Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଚୀନକୁ ଭାରତର ମୁହଁତୋଡ ଜବାବ, ୧୯୫୯ରେ ଏକତରଫା ପରିଭାଷିତ ଏଲଏସିକୁ ସ୍ଵୀକାର କରିବ ନାହିଁ

29/09/2020 at 8:38 PM

ନୂଆଦିଲ୍ଲୀ ୨୯।୦୯: ଭାରତ ମଙ୍ଗଳବାର ଚୀନକୁ ମୁହଁତୋଡ ଜବାବ ଦେଇ କହିଛି, ୧୯୫୯ରେ ଚୀନ ଦ୍ଵାରା ପରିଭାଷିତ ଏକତରଫା ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)କୁ କଦାପି ସ୍ଵୀକାର କରିବ ନାହିଁ। ମନ୍ତ୍ରଣାଳୟ ଆଶା ପ୍ରକାଶ କରିଛି ପଡୋଶୀ ଦେଶ ଏକତରଫା ଏଲଏସିକୁ ପରିଭାଷିତ କରିବା କାର୍ଯ୍ୟରୁ ନିବୃତ୍ତ ରହିବ। ନୂଆଦିଲ୍ଲୀ କହିଛି ଯେ ବେଜିଂ ଏଲଏସିର ଅବଧାରଣା ଉପରେ ୧୯୫୯ରେ ଭାରତ ଆଭିମୁଖ୍ୟକୁ ବେଶ ଭଲ ଭାବେ ଜାଣିଛି।

ପୂର୍ବ ଲଦାଖରେ ପ୍ରାୟ ପାଞ୍ଚ ମାସ ହେବ ଜାରି ଗତିରୋଧ ମଧ୍ୟରେ ଚୀନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ବେଜିଂ ଏଲଏସିର ଅବଧାରଣା ବିଷୟରେ ୧୯୫୯ର ନିଜ ଆଭିମୁଖ୍ୟକୁ ମାନି ଆସିଛି। ଚୀନର ଏହି ବୟାନ ଉପରେ ଭାରତ କଡା ପ୍ରତିକ୍ରିୟା ଦେଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଭାରତ କେବେ ମଧ୍ୟ ୧୯୫୯ରେ ଏକତରଫା ଭାବେ ପରିଭାଷିତ ଏଲଏସିକୁ ସ୍ଵୀକାର କରିନାହିଁ। ଆମର ଏହି ଆଭିମୁଖ୍ୟ କାଏମ ରହିଛି ଏବଂ ଚୀନ ପ୍ରତିପକ୍ଷ ଏହି ବିଷୟରେ ଅବଗତ ଅଛନ୍ତି।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ବିଭିନ୍ନ ଦ୍ଵିପାକ୍ଷିକ ରାଜିନାମା ଉଲ୍ଲେଖ କରିଥିଲେ, ଯେଉଁଥିରେ  ୧୯୯୩ରେ ଏଲଏସିରେ ଶାନ୍ତି ଏବଂ ସ୍ଥିରତା ନେଇ ରାଜିନାମା, ୧୯୯୬ରେ ବିଶ୍ଵାସ କାଏମ ରଖିବା ସମ୍ବନ୍ଧିତ ରାଜିନାମା ଏବଂ ୨୦୦୫ରେ ସୀମା ପ୍ରସଙ୍ଗ ସମାଧାନ ପାଇଁ ରାଜନୈତିକ ମାପଦଣ୍ଡ ଓ ନିର୍ଦ୍ଧାରିତ ସିଦ୍ଧାନ୍ତ ସମ୍ବନ୍ଧିତ ରାଜିନାମା ସାମିଲ। ସେ କହିଛନ୍ତି ଦୁଇ ପକ୍ଷ ଏଲଏସିରେ ପାରସ୍ପରିକ ସହମତିରେ ଗତିବିଧି କରିବା ଉପରେ ପ୍ରତିବଦ୍ଧତା ଦର୍ଶାଇଥିଲେ।

   Related Posts