ବିଶ୍ବକପ ସେମିଫାଇନାଲ: ଆସନ୍ତା କାଲିକୁ ଘୁଞ୍ଚିଲା ମ୍ୟାଚ, ୪୬.୧ ଓଭରରୁ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ

Published By : Prameya-News7 Bureau | July 09, 2019 IST

ମାଞ୍ଚେଷ୍ଟର9|୭: ମାଞ୍ଚେଷ୍ଟରରେ ବର୍ଷା କମିଛି  କିନ୍ତୁ ଖେଳ ହୋଇପାରିବ ନାହିଁ ବୋଲି ପିଲ୍ଡ ଇନସପେକ୍ସନ ପରେ ନିଷ୍ପତ୍ତି ନାଆଯାଇଛି । ଫଳରେ ଆସନ୍ତା କାଲି ଅପରାହ୍ନ ୩ଟାରେ (ଭାରତୀୟ ସମୟ) ପୁଡମି ମ୍ୟାଚ ଆରମ୍ଭ ହେବ । ଆଜି ଯେଉଁଠି ମ୍ୟାଚ ଅଟକିଥିଲା ଆସନ୍ତା କାଲି ସେଇଠୁ ମ୍ୟାଚ ଆରମ୍ଭ ହେବ । ଅର୍ଥାତ ନ୍ୟୁଜିଲାଣ୍ଡ ୪୬.୧ ଓଭରରୁ ବ୍ୟାଟିଂ କରିବା ଆରମ୍ଭ କରିବ ।

wp:html /wp:html

ଏହାପରେ ଭରତ ୫୦ ଓଭର ବ୍ୟାଟିଂ କରିବ ।  ସୂଚନାଯୋଗ୍ୟ ଯେ, ବିଶ୍ବକପ ସେମିଫାଇନାଲରେ ଆଜି ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ପରସ୍ପରକୁ ଭେଟିଥିଲେ । ଟସ ଜିତିବା ସହ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୪୬.୫ ଓଭରରେ ୨୧୧ ରନ କରିଥିଲା । ବର୍ଷାଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିଲା । କିନ୍ତୁ ସଦ୍ୟ ମିଳିଥିବା ତଥ୍ୟ ଅନୁସାରେ ମଞ୍ଚେଷ୍ଟରରେ ବର୍ଷା ଛାଡିଛି ।

wp:html /wp:html

ତେବେ ଖେଳ ହେବ କି ନାହିଁ ତାକୁ ନେଇ ମ୍ୟଚ ରେଫେରୀ ଓ ଅନ୍ୟାନ୍ୟ କ୍ରମ କର୍ତ୍ତାଙ୍କ ମଧ୍ୟରେ ଆଲୋଚନା ପରେ ମ୍ୟାଚକୁ ଆସନ୍ତା କାଲିକୁ ଘୁଞ୍ଚାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଆସନ୍ତା କାଲି ମଧ୍ୟ ମଞ୍ଚେଷ୍ଟରରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେଠାକାର ପାଣିପାଗ ବିଭାଗ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.