Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ମାନଚିତ୍ରରେ ଜମ୍ମୁ-କାଶ୍ମୀରକୁ ପୃଥକ ଦର୍ଶାଯିବା ମାମଲା: ରିୟାଦକୁ ଆପତ୍ତି ଜଣାଇଲା ଭାରତ

29/10/2020 at 10:20 PM

ନୂଆଦିଲ୍ଲୀ ୨୯।୧୦:  ରିୟାଦ ଜି-୨୦ ଶିଖର ସମ୍ମିଳନୀ ଲାଗି ସାଉଦୀ ଆରବ ଏକ ନୂଆ ୨୦ଟଙ୍କିଆ ନୋଟ୍ ଜାରି କରିଛି। ଯାହାର ଗୋଟିଏ ପାର୍ଶ୍ୱରେ ସାଉଦୀ ରାଜାଙ୍କ ଛବି ଥିବା ବେଳେ ଅପରପାର୍ଶ୍ୱରେ ଜି-୨୦ ସଦସ୍ୟ ଦେଶଙ୍କ ମାନଚିତ୍ର ରହିଛି। ଏଥିରେ ସାଉଦୀ ସରକାର ଜମ୍ମୁ-କାଶ୍ମୀର, ଗିଲଗିଟ୍ ଓ ବାଲତିସ୍ତାନକୁ ପାକିସ୍ତାନରୁ ପୃଥକ କରିବା ସହ ଭାରତ ମନଚିତ୍ରରୁ ମଧ୍ୟ ଅଲଗା କରିଦେଇଛନ୍ତି। ଏହାକୁ ଏକ ସ୍ୱତନ୍ତ୍ର ଅଞ୍ଚଳ ଭାବେ ଦର୍ଶାଇଛନ୍ତି ସାଉଦୀ ସରକାର। ଗତ ୨୫ ତାରିଖରୁ ସାଉଦୀରେ ପ୍ରଚଳିତ ହୋଇଥିବା ବେଳେ ନୋଟରେ ମାନଚିତ୍ରକୁ ନେଇ ଭାରତ କଡ଼ା ଆପତ୍ତି କରିଛି।

ଭାରତ ସରକାର ଦେଶଙ୍କ ସୀମାର ଏହା ଏକ ତ୍ରୁଟିପୂର୍ଣ୍ଣ ଉପସ୍ଥାପନ ବୋଲି କହିଛନ୍ତି। ଏ ନେଇ ଭାରତ ସରକାରଙ୍କ ଚିନ୍ତା ସାଉଦୀ ଆରବକୁ ଅବଗତ କରାଯାଇଥିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ସାପ୍ତାହିକ ମିଡିଆ ବ୍ରିଫିଙ୍ଗରେ କହିଛନ୍ତି। ଏ ନେଇ ଉଭୟ ସାଉଦୀ ରାଷ୍ଟ୍ରଦୂତ ଓ ରିୟାଦକୁ ମଧ୍ୟ ସୂଚିତ କରାଯାଇଥିବାର ସେ କହିଛନ୍ତି।

ସାଉଦୀ ସରକାରୀ ବୈଧ ବ୍ୟାଙ୍କ ନୋଟ୍‌ରେ  ଭାରତୀୟ ବାହ୍ୟ ସୀମାର ଭୁଲ ବ୍ୟାଖ୍ୟା କରାଯାଇଥିବାର ଜଣାଇ ଦେଇଥିବା ଶ୍ରୀବାସ୍ତବ ସୂଚିତ କରିଛନ୍ତି। ଏଣୁ ତ୍ରୁଟିର ତୁରନ୍ତ ସୁଧାର ନିମନ୍ତେ ସାଉଦୀ ସରକାରଙ୍କୁ ନିବେଦନ କରାଯାଇଥିବା ସେ କହିଛନ୍ତି। ମରୁ ରାଜତନ୍ତ୍ର ନଭେମ୍ବ ର୨୧ ଓ ୨୨ ଦୁଇ ଦିନିଆ ଜି-୨୦ ସମ୍ମିଳନୀକୁ ସ୍ମରଣୀୟ କରିବା ଲାଗି ଏହି ବ୍ୟାଙ୍କ ନୋଟ୍ ଜାରି କରିଛନ୍ତି। ୨୦ ଟଙ୍କା ମୂଲ୍ୟର ଏହି ନୋଟ୍‌କୁ ଗତ ଅକ୍ଟୋବର ୨୪ ତାରିଖ ଦିନ ସରକାରୀ ଭାବେ ଜାରି କରାଯାଇଥିଲା। ତେବେ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖ ଭାରତର ଅବିଚ୍ଛେଦ୍ୟ ଅଂଶ ହୋଇଥିବା ବେଳେ ଏହାର ତ୍ରୁଟିପୂର୍ଣ୍ଣ ଉପସ୍ଥାପନାକୁ ଭାରତ ବିରୋଧ କରିଥିବା ମୁକପାତ୍ର କହିଛନ୍ତି।

   Related Posts