Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଆଜି ବିଶ୍ୱ ପରିବେଶ ଦିବସ: ଭାରତରେ ହେବ ବିଶ୍ୱର ସର୍ବବୃହତ ସବୁଜ ରେଲଓ୍ୱେ

5/06/2021 at 8:27 AM

ନୂଆଦିଲ୍ଲୀ ୦୫/୦୬: ଭାରତରେ ହେବ ବିଶ୍ୱର ସର୍ବବୃହତ ସବୁଜ ରେଲଓ୍ୱେ । ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ମିଶନ ମୋଡରେ କାର୍ଯ୍ୟ ଜୋରସୋରରେ ଚାଲିଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ରେଳବାଇ କହିଛି ଯେ ଏହା ୨୦୩୦ ପୂର୍ବରୁ କାର୍ବନ ନିର୍ଗମନକୁ ଶୂନକୁ ଏହା ହ୍ରାସ କରିବ । ବିଶ୍ୱ ପରିବେଶ ଦିବସ ଅବସରରେ ରେଳବାଇ ଏକ ବିବୃତ୍ତି ଜାରି କରି କହିଛି ଏହି ଘୋଷଣା କରିଛି । ଯେ ରେଳ ନେଟୱାର୍କକୁ ବିଦ୍ୟୁତକରଣ କରାଯାଉଛି ।

ଏହି କାର୍ଯ୍ୟ ୨୦୧୪ ତୁଳନାରେ ୧୦ ଅଧିକ ତ୍ୱରାନ୍ୱିତ କରାଯାଇଛି । ଏହା ପରିବେଶ ଅନୁକୂଳ ଏବଂ ପ୍ରଦୂଷଣକୁ ହ୍ରାସ କରିଛି । ଏଥିସହ, ଡିସେମ୍ବର ୨୦୨୩ ସୁଦ୍ଧା ବ୍ରଡ ଗେଜ୍ ମଧ୍ୟ ବିଦ୍ୟୁତିକରଣ କରିବାକୁ ଯୋଜନା କରାଯାଇଛି । ଏହା ସହିତ ଯାତ୍ରାକୁ ଅଧିକ ଆନନ୍ଦଦାୟକ କରିବା ପାଇଁ ଜେନେରେସନ୍ ସିଷ୍ଟମ୍, ବାୟୋ ଟଏଲେଟ୍ ଏବଂ ଏଲଇଡି ଲାଇଟ୍ ଲଗାଯାଉଛି ।

ଭାରତୀୟ ରେଳବାଇରେ ସବୁଜ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟରେ ରେଳବାଇ ଜୁଲାଇ ୨୦୧୬ ରେ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ସହିତ ଏକ ଏମଓୟୁ ସ୍ୱାକ୍ଷର କରିଥିଲା । ଏହା ଅଧୀନରେ ୩୯ଟି କର୍ମଶାଳା, ସାତୋଟି ଉତ୍ପାଦନ ୟୁନିଟ୍, ଆଠଟି ଲୋକୋ ସେଡ୍ ଏବଂ ଗୋଟିଏ ଷ୍ଟୋର୍‌କୁ ଗ୍ରୀଙ୍କୋ ପ୍ରମାଣପତ୍ର ମିଳିଲା । ଏଥିସହ, ଗତ ଦୁଇ ବର୍ଷ ମଧ୍ୟରେ, ୬୦୦ରୁ ଅଧିକ ଷ୍ଟେସନକୁ ପରିବେଶ ମାନ ଗ୍ରହଣ ପାଇଁ ISO: ୧୪୦୦୧ ପ୍ରଦାନ କରାଯାଇଥିଲା ।

ଏପର୍ଯ୍ୟନ୍ତ ସମୁଦାୟ ୭୧୮ ଷ୍ଟେସନକୁ ISO: ୧୪୦୦୧ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦୁଇ ବର୍ଷ ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀ ଏବଂ ମେରଟ ମଧ୍ୟରେ ଚାଲୁଥିବା ରାପିଡ୍ ରେଳ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ନୂଆ ଅଶୋକ ନାଗର RRTS ଷ୍ଟେସନ ନିକଟରେ ଥିବା ଦିଲ୍ଲୀର ଆଞ୍ଚଳିକ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ୍ (RRTS) ର ଉଚ୍ଚ ବିଭାଗର ଦିଲ୍ଲୀ-ମେରୁଟ୍ ପ୍ରଥମ ସ୍ତମ୍ଭ ହୋଇପାରିଛି ।

   Related Posts