Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଅଣ୍ଟା ସଳଖି ଛିଡା ହେଲାଣି ଭାରତ, ଏବେ ପଡ଼ୋଶୀଙ୍କ ଟାଣ ଭାଙ୍ଗିଛି: ମୋହନ ଭାଗବତ

25/10/2020 at 4:13 PM

ନାଗପୁର ୨୫।୧୦:  ଭାରତ ଏବେ ଅଣ୍ଟା ସଳଖି ଛିଡା ହେଲାଣି। ଏଣୁ ପଡ଼ୋଶୀଙ୍କର ଆଉ ଆଗଭଳି ଆଉ ଟାଣପଣ ନାହିଁ। ଏହା କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) ମୁଖ୍ୟ ମୋହନ ଭାଗବତ। ରବିବାର ବିଜୟାଦଶମୀ ଅବସରରେ ନାଗପୁରସ୍ଥିତ ସଂଘ ମୁଖ୍ୟାଳୟରେ ଭାଗବତ ଶସ୍ତ୍ରପୂଜନ କରିଛନ୍ତି। ଏହି ଅବସରରେ ସେ ଚୀନ୍‌ର ସାମ୍ରାଜ୍ୟବାଦ ଆଗରେ ଭାରତ ଏବେ ମଜଭୁତ କାନ୍ଥ ପରି ଉଭା ହୋଇଥିବା କହିଛନ୍ତି। ଏବେ ଭାରତ ଦୁର୍ବଳ ନୁହେଁ, ଯଦି କୌଣସି ଦେଶ ଏପରି ଭାବୁଥାନ୍ତି ଏହା ତାଙ୍କର ବିଚାରଭ୍ରମ ବୋଲି କୁହାଯାଇପାରେ ବୋଲି ସେ କହିଛନ୍ତି ।

ଭାଷଣରେ ଥିଲା ରାମ ମନ୍ଦିର ପ୍ରସଙ୍ଗ
ପ୍ରସଙ୍ଗରେ ମୋହନ ଭାଗବତ ରାମନ୍ଦିର କଥା ଉଲ୍ଲେଖ କରିଛନ୍ତି। ରାମ ମନ୍ଦିର ନେଇ ନଭେମ୍ବର ୯ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଅସନ୍ଦିଗ୍ଧ ନିଷ୍ପତ୍ତି ଶୁଣାଇଥିଲେ। କୋର୍ଟଙ୍କ ଏହା ସର୍ବସମ୍ମତ ନିଷ୍ପତ୍ତି ଥିଲା ଯାହାକୁ ସାରା ଦେଶ ଓ ସମାଜ ସ୍ୱୀକାର କରିଥିଲା। ଭାରତର ସବୁଠୁ ଦୀର୍ଘାବଧି ମାମଲାର ଏହା ଶରଳ ସମାଧାନ ଥିଲା। ବାସ୍ତବିକ ହର୍ଷ ଓ ଉଲ୍ଲାସର ବିଷୟ ଥିଲା ଭାରତୀୟଙ୍କ ଲାଗି, ହେଲେ ସାରା ଦେଶ ସଂଜମତା ଅବଲମ୍ବନ କରିଥିଲା।

କରୋନାରୁ ମିଳିଳା ପରସ୍ପର ସହଯୋଗ ଶିକ୍ଷା
ସାରା ଦେଶ ଏବେ କରୋନା ଭାଇରସ ମହାମାରୀ ବିରୋଧରେ ଲଢୁଛି। ବିଦେଶରେ କରୋନା ବ୍ୟାପିବା ପରେ ଭାରତ ସରକାର ଅଣ୍ଟାଭିଡିଥିଲେ। ଦେଶକୁ ଲକଡାଉନ କରାଯାଇଥିଲା। କରୋନା ଭାଇରସ ସଂକ୍ରମଣର ଭୟାବହତାକୁ ଲୋକଙ୍କ ଆଗରେ ବଢେଇ ଚଢେଇ ଉପସ୍ଥାପନା କରାଯାଇଥିଲା। ଲୋକଙ୍କ ମଧ୍ୟରେ ଭୟ ଆଜି ଦେଶରେ ଭୂତାଣୁ ନିୟନ୍ତ୍ରଣରେ ସହାୟକ ହୋଇଛି। ଅନ୍ୟ ଦେଶଙ୍କ ତୁଳନାରେ ଭାରତରେ ସଂକ୍ରମଣ ଓ ମୃତ୍ୟୁ ହାର ନିୟନ୍ତ୍ରିତ ରହିଛି। କରୋନା ଲକଡାଉନ ଦେଶର ଅର୍ଥନୀତିକୁ ଶିଥିଳ କରିଦେଇଛି। ଦୀର୍ଘ ଲକଡାଉନ ଲୋକଙ୍କ ଆର୍ଥିକ ଅବସ୍ଥାକୁ ବିଗାଡି ଦେଇଛି। ସଂକଟ କାଳରେ ସମାଜ ଜଣେ ଜଣକର ଚିନ୍ତା କଲା। ଲୋକେ ନିଜନିଜକୁ ସହାୟତା କଲେ ଦୁଃସମୟରେ ଯେଉଁମାନଙ୍କର ଥିଲା ସେମାନେ ଆବଶ୍ୟକ କରୁଥିବା ଲୋକଙ୍କୁ ସହାୟତା ଲାଗି ପରମାର୍ଶ ଦେଲେ। ଏଥିରୁ ଭାରତୀୟ ସମାଜ ପ୍ରଥମ ଥର ପରସ୍ପରକୁ ସହଯୋଗ କରିବାର ଅନନ୍ୟ ଉଦାହରଣ ବି ଦେଶରେ ଦେଖିବାକୁ ମିଳିଲା ବୋଲି ମୋହନ ଭାଗବତ କହିଛନ୍ତି।

