ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଦିନିକିଆ ; ବିଜୟ ପାଇଁ ଇଣ୍ଡିଆ ସମ୍ମୁଖରେ ୧୫୬ ରନର ଲକ୍ଷ୍ୟ

Published By : Prameya-News7 Bureau | January 23, 2019 IST

ଦିଲ୍ଲୀ ୨୩/୧ : ଅଷ୍ଟ୍ରେଲିଆରେ ଐତିହାସିକ ଶୃଙ୍ଖଳା ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡ ଅଭିଯାନରେ ଆରମ୍ଭ କରିଛି। ପାଞ୍ଚ ଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ଆଜି ନାପିଏର ଠାରେ ଆରମ୍ଭ ହୋଇଛି । ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ ୱିଲିୟମସନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ତେବେ ଖେଳର ଦ୍ୱିତୀୟ ଓଭରରେ ମହମ୍ମଦ ସାମି ଗୁପ୍ ଟିଲଙ୍କୁ ବୋଲ୍ଡ କରି ଭାରତୀୟ ଶିବିରରେ ରୋମାଞ୍ଚ ଭରି ଦେଇଛନ୍ତି । ଗୁପ୍ ଟିଲ ମାତ୍ର ୫ ରନ୍ କରି ସାମିଙ୍କ ଏକ ଇନସ୍ୱିଙ୍ଗର ବଲରେ ବୋଲ୍ ଡ ହୋଇ ପାଭିଲିୟନ ଫେରି ଯାଇଛନ୍ତି । ଗୁପ୍ ଟିଲଙ୍କ ଓ୍ଵିିକେଟ ସହିତ ମହମ୍ମଦ ସାମି ଦିନିକିଆରେ ତାଙ୍କର ଶହେତମ ଓ୍ଵିକେଟ ଅକ୍ତିଆର କରିଛନ୍ତି । ସେହିପରି ୪ର୍ଥ ଓଭରରେ କଲିନ୍ ମୁନ୍ ରୋଙ୍କୁ ବୋଲ୍ଡ କରି ସାମି ତାଙ୍କର ଦ୍ୱିତୀୟ ଓ୍ଵିକେଟ ଅକ୍ତିଆର କରିଛନ୍ତି। ପ୍ରାଥମିକ ବ୍ୟାଟି ବିପର୍ଯ୍ୟୟର ସମ୍ମୁଖିନ ହୋଇ ନ୍ୟୁଜିଲାଣ୍ଡ ୧୫୭ ରନ କରିଥିଲା | ୧୨ ଓଭର ବେଳକୁ ଇଣ୍ଡିଆ ୫୪ ରନ କରିସାରିଛି | ଭାରତର ଗୋଟିଏ ଉଇକେଟ ମଧ୍ୟ ପଡି ସାରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.