ଦେଢ ବର୍ଷ ପରେ ଆରମ୍ଭ ହେଲା ଭାରତ-ନେପାଳ ବସ୍ ସେବା, କୋଭିଡ-୧୯ ପାଇଁ ଥିଲା ବନ୍ଦ

Published By : Prameya-News7 Bureau | November 10, 2021 IST

କାଠମାଣ୍ଡୁ ୧୦।୧୧: ଭାରତ ଓ ନେପାଳ ମଧ୍ୟରେ ବୁଧବାର ବସ ସେବା ଆରମ୍ଭ ହୋଇଛି। କରୋନା ଭାଇରସ ମହାମାରୀ ଲାଗି ଗତ ଦେଢ ବର୍ଷ ହେଲା ଦୁଇ ଦେଶ ମଧ୍ୟରେ ବସ୍‌ ସେବା ବନ୍ଦ ହୋଇଯାଇଥିଲା। ସିଲିଗୁଡ଼ି ଜଙ୍କସନ ବସ୍‌ ଷ୍ଟାଣ୍ଡରୁ ମଙ୍ଗଳବାର ପ୍ରଥମ ବସ୍‌ କାଠମାଣ୍ଡୁ ବାହାରିଯାଇଛି।  ପ୍ରଥମ ବସ୍‌ ସେବାରେ ଯାତ୍ରୀଙ୍କ ସଂଖ୍ୟା ସ୍ୱଳ୍ପ ଥିଲା। ତେବେ ସେବା ସ୍ୱଭାବିକ ହେବା ପରେ ଯାତ୍ରୀଙ୍କ ସଂଖ୍ୟା ବଢିପାରେ ବୋଲି ଆଶା କରାଯାଉଛି।

{"id":541859,"width":839,"height":491,"sizeSlug":"full","linkDestination":"none"}

ସିଲିଗୁଡ଼ି ବସ୍ ମାଲିକ ଓ ବୁକିଂ ଏଜେଣ୍ଟସ୍‌ ଆସୋସିଏସନ ସଭାପତି ସନ୍ତୋଷ ସାହ ବସ୍‌ ଚଳାଚଳ ନେଇ ସୂଚନା ଦେଇଛନ୍ତି। ତେବେ ବସ୍‌ ଯାତ୍ରା ନିମନ୍ତେ ଯାତ୍ରୀଙ୍କ କୋଭିଡ-୧୯ଦୁଇଟି ଜାକ ଟିକା ନେଇଥିବା ଜରୁରି କରାଯାଇଛି। ଏଣୁ ବିନା ଟିକାକରଣରେ ଲୋକଙ୍କୁ ବସ୍‌ ରେ ଯାତ୍ରା ଅନୁମତି ଦିଆଯିବନି ବୋଲି ସାହା କହିଛନ୍ତି। ସେହିପରି ଯାତ୍ରାରେ କୋଭିଡ-୧୯ର ଗାଇଡଲାଇନ୍‌ ମଧ୍ୟ ପୁରାପୁରି ପାଳନ ହେଉଥିବା କହିଛନ୍ତି।

{"id":541860,"width":841,"height":561,"sizeSlug":"full","linkDestination":"none"}

ସୂଚନା ଅନୁସାରେ ସିଲିଗୁଡିରୁ ବସ୍‌ ମଙ୍ଗଳବାର, ଗୁରୁବାର ଓ ଶନିବାର କାଠମାଣ୍ଡୁ  ପ୍ରସ୍ଥାନ କରିବ। ଅପରାହ୍ନ ୩ଟାରେ ବସ୍‌ ଛାଡିବାକୁ ଥିବା ବେଳେ ପ୍ରତି ଯାତ୍ରୀ ଭଡା ୧୫ଶହ ଟଙ୍କା ଧାର୍ଯ୍ୟ ହୋଇଛି। ବସ୍ ସେବା ଆରମ୍ଭ ହେବା ପରେ ଅଞ୍ଚଳରେ ପର୍ଯ୍ୟଟନ ସେବା ମଧ୍ୟ ଆରମ୍ଭ ହେବ ବୋଲି ଟୁର ଅପରେଟର ଆଶାବ୍ୟକ୍ତ କରିଛନ୍ତି। ଗତ ଦେଢ ବର୍ଷ ହେଲା ବସ୍‌ ସେବା ବନ୍ଦ ଯୋଗୁ  ପର୍ଯ୍ୟଟନ ଉଦ୍ୟୋଗ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.