Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ମୁହାଁମୁହିଁ ହେବେ ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ, କିଓ୍ୱି ଟିମ୍ ହାରିଲେ ଭାରତ ଯାଇପାରେ ସେମିଫାଇନାଲ

7/11/2021 at 7:45 AM

ଆବୁଧାବି,୦୭/୧୧: ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାjs ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ମ୍ୟାଚ୍‌ ଉପରେ ସମଗ୍ର ବିଶ୍ୱ କ୍ରିକେଟ୍‌ପ୍ରେମୀଙ୍କ ନଜର । ଗୋଟିଏ ମ୍ୟାଚ୍‌ ୩ଟି ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ । ବିଶେଷ କରି ଭାରତୀୟ ସମର୍ଥକ ଏହି ମ୍ୟାଚ୍‌କୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।

ଆଫଗାନିସ୍ତାନକୁ ସମର୍ଥନ କରିବା ପାଇଁ ଭାରତୀୟ ସମର୍ଥକ ଷ୍ଟାଡିୟମ୍‌ରେ ଭିଡ଼ ଜମାଇବା ନିଶ୍ଚିତ । ଆଫଗାନିସ୍ତାନ ଏହି ମ୍ୟାଚ୍‌କୁ ବଡ଼ ବ୍ୟବଧାନରେ ଜିତି ବିପର୍ଯ୍ୟୟ ସୃଷ୍ଟି କରିବା ସହ ସେମିରେ ପ୍ରବେଶ କରିବାକୁ ପ୍ରୟାସ କରିବ । ନ୍ୟୁଜିଲାଣ୍ଡ ମାତ୍ର ୧ ରନ୍‌ରେ ଜିତିଲେ ବି ସେମିରେ ପ୍ରବେଶ କରିବ । ଆଫଗାନିସ୍ତାନ ସ୍ୱଳ୍ପ ବ୍ୟବଧାନରେ ମ୍ୟାଚ୍‌ ଜିତିଲେ ଭାରତର ସେମି ଫାଇନାଲ୍‌ ସମ୍ଭାବନା ଦୁଇ ଗୁଣା ହୋଇଯିବ । କାରଣ ଅନ୍ତିମ ମୁକାବିଲାରେ ଭାରତ ଓ ନାମିବିୟା ପରସ୍ପରକୁ ଭେଟିବେ । ଭାରତ ଏହି ମ୍ୟାଚ୍‌କୁ ବଡ଼ ବ୍ୟବଧାନରେ ଜିତିବା ସହ ରନ୍‌ ରେଟ୍‌ରେ ଉଭୟ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନକୁ ପଛରେ ପକାଇ ସେମିରେ ପ୍ରବେଶ କରିବ ।

ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ପ୍ରଥମ କରି ପରସ୍ପରକୁ ଭେଟିବେ । ଅବଶ୍ୟ ଉଭୟ ପୂର୍ବରୁ ୨୦୧୫ ଓ ୨୦୦୧୯ ଦିନିକିଆ ବିଶ୍ୱକପ୍‌ରେ ଭେଟି ସାରିଛନ୍ତି । ଟି-ଟ୍ୱେଣ୍ଟିରେ ଆଫଗାନିସ୍ତାନକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଫର୍ମରେ ଥିଲେ ଏହି ଦଳ ବିଶ୍ୱର ଅନ୍ୟ ସବୁ ଦଳକୁ ହରାଇପାରିବ । ରସିଦ ଖାନ୍‌ ଓ ମୁଜିବ ଉର-ରେହମାନ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖିଛନ୍ତି । ଆଜିର ମ୍ୟାଚ୍‌ରେ ମୁଜିବ ଖେଳିବା ନେଇ କୌଣସି ସୂଚନା ନାହିଁ । ବର୍ତ୍ତମାନ ଭାରତୀୟମାନେ ମୁଜିବଙ୍କ ଫିଟ୍‌ନେସ୍‌ କାମନା କରୁଛନ୍ତି ।

   Related Posts