Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଟି୨୦ ବିଶ୍ୱକପ୍ : ନ୍ୟୁଜିଲାଣ୍ଡକୁ ଟକ୍କର ଦେବ ଟିମ୍ ଇଣ୍ଡିଆ, ପୁରୁଣା ଭୁଲ ସୁଧାରିବାକୁ ବିରାଟ ବାହିନୀର ପ୍ରୟାସ

31/10/2021 at 7:52 AM

ଦୁବାଇ,୩୧/୧୦: ରବିବାର ଟି-୨୦ ବିଶ୍ୱକପରେ ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଏହି ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । କାରଣ ଉଭୟ ଦଳ ନିଜର ପ୍ରଥମ ମ୍ୟାଚ ପାକିସ୍ତାନଠୁ ପରାସ୍ତ ହୋଇଛନ୍ତି । ତେଣୁ ବିଶ୍ୱକପରେ ନିଜ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛନ୍ତି ଏହି ଦୁଇ ଦଳ । ଏହାସହ ଏହି ମ୍ୟାଚ ଭାରତ-ନ୍ୟୁଜିଲାଣ୍ଡ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ।

ମ୍ୟାଚରେ ଯେଉଁ ଦଳ ଜିତିବ ତାର ସେମିଫାଇନାଲ ଖେଳିବା ଆଶା ବଢିବ । ଭାରତ ତାର ପ୍ରଥମ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ରୋହିତ ଶର୍ମା ବିନା ରନରେ ପାଭିଲିୟନ ଫେରିଥିଲା ବେଳେ କେଏଲ ରାହୁଲ ୩ ରନ କରିଥିଲେ । ହେଲେ କୋହଲି ଓ ପନ୍ତ ଦମଦାର ପାଳି ଖେଳିଥିଲେ । ହେଲେ ପାକିସ୍ତାନ ବିପକ୍ଷରୋ ବୋଲରମାନେ ବିଫଳ ହୋଇଥିଲେ ।

ଗ୍ରୁପ୍‌-୨ରେ ପାକିସ୍ତାନ କ୍ରମାନ୍ୱୟରେ ହ୍ୟାଟ୍ରିକ୍‌ ବିଜୟ ହାସଲ କରିବା ପରେ ଭାରତ-ନ୍ୟୁଜିଲାଣ୍ଡ ପାଇଁ ସେମି ପଥ ଜଟିଳ ହୋଇ ପଡ଼ିଛି । ଉଭୟ ଦଳକୁ ପାକିସ୍ତାନ ହରାଇବା ପରେ ଏଭଳି ସ୍ଥିତି ଉପୁଜିଛି । ଗ୍ରୁପ୍‌ରେ ଭାରତ (୧), ପାକିସ୍ତାନ (୩) ଓ ନ୍ୟୁଜିଲାଣ୍ଡ (୪) ଆଇସିସି ମାନ୍ୟତାର ଶ୍ରେଷ୍ଠ ଦଳ । ଆଫଗାନିସ୍ତାନ (୮), ସ୍କଟଲାଣ୍ଡ (୧୪) ଓ ନାମିବିୟା (୧୯) ହେଲେ ୩ ଦୁର୍ବଳ ଦଳ । ତେଣୁ ଶକ୍ତିଶାଳୀ ଦଳ ମଧ୍ୟରେ ଗ୍ରୁପ୍‌ରେ ଶ୍ରେଷ୍ଠ ଦୁଇ ସ୍ଥାନ ପାଇଁ ଲଢ଼େଇ ହେବ । ଭାରତ, ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନକୁ ପରାସ୍ତ କରିବା ପରେ ପାକିସ୍ତାନ ସେମି ଫାଇନାଲ ଦ୍ୱାରରେ ପହଞ୍ଚି ସାରିଛି । ଅବଶିଷ୍ଟ ଦୁଇଟି ମୁକାବିଲାରେ ଦଳ ସ୍କଟଲାଣ୍ଡ ଓ ନାମିବିୟାକୁ ଭେଟିବ ।

ଏବେ ଭାରତ ଓ ନ୍ୟୁଜିଲାଣ୍ଡ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳି ପରାଜିତ ହୋଇଛନ୍ତି । ସେମାନଙ୍କ ପାଖରେ ଆଉ ୪ଟି ମ୍ୟାଚ୍‌ ଖେଳିବାର ସୁଯୋଗ ରହିଛି । ଯେଉଁ ଦଳ ପରବର୍ତ୍ତୀ ୪ଟି ଯାକ ମ୍ୟାଚ୍‌ରେ ବିଜୟୀ ହେବ ସେହି ଦଳ ଗ୍ରୁପ୍‌ର ଦ୍ୱିତୀୟ ଦଳ ଭାବେ ସେମିରେ ପ୍ରବେଶ କରିବାର ସୁଯୋଗ ପାଇବ । ତେଣୁ ଆଜି ଭାରତ ହେଉ କି ନ୍ୟୁଜିଲାଣ୍ଡ, ଉଭୟ ଦଳ ପାଇଁ ବିଜୟ ଅତି ଜରୁରୀ ହୋଇ ପଡ଼ିଛି ।

ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ନ୍ୟୁଜିଲାଣ୍ଡର ପ୍ରଦର୍ଶନ ଭାରତ ବିପକ୍ଷରେ ବେଶ୍‌ ଭଲ ରହିଛି । ରେକର୍ଡ ଅନୁସାରେ, ୨୦୦୭ରୁ ୨୦୨୦ ମଧ୍ୟରେ ଉଭୟ ଦଳ ୧୬ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିଛନ୍ତି । ଭାରତ ୬ଟି ଓ ନ୍ୟୁଜିଲାଣ୍ଡ ୮ଟି ଜିତିଛି ଏବଂ ୨ଟି ମ୍ୟାଚ୍‌ ଟାଏ ରହିଛି । ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ହାର ରହିଛି ୫୬.୨୫ ପ୍ରତିଶତ ।

ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ସବୁବେଳେ ଭାରତ ବିପକ୍ଷରେ ଶକ୍ତିଶାଳୀ ରହି ଆସିଛି ।ଯଦି ପୂର୍ବ ରେକର୍ଡ ବିଶ୍ଳେଷଣ କରାଯାଏ ତେବେ ଦେଖିବାକୁ ମିଳିବ ଯେ, ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ନ୍ୟୁଜିଲାଣ୍ଡ ୮ ୱିକେଟ୍‌ରେ ବିଜୟୀ ହୋଇଥିଲା ।

୨୦୧୯ ଦିନିକିଆ ବିଶ୍ୱକପ୍‌ରେ ଦୁଇ ଦଳ ସେମି ଫାଇନାଲରେ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍‌ରେ ଭାରତ ୧୮ ରନ୍‌ରେ ପରାଜିତ ହୋଇ ଫାଇନାଲ ସ୍ୱପ୍ନ ଧୂଳିସାତ୍‌ କରିଥିଲା । ୨୦୧୬ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ୪୭ ରନ୍‌ରେ ବିଜୟୀ ହୋଇଥିଲା ।

ସେହିପରି ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମଧ୍ୟ ନ୍ୟୁଜିଲାଣ୍ଡ ଚମତ୍କାର ପ୍ରଦର୍ଶନ କରି ମ୍ୟାଚ୍‌ ଜିତିଥିଲା । ଭାରତ ଏହି ମୁକାବିଲାରେ ୧୦ ରନ୍‌ରେ ପରାଜିତ ହୋଇଥିଲା । ୨୦୦୩ ଦିନିକିଆ ବିଶ୍ୱକପ୍‌ରେ ୭ ୱିକେଟ୍‌ରେ ଭାରତ ବିଜୟୀ ହୋଇଥିଲା । ଆଇସିସି ଟୁର୍ଣ୍ଣାମେଣ୍ଟରେ ଗତ ୫ଟିରୁ ନ୍ୟୁଜିଲାଣ୍ଡ ୪ଟି ଜିତିଥିବାବେଳେ ଭାରତ ମାତ୍ର ଗୋଟିଏ ମ୍ୟାଚ୍‌ ଜିତିବାରେ ସଫଳ ରହିଛି ।

ପାକିସ୍ତାନ ଠାରୁ ପରାଜିତ ହେବା ପରେ ଭାରତୀୟ ଦଳ ଏବଂ ପେସ୍‌ ତାରକା ମହମ୍ମଦ ସାମି ଘୋର ନିନ୍ଦିତ ହୋଇଥିଲେ । ଏହା ସତ୍ତେ୍ୱ ବି ପୂର୍ବ ଦଳ ଅପରିବର୍ତ୍ତିତ ରହିବ ବୋଲି ଆଶା କରାଯାଉଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍‌ ରହିଛନ୍ତି । ନେଟ୍ସରେ ସେ ବୋଲିଂ କରୁଥିବାର ଦେଖିବାକୁ ମିଳୁଛି । ତେଣୁ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଉଭୟ ଭୂମିକାରେ ଅବତୀର୍ଣ୍ଣ ହେବେ ।ପାକିସ୍ତାନ ବିପକ୍ଷ ତ୍ରୁଟି ସୁଧାରି ଦଳ ଭାରତ ବିପକ୍ଷରେ ପ୍ରଭାବଶାଳୀ ପ୍ରଦର୍ଶନ କରିବା ନେଇ ପ୍ରସ୍ତୁତ ରହିଛି । ଦୁବାଇ ମଇଦାନରେ ଆସନ୍ତାକାଲି ଏକ ବଡ଼ ମୁକାବିଲା ଦେଖିବାକୁ ମିଳିବ ।

   Related Posts