Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

WTC ଫାଇନାଲ୍ ମ୍ୟାଚ୍ ଡ୍ର କିମ୍ବା ଟାଇ ହେଲେ କିଏ ହେବ ବିଜେତା ? ସ୍ପଷ୍ଟ କରିବା ସହ ନୂତନ ନିୟମ ଲାଗୁ କଲା ଆଇସିସି

28/05/2021 at 7:31 PM

ନୂଆଦିଲ୍ଲୀ ୨୮।୦୫: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନରେ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମୁକାବିଲା ଖେଳାଯିବ। ଦୁଇ ଦଳ ଐତିହାସିକ ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି। ନ୍ୟୁଜିଲାଣ୍ଡ ଦଳ ଇଂଲଣ୍ଡରେ ପହଞ୍ଚି ସାରିଥିବା ବେଳେ ଭାରତୀୟ ଦଳ ଜୁନ ୨ରେ ଯାତ୍ରା କରିବ। ଏହି ସବୁ ମଧ୍ୟରେ ପ୍ରଶଂସକ ଏହା ଜାଣିବାକୁ ଉତ୍ସୁକ ଯେ, ଯଦି ମ୍ୟାଚ୍ ଡ୍ର କିମ୍ବା ଟାଇ ରହେ ତେବେ କିଏ ବିଜେତା ହେବ ?

ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍ ମୁକାବିଲା ନେଇ ଶୁକ୍ରବାର ଆଇସିସି ପକ୍ଷରୁ ବଡ ନିଷ୍ପତ୍ତି ନିଆଯାଇଛି। ଯଦି ମୁକାବିଲା ଡ୍ର କିମ୍ବା ଟାଇ ରହେ ତେବେ ଭାରତ ଓ ନ୍ୟୁଜିଲାଣ୍ଡ ଯୁଗ୍ମ ବିଜେତା ଘୋଷିତ ହେବେ। ଯଦି ଫାଇନାଲ୍ ମ୍ୟାଚ୍‌ର ନିର୍ଦ୍ଧାରିତ ୫ ଦିନର ସମୟ ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ନଷ୍ଟ  ହୁଏ ତେବେ ଏହାର ଭରଣା ପାଇଁ ଅତିରିକ୍ତ ଦିନ ରଖାଯାଇଛି। ସେଥିପାଇଁ ୨୩ ତାରିଖକୁ ରିଜର୍ଭ ଡେ ଭାବେ ରଖାଯାଇଛି। ଯଦି ପୁରା ପାଞ୍ଚ ଦିନର ଖେଳ ପରେ ସକରାତ୍ମକ ପରିଣାମ ନବାହାରେ ତେବେ କୌଣସି ଅତିରିକ୍ତ ଦିନରେ ଖେଳ ହେବ ନାହିଁ। ଏମିତି ସ୍ଥିତିରେ ମ୍ୟାଚ୍ ଡ୍ର ଘୋଷିତ କରାଯିବ।

ଐତିହାସିକ ମୁକାବିଲା ପାଇଁ ଆଇସିସିର ବଡ ଘୋଷଣା

ଟାଇଟଲ୍ ମୁକାବିଲା ଗ୍ରେଡ ୧ ଡ୍ୟୁକ୍ ବଲରେ ଖେଳାଯିବ।

ଫାଇନାଲ୍‌ରେ ଇଣ୍ଟରନ୍ୟାସନାଲ ପ୍ଲେଇଙ୍ଗ କଣ୍ଡିସନରେ ଅନେକ ପରିବର୍ତ୍ତନ ହେବ।

ସଟ୍ ରନ- ଥାର୍ଡ ଅମ୍ପାୟର ଓ ଫିଲ୍ଡ ଅମ୍ପାୟର ସଟ୍‌ ରନ ପାଇଁ ବ୍ୟାଟସମୟାନଙ୍କ କଲ୍‌ ଉପରେ ସମୀକ୍ଷା କରି ପାରିବେ। ପରବର୍ତ୍ତୀ ବଲ୍ ଫିଙ୍ଗାଯିବା ପୂର୍ବରୁ ଅନଫିଲ୍ଡ ଅମ୍ପାୟର ନିର୍ଣ୍ଣୟ ବିଷୟରେ ଖେଳାଳିଙ୍କୁ ସୂଚିତ କରିବେ।

ପ୍ଲେୟାର ରିଭ୍ୟୁ- ଏଲବିଡବ୍ଲ୍ୟୁ ରିଭ୍ୟୁ ପାଇଁ ନିର୍ଣ୍ଣୟ ସମୀକ୍ଷା ପ୍ରଣାଳୀ(ଡିଆରଏସ) ନେବା ପୂର୍ବରୁ ଫିଲ୍ଡିଂ କରୁଥିବା ଦଳର ଅଧିନାୟକ  କିମ୍ବା ଆଉଟ୍ ହୋଇଥିବା ବ୍ୟାଟସମ୍ୟାନ ଅମ୍ପାୟରଙ୍କୁ ଜଣାଇ ପାରିବେ ଯେ, ବାସ୍ତବରେ ବଲ୍‌ ଖେଳିବାକୁ ଉଦ୍ୟମ କରାଯାଇଥିଲା କି ନାହିଁ।

ଡିଆରଏସ ରିଭ୍ୟୁ– ଏଲବିଡବ୍ଲ୍ୟୁ ପାଇଁ ଡିଆରଏସ ନେବା ପାଇଁ ଓ୍ଵିକେଟ୍ ଜୋନ୍‌ର ପରିଧି ଷ୍ଟମ୍ପର ଉଚ୍ଚତା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

   Related Posts