Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ନିର୍ବାଚନ ପରେ ଏବେ ବିଶ୍ବକପ ଫିଭର: ଆଜି ନ୍ୟୁଜଲାଣ୍ଡ ସହ ଭାରତର ଅଭ୍ୟାସ ମ୍ୟାଚ, ସାଉଥ ଆଫ୍ରିକା ବିରୋଧରେ ଜୁନ୍ ୫ରେ ପ୍ରଥମ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ

25/05/2019 at 5:52 PM

ଲଣ୍ଡନ୨୫\୫: ନିର୍ବାଚନ ପରେ ଏବେ ସାରା ଦେଶର ନଜର କେନ୍ଦ୍ରୀଭୂତ ହୋଇଛି କ୍ରିକେଟ୍ ଉପରେ । କାହିଁକି ନା ୩୦ ତାରିଖରୁ ଇଂଲଣ୍ଡରୁ ଆରମ୍ଭ ହେଉଛି କ୍ରିକେଟର ମହାକୁମ୍ଭ ICC କ୍ରିକେଟ ୱାର୍ଲଡ କପ୍-୨୦୧୯ । ତେବେ ଟିମ୍ ଇଣ୍ଡିଆ ସାଉଥ ଆଫ୍ରିକା ବିରୋଧରେ ଜୁନ୍ ୫ରେ ତାର ପ୍ରଥମ ମ୍ୟାଚ୍ ଖେଳିବ । ଏହା ପୂର୍ବରୁ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳୁଛି ବିରାଟ ବାହିନୀ ।

କାଉଣ୍ଟଡାଉନ୍ ଆରମ୍ଭ । ସାରା ଦେଶକୁ ଘାରିବ କ୍ରିକେଟ୍ ଫିଭର୍ । କ୍ରିକେଟର ସବୁଠୁ ବଡ଼ ମହାକୁମ୍ଭ ପାଇଁ ବାଜି ସାରିଛି ବିଗୁଲ । ବିଶ୍ବକପ୍ ପାଇଁ ଅଭ୍ୟାସ ମ୍ୟାଚ୍ ଆରମ୍ଭ ହୋଇ ସାରିଥିବା ବେଳେ, ୩୦ରୁ ଆରମ୍ଭ ହେବ ମ୍ୟାଚ୍ । ତେବେ ବିରାଟ ବାହିନୀ ଆଜିଠାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିଛି ।

୫ ତାରିଖରେ ଦକ୍ଷିଣ ଆଫ୍ରିକା ବିରୋଧରେ ଆରମ୍ଭ ହେବ ରିଅଲ୍‌ ଫାଇଟ୍‌ । ଜୁନ୍ ୯ରେ ଅଷ୍ଟ୍ରେଲିଆ ବିରୋଧରେ ଓ ଜୁନ୍ ୧୩ରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ତେବେ ଜୁନ୍ ୧୬ରେ ସବୁଠୁ ପ୍ରତିକ୍ଷିତ ମ୍ୟାଚ୍ । ମାନେ ଆମ୍ନାସାମ୍ନା ହେବେ ଦୁଇ ପାରମ୍ଫରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ  । ଜୁନ୍ ୨୨ରେ ବିରାଟ ଆଣ୍ଡ କୋ ର ମୁକାବିଲା ଆଫଗାନିସ୍ତାନ ଓ ଜୁନ୍ ୨୭ରେ ୱେଷ୍ଟଇଣ୍ଡିଜ୍ ସହ ହେବ । ୩୦ ତାରିଖରେ ଇଂଲଣ୍ଡ ଓ ଜୁଲା ୨ରେ ବାଂଲାଦେଶ ସହ ହେବ ଭାରତର ଟକ୍କର ।

ତେବେ ଜୁଲାଇ ୬ରେ ଶ୍ରୀଲଙ୍କା ବିରୋଧରେ ଶେଷ ଲିଗ୍ ମ୍ୟାଚ୍ ଖେଳିବେ ମେନ୍ ଇନ ବ୍ଲୁ । ଜୁଲାଇ ୯ ଓ ୧୧ରେ ଯଥାକ୍ରମେ ଦୁଇଟି ସେମିଫାଇନାଲ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଜୁଲାଇ ୧୪ରେ କ୍ରିକେଟର ମକ୍କା ଲର୍ଡସରେ ଖେଳାଯିବ ଫାଇନାଲ ମ୍ୟାଚ୍ । ଏଥର ବିଶ୍ବକପ୍ ଫର୍ମାଟରେ କେତେକ ପରିବର୍ତ୍ତନ ହୋଇଛି । ପୂର୍ବରୁ ଟିମ୍ ଗୁଡ଼ିକୁ ଗ୍ରୁପରେ ବିଭକ୍ତ କରାଯାଉଥିଲା । ଏଥର ସବୁ ଟିମ୍ ପରସ୍ପର ବିରୋଧରେ ମ୍ୟାଚ ଖେଳିବେ ।

ବିରାଟଙ୍କ ନେତୃତ୍ବରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଭାରତୀୟ ଟିମ୍‌ ବେଶ ସନ୍ତୁଳିତ । ତେବେ ଏମ୍‌ ଏସ୍‌ ଧୋନୀଙ୍କ ଏହା ଶେଷ ବିଶ୍ବ କପ୍‌ ହୋଇପାରେ । ଏଥର ବିଶ୍ବକପରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି କ୍ରିକେଟ୍ ପଣ୍ଡିତମାନେ ଅନୁମାନ କରୁଛନ୍ତି ।

   Related Posts