Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବିଶ୍ୱବଜାରରେ କ୍ରୁଡ ଦର ଅନିୟନ୍ତ୍ରିତ, ଷ୍ଟ୍ରାଟେଜିକ୍ ରିଜର୍ଭ ଖୋଲିଦେଲା ଭାରତ

21/10/2021 at 8:17 PM

ମାଙ୍ଗଲୋର ୨୧।୧୦:  ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଏବେ ଅନିୟନ୍ତ୍ରିତ ହୋଇପଡିଛି। ଏଣୁ ଦେଶରେ ଇନ୍ଧନ ଦର ମଧ୍ୟ ବଢ଼ିବଢ଼ି ଚାଲିଛି। ଏଥିରେ ପରିସ୍ଥିତି ଆୟତ୍ତ କରିବାକୁ କେନ୍ଦ୍ର ସରକାର ମାଙ୍ଗାଲୋରସ୍ଥିତ ରଣନୈତିକ ତୈଳ ଭଣ୍ଡାରକୁ ଉନ୍ମୁକ୍ତ କରିଛନ୍ତି। ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲ ରିଜର୍ଭ ଲିମିଟେଡ (ଆଇଏସପିଆରଏଲ) ସିଇଓ ଏଚ୍.ପି.ଏସ୍.ଆହୁଜା ଗୁରୁବାର ଏହି ସୂଚନା ଦେଇଛନ୍ତି। ବିଶ୍ୱବଜାରର ମୂଲ୍ୟ ବୃଦ୍ଧି ବୋଝ ହ୍ରାସ ଲାଗି ସରକାର ଏହି ପଦକ୍ଷେପ ନେଇଥିବା ବେଳେ ଦେଶର ସାର୍ବଜନିକ କ୍ଷେତ୍ରର ତୈଳ କମ୍ପାନୀଙ୍କୁ ବିକ୍ରି କରାଯାଉଛି।

FE

ଉଚ୍ଚ ମୂଲ୍ୟରେ ବିଦେଶରୁ ତୈଳ ଆମଦାନୀ କରିବା ବଦଳେ ଏବେ ରିଜର୍ଭରୁ ଅଶୋଧିତ ତୈଳ ସାର୍ବଜନିକ କ୍ଷେତ୍ରର ତୈଳ ସୋଧନାଗାରମାନଙ୍କୁ ବିକ୍ରୟ କରାଯାଉଛି। ଏଥି ଯୋଗୁ ରିଜର୍ଭରେ ସ୍ଥାନ ଖାଲି ହେବା ସହ ଏହାକୁ ଘରୋଇ ଓ ଅନ୍ତର୍ଜାତୀୟ କମ୍ପାନୀଙ୍କୁ ପଟ୍ଟାରେ ମଧ୍ୟ ଦେଇ ହେବ ବୋଲି ସେ କହିଛନ୍ତି। ଆମେ ତୈଳ ବିଶୋଧନାଗାରମାନଙ୍କୁ ଅଶୋଧିତ ତୈଳ ବିକ୍ରି ଆରମ୍ଭ କରିଦେଇଛୁ ଓ ଏଥିଯୋଗୁ ରିଜର୍ଭରେ ଖାଲିହେଉଥିବା ସ୍ଥାନକୁ ଆମେ ପୁଣି ପଟ୍ଟାରେ ଦେବୁ ବୋଲି ଆହୁଜା କହିଛନ୍ତି।

ମାଙ୍ଗାଲୋର ଷ୍ଟ୍ରାଟେଜିକ ରିଜର୍ଭରେ ଷ୍ଟକ ୩ ଲକ୍ଷ ଟନ୍ ଅପର ଜାକୁମ କ୍ରୁଡ ଇତି ମଧ୍ୟରେ ଖାଲି ହୋଇସାରିଲାଣି। ବଳକା ୪.୫ଲକ୍ଷ ଟନ୍‌ କ୍ରୁଡ ଚଳିତବର୍ଷ ଶେଷ ସୁଦ୍ଧା ବିକ୍ରି କରାଯିବ ବୋଲି ସେ କହିଛନ୍ତି । ମାଙ୍ଗାଲୋର ରିଫାଇନାରୀ ଏଣ୍ଡ ପେଟ୍ରୋ କେମିକାଲସ୍‌ ଲିମିଟେଡଙ୍କ ଏହି ରିଜର୍ଭର ମୋଟ କ୍ଷମତା ୭.୫ଲକ୍ଷ ଟନ। ଯାହାକୁ ପଟ୍ଟାରେ ମଧ୍ୟ ଦେଇ ହେବ ବୋଲି ଆହୁଜା କହିଛନ୍ତି। ଏଥିରୁ ସରକାରଙ୍କ ଉଭୟ ଲାଭ ହେବା ସହ ଏହିପରି ବିପର୍ଯ୍ୟୟ ସମୟର ମୁକାବିଲା ଲାଗି ନୀତି ସହାୟକ ହୋଇପାରିବ ବୋଲି ଆହୁଜା ଆଶାବ୍ୟକ୍ତ କରିଛନ୍ତି।  

   Related Posts