Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହଙ୍ଗା ହେଲା ପ୍ଲାଟଫର୍ମ ଟିକେଟ୍, ପୂର୍ବାପେକ୍ଷା ୩ ଗୁଣା ବଢିଲା ଦାମ୍
  • ||
  • ଭିଜିଲାନ୍ସ ପଞ୍ଝାରେ କିରାଣୀ, ମୃତ୍ୟୁ ପ୍ରମାଣପତ୍ର ପାଇଁ ନେଉଥିଲେ ୬୦୦ ଟଙ୍କା ଲାଞ୍ଚ
  • ||
  • ଆଜି ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ, ପୁରସ୍କୃତ ହେବେ ଶ୍ରେଷ୍ଠ-୧୪ ପ୍ରତିଭାଦୀପ୍ତ ମହିଳା
  • ||
  • ଆଜି ସନ୍ଧ୍ୟାରେ ନ୍ୟୁଜ୍ ସେଭେନ୍ ସର୍ଟଫିଲ୍ମ କଣ୍ଟେଷ୍ଟ୍ ‘ସୋ-କେଶ୍ ୨୦୨୦’ର ପୁରସ୍କାର ବିତରଣୀ, ୧୨ଟି ବର୍ଗରେ ରହିଛି ପୁରସ୍କାର
  • ||
  • ଇଂଲଣ୍ଡ ବ୍ୟାଟିଂରେ ଭନ୍ ନିରାଶ, କହିଲେ- ‘ପିଚ୍ ଭଲ ଥିଲା କିନ୍ତୁ ଖେଳି ପାରିଲେ ନାହିଁ’
  • ||
  • ସୁନ୍ଦରଗଡ଼ : ନଦୀ ପଠାରେ ପଡିଛି ଶରୀରର ବିଭିନ୍ନ କଟା ଅଂଶ, ହତ୍ୟା ପରେ ଫିଙ୍ଗାଯାଇଛି !
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||

କରୋନା ସଂକ୍ରମଣ ମାମଲାରେ ରୁଷକୁ ପଛରେ ପକାଇଲା ଭାରତ, ପହଞ୍ଚିଲା ତୃତୀୟରେ

5/07/2020 at 10:09 PM

ନୂଆଦିଲ୍ଲୀ ୦୫।୦୭: ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ପରିଣାମସ୍ଵରୂପ ଭାରତ ଏବେ ରୁଷକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଞ୍ଚି ଯାଇଛି। ଆମେରିକା ଶୀର୍ଷରେ ଥିବା ବେଳେ ବ୍ରାଜିଲ୍ ଦ୍ଵିତୀୟରେ ରହିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସକାଳ ୮ଟାର ତଥ୍ୟ ଅନୁଯାୟୀ ଅଦ୍ୟାବଧି ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୬, ୭୩, ୧୬୫ ରହିଛି। ଏହି ମହାମାରୀରେ ୧୯,୨୮୬ ଲୋକଙ୍କ ପ୍ରାଣହାନୀ ଘଟିଛି। ସଂପ୍ରତି ପ୍ରତିଦିନ ୨୦ ହଜାରରୁ ଅଧିକ କେସ୍ ସାମ୍ନାକୁ ଆସୁଛି। କିନ୍ତୁ ମନ୍ତ୍ରଣାଳୟର କହିବା କଥା କୋଟି କୋଟି ଜନସଂଖ୍ୟା ଅନୁଯାୟୀ, ସଂକ୍ରମଣ ହାର ଦେଶରେ କମ୍ ରହିଛି ଏବଂ ସୁସ୍ଥହାର ମଧ୍ୟ ବଢି ଚାଲିଛି। ରବିବାର ଜାରି ତଥ୍ୟ ଅନୁଯାୟୀ ଦେଶରେ କରୋନାରୁ ଆରୋଗ୍ୟ ହାର ୬୦.୭୬ ପ୍ରତିଶତରେ ପହଞ୍ଚିଛି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ସକ୍ରିୟ  କେସ୍‌ଠୁ ସୁସ୍ଥ କେସ୍‌ ସଂଖ୍ୟା ଅଧିକ ରହିଛି। ଗତ ୨୪ ଘଣ୍ଟାରେ ୧୪,୮୫୬ ରୋଗୀ କରୋନା ମୁକ୍ତ ହୋଇଛନ୍ତି। ମନ୍ତ୍ରଣାଳୟ କହିଛି, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସୁସ୍ଥହାର ଅଧିକ ରହିବା ସରକାରଙ୍କ ପ୍ରୟାସକୁ ପ୍ରତିଫଳିତ କରୁଛି। ଆମେରିକାରେ ଏ ପର୍ଯ୍ୟନ୍ତ ୨୯  ଲକ୍ଷ ୫୩ ହଜାର ୧୪ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୩୨ ହଜାରରୁ ଅଧିକଙ୍କ ମୃତ୍ୟୁ ଘଟି ସାରିଛି। ଏହି ପରି  ବ୍ରାଜିଲ୍‌ରେ ୧୫ ଲକ୍ଷ ୭୮ ହଜାର ୩୭୬ ସଂକ୍ରମଣର ଶିକାର ହୋଇଥିବା ବେଳେ ୬୪ ହଜାର ୩୬୫ ଜଣଙ୍କ ମହାମାରୀରେ ମୃତ୍ୟୁ ଘଟି ସାରିଛି। ରୁଷରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୮୧ ହଜାର ୨୫୧ ରହିଛି।

   Related Posts