲ ଓପନିଂ କରିବେ କି ରୋହିତ- ବିରାଟ ନା ରୋହିତ-ଇଶାନ ଯୋଡି ପ୍ରୟୋଗ କରାଯିବ। ପାକିସ୍ତାନ ବିପକ୍ଷ ପ୍ରଥମ ମୁକାବିଲା ପୂର୍ବରୁ ଭାରତ ନିଜର ଚିନ୍ତା ଦୂର କରିବାକୁ ଚାହିଁବ। ଇଶାନ କିଶନ ଆଇପିଏଲରେ ଧୂଆଁଧାର ବ୍ୟାଟିଂ କରିଛନ୍ତି। ତେଣୁ ଚୂଡାନ୍ତ ଏକାଦଶରେ ମଧ୍ୟ ତାଙ୍କର ଦାବିଦାର ମଜବୁତ ହୋଇଛି। ହେଲେ ଦଳ ପାଖରେ ଋଷଭ ପନ୍ତଙ୍କ ରୂପେ ବିସ୍ଫୋରକ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଅଛନ୍ତି।

ବୋଲିଂ ଉପରେ ନଜର ପକାଇଲେ ବିରାଟ କୋହଲି ଓ୍ଵାର୍ମ ଅପ୍ ମ୍ୟାଚ୍‌ରେ  ଅଶ୍ଵିନ-ଜାଡେଜା ଯୋଡିଙ୍କୁ ପ୍ରୟୋଗ କରିବାକୁ ଚାହିଁବେ। ଏପରି ହୋଇପାରେ ରାହୁଲ ଚହର-ବରୁଣ ଚକ୍ରବର୍ତ୍ତୀଙ୍କ ପରି ଯୁବ ଖେଳାଳିଙ୍କୁ ସୁଯୋଗ ମଧ୍ୟ ଦେଇ ପାରନ୍ତି।  ସ୍ପିନ ବିଭାଗକୁ ନେଇ ଦଳୀୟ ପ୍ରବନ୍ଧକଙ୍କୁ ବହୁତ ଭାବିଚିନ୍ତି ନିଷ୍ପତ୍ତି ନେବାକୁ ପଡିବ। ଭାରତକୁ ଇଂଲଣ୍ଡ  ବ୍ୟତୀତ ଅଷ୍ଟ୍ରେଲିଆ ସହିତ ମଧ୍ୟ ଓ୍ଵାର୍ମ ଅପ୍ ମ୍ୟାଚ୍ ଖେଳିବାକୁ ପଡିବ।

ଇଂଲଣ୍ଡ ଦଳ ମୁଖ୍ୟତଃ ବ୍ୟାଟ୍ସମ୍ୟାନଙ୍କ ଉପରେ ନିର୍ଭର କରିବ । ଜୋସ ବଟଲର, ଜନି ବେୟାରଷ୍ଟୋ, ଦାୱିଦ ମଲାନ, ଇୟନ ମୋର୍ଗାନ ଅଭ୍ୟାସ ମ୍ୟାଚ୍‌ ଜରିଆରେ ଫର୍ମ ଓ ଆତ୍ମବିଶ୍ୱାସ ଫେରିପାଇବାକୁ ପ୍ରୟାସ କରିବେ । ଗତ ଆଇପିଏଲ୍‌ରେ ମୋର୍ଗାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା ।

ବିଶ୍ଵ କପ୍ ପାଇଁ ଭାରତୀୟ ଦଳ

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ଵିନ, ଶାର୍ଦ୍ଦୁଳ ଠାକୁର, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା, ଭୁବନେଶ୍ଵର କୁମାର, ମହମ୍ମଦ ଶାମି।

ରିଜର୍ଭ ଖେଳାଳି- ଶ୍ରେୟସ ଆୟର, ଦୀପକ ଚହର, ଅକ୍ଷର ପଟେଲ୍।

ଇଂଲଣ୍ଡ ଦଳ

ଇଅନ ମୋର୍ଗାନ(ଅଧିନାୟକ), ଜାସନ ରୟ, ସାମ ବିଲିଙ୍ଗ୍ସ, ଲିୟାମ ଓ୍ଵିଲିଙ୍ଗଷ୍ଟୋନ, ଡେଭିଡ ମଲାନ, ଜୋସ ବଟଲର, ଜୋନି ବେୟାରଷ୍ଟୋ, ମୋଇନ ଅଲ୍ଲୀ, ଟମ୍ କୁରନ, କ୍ରିସ୍ ଜୋର୍ଡାନ, ଡେଭିଡ୍ ଓ୍ଵିଲି, କ୍ରିସ୍ ଓ୍ଵକ୍ସ, ଟାଇମଲ ମିଲ୍ସ, ଆଦିଲ ରଶିଦ, ମାର୍କ ଉଡ୍।

   Related Posts