ରୋଜଗାର ସୃଷ୍ଟି କରିବା ନୂଆ ଆହ୍ୱାନ
କରୋନା ଭାଇରସ ମହାମାରୀ ସାମାଜିକ ବ୍ୟବସ୍ଥାକୁ ବିଗାଡ଼ି ଦେଇଛି। ଲୋକେ ଯିଏ ଯେମିତି କାମଧନ୍ଦା କରି ଗୁଜୁରାଣ ଚଳାଉଥିଲେ। କରୋନାରେ ଅନେକ ସଂସ୍ଥା ବନ୍ଦ ହୋଇଯାଇଛି। ଅନେକ ଲୋକେ ରୋଜଗାର ହରାଇଛନ୍ତି। ଯେଉଁମାନଙ୍କର ରୋଜଗାର ଅଛି ସେମାନେ ପୁରା ଦରମା ପାଇପାରୁନାହାନ୍ତି । ଅଭିଭାବକଙ୍କ ନିକଟରେ ପିଲାଙ୍କ ପାଠ ପଢା ଶୁଳ୍କ ଦାଖଲ ଲାଗି ମଧ୍ୟ ଅର୍ଥ ନାହିଁ। ଲୋକେ କରୋନା ଯୋଗୁ ସହରରୁ ପଳାୟନ କରିଥିଲେ। ସମସ୍ତ ସଞ୍ଚିତ ବ୍ୟୟ ହୋଇସାରିଛି। ରୋଜଗାର ଆଶାରେ ପୁଣି ସହରକୁ ଫେରୁଛନ୍ତି ହେଲେ ରୋଜଗାରର ରାସ୍ତା ଖୋଲିନି। କେବଳ ସହରାଞ୍ଚଳ ନୁହେଁ ଗାଁରେ ବି କାମଧନ୍ଦା ଅଭାବ ଏଣୁ ଲୋକଙ୍କୁ ରୋଜଗାର ଯୋଗାଇବା ଏବେକାର ସବୁଠୁ ବଡ଼ ଆହ୍ୱାନ ବୋଲି କହିଛନ୍ତି ଭାଗବତ।

କରୋନା ଯୋଗୁ ବଦଳିଲା କାର୍ଯ୍ୟକ୍ରମ
କରୋନା ଭାଇରସ ମହାମାରୀ ଯୋଗୁ ନାଗପୁର ମୁଖ୍ୟାଳୟରେ ସଂଗର ବିଜୟାଦଶମୀ କାର୍ଯ୍ୟକ୍ରମ ପରିବର୍ତନ କରାଯାଇଛି। ପ୍ରତିବର୍ଷ କାର୍ଯ୍ୟକ୍ରମକୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ଆମନ୍ତ୍ରିତ କରାଯାଇଥାଏ। ହେଲେ ଏଥର ତାହା ହୋଇ ନାହିଁ। ସେହିପରି ବିଜୟାଦଶମୀରେ ସଂଘ ପକ୍ଷରୁ ନାଗପୁରରେ ଜୟଘୋଷ ଓ ପଥ ସଞ୍ଚାଳନ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ। କରୋନା ଯୋଗୁ କାର୍ଯ୍ୟକ୍ରମ ବାତିଲ କରାଯାଇଛି।

   Related Posts